କୌନ ବନେଗା କରୋଡ଼ପତି ନାଁରେ ଲୁଟ୍ ଉଦ୍ୟମ; ଥାନାରେ ଏତଲା ଦେଲେ ଦୁଇ ସାଙ୍ଗ

ଫେସବୁକ ପରେ ଏବେ ହ୍ୱାଟ୍ସଆପ ହ୍ୟାକ୍ କରି ଆରମ୍ଭ କରିଛନ୍ତି ଲୁଟ୍ ଉଦ୍ୟମ କରିଛନ୍ତି। ପୁରୀରେ ହ୍ୟାକର ଶିକାର ହୋଇଥିବା ଦୁଇ ସାଙ୍ଗ ପୁଲିସ ସାଇବର ସେଲରେ ଏତଲା ଦେଇଛନ୍ତି।

ହ୍ଵାଟ୍ସଆପ ହ୍ୟାକ କରି ଲୁଟ କରିବାକୁ ଉଦ୍ୟମ କରିଛନ୍ତି ସାଇବର ଠକ (ପ୍ରତୀକାତ୍ମକ ଛବି)

ହ୍ଵାଟ୍ସଆପ ହ୍ୟାକ କରି ଲୁଟ କରିବାକୁ ଉଦ୍ୟମ କରିଛନ୍ତି ସାଇବର ଠକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ: ପୁରୀରେ ମାତିଛନ୍ତି ସାଇବର ଲୁଟେରା । ଫେସବୁକ ପରେ ଏବେ ହ୍ୱାଟ୍ସଆପ ହ୍ୟାକ୍ କରି ଆରମ୍ଭ କରିଛନ୍ତି ଲୁଟ୍ ଉଦ୍ୟମ । କର୍ଣ୍ଣାଟକରୁ ମାଷ୍ଟରମାଇଣ୍ଡ ଅପରେଟିଂ କରୁଛି। ପୁରୀରେ ହ୍ୟାକର ଶିକାର ହୋଇଥିବା ଦୁଇ ସାଙ୍ଗ ପୁଲିସ ସାଇବର ସେଲରେ ଏତଲା ଦେଇଛନ୍ତି।

ପୁରୀରେ ଏକ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ଯାଜପୁର ଜିଲ୍ଲା ମଙ୍ଗଳପୁରର ୩୨ ବର୍ଷିୟ ଯୁବକ ସୌମ୍ୟରଂଜନ ନାୟକଙ୍କ କହିବା ଅନୁଯାୟୀ, "ଗତ ୧୩ ତାରିଖରେ ତାଙ୍କ ମୋବାଇଲ ହ୍ୱାଟ୍ସଆପକୁ ଏକ ମେସେଜ ଆସିଥିଲା। ତା' ପରେ ସେହି ନମ୍ବରରୁ।କଲ ଆସିବା ପରେ ସେ ନିଜକୁ ମୁମ୍ବାଇର ବିଜୟ କୁମାର ଓ ସେ କୌନ ବନେଗା କରୋଡ଼ପତି ପ୍ରୋଗାମରୁ କଲ କରିଛି ବୋଲି କହିଥିଲା। ତାଙ୍କୁ ୨୫ ଲକ୍ଷ ଟଙ୍କା ଜିତିଥିବା ସହ ହ୍ୱାଟ୍ସ ଆପକୁ ମେସେଜ ଯାଇଛି ବୋଲି କହିଥିଲେ । ତେବେ ୨୫ ଲକ୍ଷ ଟଙ୍କା ପାଇବାକୁ ହେଲେ ପ୍ରଥମେ ୮ ହଜାର ୧ ଶହ ଟଙ୍କା ଡିପୋଜିଟ କରିବାକୁ ପଡ଼ିବ ବୋଲି କହିଥିଲା।

"ଏହା ସାଇବର ଅପରାଧୀଙ୍କ କାମ ବୋଲି ଜାଣି ସୌମ୍ୟ ନିବୃତ ରହିଲା। କିନ୍ତୁ ଆସିଥିବା ମେସେଜ ଭିତରେ ଏକ ଲିଙ୍କ ରହିଥିଲା  । ଆଉ ଲିଙ୍କକୁ ପଢିବା କ୍ଷଣି ତାହା ଖୋଲିଯାଇ ମୋ ମୋବାଇଲ ହ୍ୟାକ୍ ହୋଇଯାଇଥିଲା  । ସୌମ୍ୟଙ୍କ ଫଟୋ ଲଗାଇ ଏକ ଜାଲ ସାର୍ଟିଫିକେଟ ତିଆରି କରି ହ୍ୟାକର ପୁଣି ମେସେଜ ପଠାଇଥିଲା  । ଏହାପରେ ସୌମ୍ୟର ସମସ୍ତ କଣ୍ଟାକ୍ଟକୁ ମେସେଜ ସେଣ୍ଟ ହୋଇଥିଲା  । ଏପରିକି ଅଜଣା ନମ୍ବରରୁ ବି ମେସେଜ ସେଣ୍ଟ ହେଉଥିଲା  । କିଛି ସମୟ ପାଇଁ ସୌମ୍ୟର ଫୋନଟି ଅଚଳ ହୋଇଯାଇଥିଲା  । ତେବେ ସୌମ୍ୟର ସମସ୍ତ ବନ୍ଧୁମାନେ ଏଭଳି ମେସେଜ ଦେଖି ବିରକ୍ତ ହେବା ସହ ତା ଫୋନଟି ହ୍ୟାକ ହୋଇଛି ବୋଲି ଫୋନ କରି ଜାଣିବାକୁ  ପାଇଲେ। ସେ ମେସେଜ ଓପନ କରିବା ପରେ ମୋ ଫୋନଟି ହ୍ୟାକ୍ ହୋଇଯାଇଥିଲା, " କହିଛନ୍ତି ସୌମ୍ୟଙ୍କ ସାଙ୍ଗ କଣାସ ଅଞ୍ଚଳର ଛାତ୍ର ଅମର ବାରିକ୍।

"ଶନିବାର ଦିନ ସୌମ୍ୟ ଓ ତାଙ୍କ ସାଙ୍ଗ ଅମର ସାଇବର ଥାନାରେ ଏକ ଏତେଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଆରମ୍ଭ ହୋଇଛି ତଦନ୍ତ  । ଯେଉଁ ନମ୍ବରରୁ ମେସେଜ୍ ଆସିଥିଲା ତାହା ଯାଞ୍ଚ କଲା ବେଳେ ହ୍ୟାକର କର୍ଣ୍ଣାଟକର ବୋଲି ଜଣାପଡିଛି  । ଏ ନେଇ ତଦନ୍ତ ଜାରି ରହିଛି," କହିଛନ୍ତି ସାଇବର ସେଲର ଆଇଆଇସି ଅପର୍ଣ୍ଣା ପୃଷ୍ଟି ।

ସାଇବର ଅପରାଧୀମାନେ ଲୁଟିବାର ତରିକା ବଦଳାଇଛନ୍ତି । ପୂର୍ବରୁ ସିଧାସଳଖ ଲିଙ୍କ୍ ଦେଉଥିବା ବେଳେ ଏବେ ମେସେଜ୍ ଭିତରେ ଲିଙ୍କ୍ ଛାଡୁଛନ୍ତି । କେଉଁ ମେସଜ ବୋଲି ପଢିବା ବେଳେ ଲିଙ୍କ ମନକୁମନ ଓପନ ହୋଇଯାଇଛି । ତେଣୁ ଅଜଣା ମେସେଜ ପଢିବା ବେଳେ ସାବଧାନତା ଅବଲମ୍ବନ କରିବା ଉଚିତ ବୋଲି ପୁରୀ ସାଇବର ସେଲ ପକ୍ଷରୁ ସତର୍କ କରାଯାଉଛି
Published by:Soumya Das
First published: