ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ATMରୁ ଛିଣ୍ଡା ନୋଟ୍ ବାହାରିଲା? ଏଣିକି ବ୍ୟାଙ୍କ୍ ତାକୁ ଫେରାଇ ନେବ; SBI କହିଲା ଉପାୟ

ATMରୁ ଛିଣ୍ଡା ନୋଟ୍ ବାହାରିଲା? ଏଣିକି ବ୍ୟାଙ୍କ୍ ତାକୁ ଫେରାଇ ନେବ; SBI କହିଲା ଉପାୟ

What to do when ATMs give torn notes; SBI tells the way | କୌଣସି ବ୍ୟାଙ୍କ୍ ATMରୁ ବାହାରିଥିବା ବିକୃତ ନୋଟ୍ ବଦଳାଇ ତା’ ସ୍ଥାନରେ ଭଲ ନୋଟ୍ ଦେବାକୁ ମନା କରିପାରିବେ ନାହିଁ । ଯଦି ସେମାନେ ନିୟମ ଉଲ୍ଲଙ୍ଘନ କରନ୍ତି, ତେବେ ସମ୍ପୃକ୍ତ ବ୍ୟାଙ୍କ୍ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

ATMରୁ ଛିଣ୍ଡା ନୋଟ୍ ବାହାରିଲା? ଏଣିକି ବ୍ୟାଙ୍କ୍ ତାକୁ ଫେରାଇ ନେବ; SBI କହିଲା ଉପାୟ
ଏଣିକି ଆପଣ ଛିଣ୍ଡା ନୋଟଗୁଡିକୁ ବଦଳେଇ ପାରିବେ । (ପ୍ରତୀକାତ୍ମକ ଫଟୋ: ରୟଟର୍ସ)
  • News18 Odia
  • Last Updated: October 22, 2021, 7:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗଲା କିଛି ବର୍ଷ ମଧ୍ୟରେ ଭାରତୀୟ ବଜାରରେ ଡିଜିଟାଇଜେସନ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବେଳେବେଳେ ଆମକୁ ନଗଦ ଆବଶ୍ୟକ ହେଲେ ଆମେ ଟଙ୍କା ଉଠାଇବା ପାଇଁ ଏ.ଟି.ଏମ୍‌.କୁ ଯାଉଁ । ଅନେକ ଥର ଏମିତି ଘଟେ ଯେ ନଗଦ ଟଙ୍କା ଉଠାଇବା ବେଳେ ନୋଟଗୁଡି଼କ ଛିଣ୍ଡା ଥାଏ ଓ ସେଗୁଡ଼ିକୁ ବଦଳାଇବା ପାଇଁ କୌଣସି ଉପାୟ ନ ଥାଏ । ଅନେକ ଥର ସେହି ନୋଟ୍ ବଜାରରେ କିମ୍ବା ଦୋକାନରେ ବି ଚାଲେ ନାହିଁ । ହେଲେ ଏବେ ଆପଣଙ୍କୁ ଚିନ୍ତା କରିବାକୁ ପଡି଼ବ ନାହିଁ କାରଣ ଏଣିକି ଆପଣ ସେମିତି ଛିଣ୍ଡା ନୋଟଗୁଡିକୁ ବଦଳେଇ ପାରିବେ ।

କଟା-ଫଟା ନୋଟ୍ ବିନିମୟ (ଏକ୍ସଚେଞ୍ଜ୍‌) କରିବାକୁ ହେଲେ ଆପଣଙ୍କୁ ସେହି ବ୍ୟାଙ୍କରେ ଆବେଦନ କରିବାକୁ ପଡି଼ବ ଯାହାର ଏ.ଟି.ଏମ.ରୁ ଆପଣ ନଗଦ ଟଙ୍କା ବାହାର କରିଥିଲେ । ଆପଣଙ୍କୁ ଆବେଦନରେ ଏ.ଟି.ଏମ.ରୁ ଟଙ୍କା ଉଠାଇବାର ତାରିଖ, ସମୟ ଓ ସ୍ଥାନ ଉଲ୍ଲେଖ କରିବାକୁ ପଡି଼ବ । ଯଦି ଆପଣଙ୍କ ପାଖରେ ଏ.ଟି.ଏମ୍‌.ରୁ ମିଳିଥିବା ସ୍ଲିପ୍ ନାହିଁ, ତେବେ ଆପଣଙ୍କୁ ମୋବାଇଲ ଫୋନରେ ଆସିଥିବା ମେସେଜର ବିବରଣୀ ଦେବାକୁ ପଡି଼ବ ।

ଏହା ବି ପଢ଼ନ୍ତୁ | କଟକରେ ପୋଲିସ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହେଲା; ପୋଲିସ ଲାଠି ଚାର୍ଜ କଲା; ପୋଲିସ କର୍ମୀ ଆହତ

ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର (ଆର୍‌.ବି.ଆଇ.) ନିୟମ ଅନୁଯାୟୀ କଟା-ଫଟା (ମ୍ୟୁଟିଲେଟେଡ୍) ନୋଟ୍ ବିନିମୟ ହୋଇପାରିବ ନାହିଁ, କିନ୍ତୁ ଜଣେ ଉପଭୋକ୍ତା ଟ୍ୱିଟରରେ ଏ ନେଇ ଅଭିଯୋଗ କରିବା ପରେ ଏହି କ୍ଷେତ୍ରେ ଗ୍ରାହକ କ’ଣ ପଦକ୍ଷେପ ନେବା ଉଚିତ ତାହା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (SBI) ବୁଝାଇ କହିଛି । ଏସ୍‌.ବି.ଆଇ. କହିଛି, ‘‘ଦୟାକରି ଧ୍ୟାନ ଦିଅନ୍ତୁ ଯେ ନୋଟଗୁଡି଼କୁ ଆମ ଏ.ଟି.ଏମ.ରେ ଲୋଡ୍ କରିବା ପୂର୍ବରୁ ସେଗୁଡ଼ିକୁ ଅତ୍ୟାଧୁନିକ ନୋଟ୍ ସର୍ଟିଂ ମେସିନ୍ ମାଧ୍ୟମରେ ଯାଞ୍ଚ କରାଯାଇଥାଏ । ତେଣୁ ମଇଳା କିମ୍ବା ଫଟା ନୋଟ୍ ବାହାରିବା ଅସମ୍ଭବ । ତଥାପି ଆପଣ ଯେକୌଣସି SBI ଶାଖାକୁ ଆସି ସେମିତି ନୋଟ୍ ବିନିମୟ କରିପାରିବେ ।’’

ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟା: ହୋଟେଲରେ ନାଚୁଥିଲେ କନେଷ୍ଟବଳ, ନିଲମ୍ବିତ ହେଲେ; ବଦଳିଲେ ଥାନା ଅଧିକାରୀ

ଏସ୍‌.ବି.ଆଇ. ଅନୁଯାୟୀ ଯେକୌଣସି ବ୍ୟକ୍ତି ସାଧାରଣ ବ୍ୟାଙ୍କିଙ୍ଗ ବା ନଗଦ ସମ୍ବନ୍ଧୀୟ ଅସୁବିଧା ଭୋଗ କରୁଥିଲେ https://crcf.sbi.co.in/ccf/ ୱେବସାଇଟ୍‌ ପୃଷ୍ଠାରେ ଅଭିଯୋଗ କରିପାରିବେ । ଏହି ଲିଙ୍କ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏ.ଟି.ଏମ୍. ପାଇଁ ଉଦ୍ଦିଷ୍ଟ । କୌଣସି ବ୍ୟାଙ୍କ୍‌ ଏ.ଟି.ଏମ.ରୁ ବାହାରିଥିବା ବିକୃତ ନୋଟ୍ ବଦଳାଇ ତା’ ସ୍ଥାନରେ ଭଲ ନୋଟ୍‌ ଦେବାକୁ ମନା କରିପାରିବେ ନାହିଁ । ଏଥି ସହିତ ଯଦି ବ୍ୟାଙ୍କଗୁଡିକ ନିୟମ ଉଲ୍ଲଙ୍ଘନ କରନ୍ତି, ତେବେ ସମ୍ପୃକ୍ତ ବ୍ୟାଙ୍କ୍‌ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଗ୍ରାହକଙ୍କ ଅଭିଯୋଗ ଉପରେ ନିର୍ଭର କରି ବ୍ୟାଙ୍କକୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମଧ୍ୟ ଦେବାକୁ ପଡି଼ପାରେ ବୋଲି ନିୟମ ଅଛି ।
Published by: Anand S.T. Das
First published: October 22, 2021, 7:47 PM IST