Cyclone News: ଏଇ ସପ୍ତାହ ଶେଷରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ! କେଉଁଠି ଜାଣନ୍ତୁ

ସମ୍ଭାବ୍ୟ ବାତ୍ୟା ମୋକାର ଗତିପଥକୁ ନେଇ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀଙ୍କ ବଡ଼ ସୂଚନା

ସମ୍ଭାବ୍ୟ ବାତ୍ୟା ମୋକାର ଗତିପଥକୁ ନେଇ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀଙ୍କ ବଡ଼ ସୂଚନା

ସମ୍ଭାବ୍ୟ ବାତ୍ୟା ମୋକାର ଗତିପଥକୁ ନେଇ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀଙ୍କ ବଡ଼ ସୂଚନା

  • News18 Odia
  • Last Updated :
  • New Delhi, India
  • Share this:
News18 Odia Digital

ସମ୍ଭାବ୍ୟ ବାତ୍ୟା ମୋକାକୁ ନେଇ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକଲ୍ସ (Jason Nicholls)ଙ୍କ ବଡ଼ ସୂଚନା । ବୁଧବାର ନୁହେଁ ଗୁରୁବାର ଦିନ ବାତ୍ୟାର ରୂପ ନେବ ଅବପାତ (Depression) । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଜାସନ । ତାଙ୍କ ଆକଳନ ଅନୁସାରେ ଏହି ବାତ୍ୟାର ଗତିପଥ ଯାହା ସୂଚାଉଛି ଏହା ଓଡ଼ିଶା ମୁହାଁ ହେବା ଆଶଙ୍କା କମ୍‌ । ବାତ୍ୟା ମୋକା ମିଆଁମାର କିମ୍ବା ବାଂଲାଦେଶରେ ଲ୍ୟାଣ୍ଡଫଲ୍ କରିପାରେ । ଏଇ ସପ୍ତାହ ଶେଷରେ ଅର୍ଥାତ ଶନିବାର କି ରବିବାର ବାତ୍ୟା ମିଆଁମାର କିମ୍ବା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ।

ଜାସନ ନିକଲ୍ସ କିଏ ଓ ତାଙ୍କ ସୂଚନା କାହିଁକି ଗୁରୁତ୍ବପୂର୍ଣ୍ଣ ?

ଜାସନ ନିକଲ୍ସ ହେଉଛନ୍ତି ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପାଣିପାଗ ବିଜ୍ଞାନୀ । ଆକ୍ୟୁ ୱେଦର୍‌ର ଇଣ୍ଟରନ୍ୟାସନାଲ ଫୋରକାଷ୍ଟିଂ ମ୍ୟାନେଜର ଅଛନ୍ତି ଜାସନ । ବାତ୍ୟାର ପୂର୍ବାନୁମାନ ଓ ଗତିପଥର ଆକଳନ ପାଇଁ ଜଣାଶୁଣା । ଓଡ଼ିଶାରେ ବାତ୍ୟାକୁ ନେଇ ସେ ପୂର୍ବରୁ ମଧ୍ୟ ଅନେକ ଥର ସଠିକ ଆକଳନ କରିଛନ୍ତି । ତେବେ ଏଥର ଜାସନ୍‌ଙ୍କ ସୂଚନା ଏଇଥି ପାଇଁ ଗୁରୁତ୍ବପୂର୍ଣ୍ଣ ଯେ, ଯଦି ତାଙ୍କ ପୂର୍ବାନୁମାନ ସତ ହୁଏ ତାହେଲେ ବାତ୍ୟା ଓଡ଼ିଶାରେ ମାଡ଼ ନକରି ମିଆଁମାର କି ବାଂଲାଦେଶ ଆଡ଼କୁ ଚାଲିଯିବ ।



ଖରା ଦିନିଆ ବାତ୍ୟାର ଗତିପଥର ପ୍ରାରମ୍ଭିକ ଆକଳନ କେତେ ଠିକ୍‌  ? 

ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଖରା ଦିନିଆ ବାତ୍ୟା ଟିକେ ଅଲଗା । ଏହା ଶେଷ ମୁହୂର୍ତ୍ତରେ ଦିଗ ବଦଳାଏ । ଏଭଳି ଘଟଣା ନଜିର ରହିଛି । ଫୋନି ବାତ୍ୟା ଯାହାକି ପ୍ରାରମ୍ଭିକ ଆକଳନ ଅନୁସାରେ ଓଡ଼ିଶାରୁ ବହୁ ଦୂର ବାଂଲାଦେଶ ସୁନ୍ଦରବନ୍‌ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବାର ଥିଲା, ଶେଷ ମୁହୂର୍ତ୍ତରେ ଦିଗ ବଦଳାଇ ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।





ସମ୍ଭାବ୍ୟ ବାତ୍ୟାକୁ ନେଇ IMD କଣ କହୁଛି ?

ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ୧୦ ତାରିଖରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ବାତ୍ୟାରେ ପରିଣତ ହେବା ପରେ ୧୨ ତାରିଖ ସକାଳ ଯାଏଁ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପରବର୍ତ୍ତୀ ସମୟରେ ଗତିପଥ ପରିବର୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଯିବ ବାତ୍ୟା । ବାତ୍ୟା ବାଂଲାଦେଶ- ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁବା ଅନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପକୂଳରେ ପଡ଼ିବା ସମ୍ଭାବନା ନାହିଁ । କିନ୍ତୁ ବାତ୍ୟା ପ୍ରଭାବରେ ରାଜ୍ୟରେ ହଟ୍ ୱେଦର୍ କଣ୍ଡିସନ୍ ବଢ଼ିବ । ଆଗାମୀ ଦିନରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବା ସହ ଗୁଳୁଗୁଳି ଅସହ୍ୟ ହେବ । ଆସନ୍ତା ୪ ଦିନ ଯାଏଁ ଗରମ ଓ ଗୁଳୁଗୁଳି ଅଣାୟତ୍ତ କରିପାରେ ।
Published by:nihar panda
First published: