ରାଷ୍ଟ୍ରପତି ପରେ ପ୍ରଥମ ଗସ୍ତ; ଓଡ଼ିଶା ଆସି କଣ ଖାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ?

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଗନ୍ନାଥ ପ୍ରେମୀ ହେଇଥିବାରୁ ତାଙ୍କୁ ଆନନ୍ଦବଜାରରେ ଖାଇବା ପାଇଁ ଅନୁରୋଧ କରାଯିବ। ସେନେଇ ସ୍ୱତନ୍ତ୍ର ବ୍ଯବସ୍ଥା କରିଛି ସୁଆର ମହାସୁଆର ନିଯୋଗ ।

ପୁରୀ ଆସି କଣ ଖାଇବେ ରାଷ୍ଟ୍ରପତି ମୁର୍ମୁ?

ପୁରୀ ଆସି କଣ ଖାଇବେ ରାଷ୍ଟ୍ରପତି ମୁର୍ମୁ?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଚଳିତ ମାସ ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ପ୍ରସ୍ତାବିତ ପୁରୀ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ସମସ୍ତ ବିଭାଗ ନିଜ ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠାର ସହ ସମ୍ପର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ସେପଟେ ସୁଆର ମହାସୁଆର ନିଯୋଗ ପକ୍ଷରୁ ରାଷ୍ଟ୍ରପତିଙ୍କୁ ପରସା ଯିବ ସକାଳ ଧୂପରେ ବାହାରିଥିବା ଝିଲ୍ଲୀ, ବିରି ପିଠା , ହଂସକେଳି ସହ ଖେଚୁଡ଼ି , ଶାଗ, ଡାଲି ,ଡାଲମା , ବେସର ଓ ରସାବଳି । ପୁଣି ଏସବୁ ଆନନ୍ଦବଜାରରେ ଖାଇବାର ବ୍ୟବସ୍ଥା ହୋଇଛି। ରାଜ୍ୟପାଳ ଥିବା ବେଳେ ସେ ଆନନ୍ଦବଜାରରେ ବସି ଖାଇଛନ୍ତି । ତେଣୁ ସେ ଜଗନ୍ନାଥ ପ୍ରେମୀ ହେଇଥିବାରୁ ତାଙ୍କୁ ଆନନ୍ଦବଜାରରେ ଖାଇବା ପାଇଁ ଅନୁରୋଧ କରାଯିବ । ଆଉ ଏହା ଆମପାଇଁ ଗର୍ବ ଓ ଗୌରବ ସହ ଶ୍ରୀମନ୍ଦିର ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି ହେବ । ସେଥିପାଇଁ ଛତିଶା ନିଯୋଗ ବୈଠକରେ ଏ ନେଇ ଆଲୋଚନା କରାଯାଇଥିବା ବେଳେ ଦିନ ୧୧ଟା ସୁଦ୍ଧା ମହାପ୍ରସାଦ ବାହାରିବାର ବ୍ୟବସ୍ଥା ହେବ । ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ସୂଚନା ଦେଇଛନ୍ତି ।

https://odia.news18.com/news/odisha/president-draupadi-murmu-coming-to-odisha-will-visit-her-school-tv-4srm-041122-srm-nbb-133957.html

ଏସପି ଡଃ କନୱର ବିଶାଲ ସିଂ ବିଗତ ଦିନର ରାଷ୍ଟ୍ରପତିଙ୍କ ଗସ୍ତର ଅଭିଜ୍ଞତା ଆଧାରରେ ଚଳିତ ଗସ୍ତକୁ ଆହୁରି ଭଲ ଭାବରେ ପରିଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ। ତାଳବଣିଆ ହେଲିପ୍ୟାଡରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ, ରାଷ୍ଟ୍ରପତି ଓ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀମାନଙ୍କ ରହଣି ବ୍ୟବସ୍ଥା, ଗମନାଗମନ ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା, ସୁରକ୍ଷା,ବ୍ୟାରିକେଡ ଓ ଟ୍ରାଫିକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ରାସ୍ତା ମରାମତି, ପାନୀୟ ଜଳ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ଓ ଟେଲିଫୋନ ଯୋଗାଯୋଗ  ବ୍ୟବସ୍ଥା, ଶୌଚାଳୟ ଓ ପରିମଳ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥା, ସିହଦ୍ଵାର ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ବ୍ୟବସ୍ଥା ଓ ପୁନଶ୍ଚ ଭୁବନେଶ୍ୱର ଫେରିବା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବାକୁ ଆଲୋଚନା କରାଯାଇଥିଲା।"



୧୧ ତାରିଖ ସକାଳ ୯ ଟାରୁ ୧୦ ମଧ୍ୟରେ ଖଣ୍ଡଗିରି ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଓ ୟୁନିଟ ୨ ଉଚ୍ଚ ବିଦ୍ୟାଳୟ ବୁଲିବେ । ଉଭୟ ବିଦ୍ୟାଳୟରେ ୧୦ମିନିଟ ଲେଖାଏଁ ରହିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସ୍କୁଲରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍କୁଲ ସଫେଇ ସାଙ୍ଗକୁ ଆରମ୍ଭ ହୋଇଛି ସାଜସଜା । ଗଣଶିକ୍ଷା ସଚିବଙ୍କ ସହ ବିଭିନ୍ନ ବିଭାଗ ଅଧିକାରୀମାନେ ଆଜି ଏହି ଦୁଇ ସ୍କୁଲ ପରିଦର୍ଶନ କରିଛନ୍ତି । ସ୍କୁଲ ଗୁଡିକୁ ନିର୍ଦ୍ଦେଶ ମିଳିବା ପରେ ଆରମ୍ଭ ହୋଇଛି କାମ । କେଉଁ ଗେଟରେ ଆସିବେ କିଭଳି ସ୍ୱାଗତ କରାଯିବ ସେ ନେଇ ବୈଠକ ସରିଛି । ଏହାସହ ପିଲାଙ୍କୁ ବି ଉଦବୋଧନ ଦେବେ ବୋଲି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ।
Published by:Soumya Das
First published: