ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକ ଖ୍ରୀଷ୍ଟ କଲେଜ ଛାତ୍ର ମୃତ୍ୟୁ: ‘‘ମୋତେ ବରବାଦ କରି ଦେଇଛ ନା… ଦେଖ ତମ ସହ କଣ ହେଉଛି’’

କଟକ ଖ୍ରୀଷ୍ଟ କଲେଜ ଛାତ୍ର ମୃତ୍ୟୁ: ‘‘ମୋତେ ବରବାଦ କରି ଦେଇଛ ନା… ଦେଖ ତମ ସହ କଣ ହେଉଛି’’

ତୁଷାରଙ୍କ ସହ ଝିଅଟିର ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ତା’ ବୟଫ୍ରେଣ୍ଡ ତା’ଠାରୁ ଅଲଗା ହୋଇଯିବା ପରେ ଝିଅଟି ତୁଷାରକୁ ପୁଣି ସେମାନଙ୍କ ଭିତରେ ମିଳାମିଶା କରାଇଦେବାକୁ କହିଥିଲା ବୋଲି ତୁଷାରଙ୍କ ଜଣେ ସହପାଠୀ କହିଛନ୍ତି ।

କଟକ ଖ୍ରୀଷ୍ଟ କଲେଜ ଛାତ୍ର ମୃତ୍ୟୁ: ‘‘ମୋତେ ବରବାଦ କରି ଦେଇଛ ନା… ଦେଖ ତମ ସହ କଣ ହେଉଛି’’
ଝିଅଟି ତୁଷାରଙ୍କୁ ଲେଖିଥିବା ହ୍ୱାଟ୍ସ-ଆପ୍ ମେସେଜରୁ କିଛି; (ଡାହାଣ) ମୃତ ତୁଷାରକାନ୍ତ ସାହୁ
  • News18 Odia
  • Last Updated: August 6, 2021, 11:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଖ୍ରୀଷ୍ଟ କଲେଜ ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ମୃତ ଦେହ ମିଳିବାର ଦିନକ ପରେ ସେ ପ୍ରେମ କରୁଥିବା ସେହି କଲେଜର ଛାତ୍ରୀଙ୍କ ସହ ତାଙ୍କ ହ୍ୱାଟ୍ସ-ଆପ୍‌ ଚାଟ୍‌ ସାମନାକୁ ଆସି ଏହି ଘଟଣାକୁ ଅଧିକ ରହସ୍ୟମୟ କରିଛି ।

ତୁଷାରକାନ୍ତ ଓ ତାଙ୍କ ବାନ୍ଧବୀଙ୍କ (ଛଦ୍ମ ନାମ ରଶ୍ମି) ମଧ୍ୟରେ ହ୍ବାଟ୍ସଆପ ଚାଟିଂର ପ୍ରାୟ ୪୦ଟି ସ୍କ୍ରିନ ସଟ୍ ପୋଲିସ ହାତରେ ଲାଗିଛି । ଏଥିରୁ ଦୁଇ ଜଣଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ ପ୍ରେମ, ପରବର୍ତ୍ତୀ ବିବାଦ ଓ ଶେଷରେ ଶତୃତା ବିଷୟରେ ଜାଣି ହେଉଛି । ଦୁଇଟି ଭିନ୍ନ ଭିନ୍ନ ସମୟରେ ହୋଇଥିବା ଏହି ଚାଟିଂରୁ ଜଣାପଡ଼ିଛି ଯେ ପ୍ରଥମେ ଉଭୟ ଉଭୟଙ୍କୁ ପ୍ରେମ ନିବେଦନ କରିଥିଲେ ଓ ପରେ ଉଭୟଙ୍କ ମଧ୍ୟରେ ଏମିତି କିଛି ଘଟିଥିଲା ଯାହା ବିବାଦ ସୃଷ୍ଟି କରି ସମ୍ପର୍କକୁ ଶତୃତାରେ ପରିଣତ କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପଛରେ ଥିଲା ଏକ ବାଳକର କାର୍ଯ୍ୟ କୋର୍ଟର ନିଷ୍ପତ୍ତି

ତୁଷାରକାନ୍ତଙ୍କ ମୃତ ଦେହ ଗୁରୁବାର ଦିନ ଯୋବ୍ରା ବ୍ୟାରେଜରୁ ମିଳିଥିଲା । ଏହାର ଦିନକ ପୂର୍ବରୁ ସେ ଘରୁ ନିଜ ବଡ଼ ଭଉଣୀଙ୍କ ସ୍କୁଟି ନେଇ ଚାଲିଯାଇଥିଲେ ଓ ଫେରି ନ ଥିଲେ । ମହାନଦୀ ପୋଲରେ ସେହି ସ୍କୁଟି ମିଳିଥିଲା । ତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ତ୍ରିକୋଣୀୟ ପ୍ରେମ ସମ୍ପର୍କରେ ବିବାଦ ଯୋଗୁଁ ତୁଷାରକାନ୍ତଙ୍କୁ ତାଙ୍କ ବାନ୍ଧବୀ ବା ତାଙ୍କ ଅନ୍ୟ ପ୍ରେମକ ବା ହୁଏତ ଦୁଇ ଜଣ ମିଶି ହତ୍ୟା କରିଛନ୍ତି ।

ତୁଷାରଙ୍କ ମୃତ ଦେହ ଗୁରୁବାର ଦିନ ନଦୀରୁ ବାହାର କରାଯାଇଥିଲା ।


‘‘ମୁଁ ପିଲା ଦେଖିଥିଲି, ହେଲେ ତମ ଭଳି ଏମିତି ପିଲା ଦେଖି ନ ଥିଲି । ମୋ’ ରିଲେସନ ଭାଙ୍ଗିବା ପାଇଁ ତମେ ମିଛ ବି କହିଦେଲ । ମୋ’ର କେତେବେଳେ ଇଚ୍ଛା ଥିଲା ଏ ସବୁ କରିବାକୁ, ମୁଁ ତୁମ କଥାରେ ଭାସିକି ତମ ପାଇଁ ଆଟ୍ରାକ୍ସନଟା ଆଣିବା ମୋ’ର ଭୁଲ୍ ଥିଲା, ମୋ’ର ସେତେବେଳେ ସୋନୁ କଥା ମନେ ପଡ଼ିଥିଲା ବୋଲି ମୁଁ ଦୂରେଇ ଯାଇଥିଲି । ମୋତେ ବରବାଦ କରି ଦେଇଛ ନା.. ହଉ ଦେଖ ତମ ସହ କଣ ହେଉଛି, ମୁଁ କିଛି କରିବିନି.. ଭଗବାନ ଅଛନ୍ତି.. ଦେଖୁଛନ୍ତି.., ନିଜେ ଡ଼ରୁଥିଲ ନା ପୋଲିସ କେସ୍ ପାଇଁ, ମୋ ସାମ୍ନାକୁ ଆସିଲେ ଜୀବନରୁ ମାରିଦେବି,’’ ହ୍ୱାଟ୍ସ-ଆପ୍‌ ଚାଟିଂର ଦ୍ଵିତୀୟ ପର୍ଯ୍ୟାୟରେ ତୁଷାରଙ୍କୁ ତାଙ୍କ ପ୍ରେମିକା ରଶ୍ମି ଲେଖିଛନ୍ତି ।

ଏହା ବି ପଢ଼ନ୍ତୁ | ଦେଶର ତଦନ୍ତକାରୀ ସଂସ୍ଥାମାନେ କୋର୍ଟକୁ ସହଯୋଗ କରୁନାହାନ୍ତି’: ଖପ୍ପା ହୋଇ କହିଲେ ସୁପ୍ରିମ କୋର୍ଟ୍

ତୁଷାରକାନ୍ତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ଏକ ଭିଡ଼ିଓ ବି ସାମନାକୁ ଆସିଛି । ଏଥିରେ ସେ ରଶ୍ମି ଓ ଅନେୟ କେତେକ ସାଙ୍ଗଙ୍କ ସହିତ ହସଖୁସି କରୁଥିବା ଦେଖାଯାଇଛି । ଏହା ସହିତ ତୁଷାର ଓ ତାଙ୍କର ଅନ୍ୟ ଜଣେ ସାଙ୍ଗଙ୍କ ବାର୍ତ୍ତାଳାପର ଏକ ଅଡି଼ଓ ବି ପ୍ରଘଟ ହୋଇଛି। ଏଥିରେ ତୁଷାର କେମିତି ଯନ୍ତ୍ରଣା ସହୁଛନ୍ତି ସେ ବାବଦର ନିଜ ସାଙ୍ଗଙ୍କୁ କହିବା ସହ ଆତ୍ମହତ୍ୟା କରିଦେବେ ବୋଲି ମଧ୍ୟ କହୁଥିବା ଶୁଣାଯାଉଛି ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ କମିଲା; ପୁଣି ଥରେ ଆସିଲା ସୁନା କିଣିବା ସୁଯୋଗ; ରୂପା ଦାମ୍ ବି କମିଛି

‘‘ଯାହା ହେଲା ହେଲା, ମୁଁ ସେ ସବୁ ଜିନିଷ ଭୁଲି ଯାଇଥିଲି। ମୋ’ ଉପରେ ସବୁ ଭୁଲ ଲଦିଛନ୍ତି । ମୁଁ ମରିଯିବା ପରେ ସବୁ ଠିକ୍ ହୋଇଯିବ,’’ ଏହି ଅଡ଼ିଓ ଟେପରେ ତୁଷାର କହୁଥିବା ଶୁଣାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନୁଷ୍କା ଶର୍ମା ଇଂଲଣ୍ଡରୁ ଫଟୋ ଶେୟାର୍ କଲେ; ବିରାଟ ପଚାରିଲେ, ‘କିଏ ଉଠେଇଛି ଫଟୋ?’

ତୁଷାରଙ୍କ ସହପାଠୀ ସୟଦ ଉସମାନ କହିଛନ୍ତି ଯେ ରଶ୍ମୀର ତୁଷାର ପୂର୍ବରୁ ଗୋଟିଏ ବୟଫ୍ରେଣ୍ଡ ଥିଲା ଓ ତାକୁ ନେଇ ତୁଷାରଙ୍କ ସହ ତା’ ସମ୍ପର୍କ ତିକ୍ତ ହୋଇଥିଲା । ‘‘ରଶ୍ମୀ ସହିତ ତୁଷାରର ସମ୍ପର୍କ ଥିବା ସନ୍ଦେହ କରି ସେହି ବୟଫ୍ରେଣ୍ଡ ରଶ୍ମୀଠାରୁ ଅଲଗା ହୋଇଯାଇଥିଲା । ରଶ୍ମୀ ତୁଷାରକୁ ବାରମ୍ବାର ଧମକ ଦେଇ କହୁଥିଲା ଯେ ସେ ପୁଣି ସେମାନଙ୍କ ଭିତରେ ମିଳାମିଶା କରାଇଦେଉ । ତା’ ପରେ ସେମାନେ ତୁଷାରକୁ ବାଡ଼େଇଥିଲେ । ତେଣୁ ସେ ଡିପ୍ରେସନକୁ ଚାଲିଯାଇଥିଲା । ଆମକୁ ଆତ୍ମହତ୍ୟା କରି ଦେବ ବୋଲି ତୁଷାର କହିବା ପରେ ଆମେ ତାକୁ ବୁଝାଇଥିଲୁ,’’ କହିଛନ୍ତି ଉସମାନ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପୋଲିସ୍ ରେଡ୍ ଠାରୁ ଗିରଫ ହେବା ଯାଏଁ... ରାଜ କୁନ୍ଦ୍ରା ନିର୍ଭୟରେପ୍ଲାନ୍ ବିପାଇଁ ପ୍ରସ୍ତୁତ ହେଉଥିଲେ

ଶୁକ୍ରବାର ଦିନ ତୁଷାରଙ୍କ ବାପା କ୍ୟାଣ୍ଟନମେଣ୍ଟ ଥାନାରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଏକ ଏତାଲା ଦେଇଛନ୍ତି । ଏଥିରେ ସେ ତୁଷାରଙ୍କ ବାନ୍ଧବୀ, ତାଙ୍କ ବଡ଼ ଭଉଣୀ ଓ ଅନ୍ୟ ତାରି ଜଣଙ୍କୁ ଷଡ଼ଯନ୍ତ୍ର କରି ତୁଷାରଙ୍କୁ ହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି ।



ତୁଷାରଙ୍କ ବାନ୍ଧବୀ ତଥା ପ୍ରେମିକାଙ୍କ ବାପା କହିଛନ୍ତି, ‘‘ମୃତ୍ୟୁ ବରଣ କରିଥିବା ପିଲାର ପରିବାର ଲୋକେ ଯାହା ବି ଅଭିଯୋଗ କରୁଛନ୍ତି ପୋଲିସ ତା’ର ତଦନ୍ତ କରୁଛି । ଆମେ ପୋଲିସକୁ ତଦନ୍ତରେ ସହଯୋଗ କରିବୁ ।’’
Published by: Anand ST Das
First published: August 6, 2021, 11:10 PM IST