News 18 Odia Digital
ଭୁବନେଶ୍ୱର: ଡିଜେ ଆଜେକ୍ସ ଆତ୍ମହତ୍ୟା ପଛରେ ୯୭ ସେକେଣ୍ଡର ଫୋନ୍ କଲ୍ (phone call)କୁ ନେଇ ଚର୍ଚ୍ଚା । ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ଶେଷଥର ୯୭ ସେକେଣ୍ଡ ପାଇଁ ହୋଇଥିଲେ ଆଜେକ୍ସ । ତେବେ ଶେଷ କଲ୍ର ସମୟ ହିଁ ଆତ୍ମହତ୍ୟାର କାରଣ ହୋଇଥାଇପାରେ ସନ୍ଦେହ କରୁଛି ପୋଲିସ (police) । ସେପଟେ ସାଇଣ୍ଟିଫିକ ଏକ୍ସପର୍ଟ ଜରିଆରେ ଆଜେକ୍ସଙ୍କ ଜବତ ମୋବାଇଲ ଫୋନ୍, (mobile phone) ଲାପଟପ୍ ରୁ ଡିଜିଟାଲ ତଥ୍ୟ ଆଧାରରେ ତଦନ୍ତ ଚଳାଇଛି ତଦନ୍ତକାରୀ ଟିମ ।
ଡିଜେ ଇଞ୍ଜିନିୟର ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟା କାରଣ ଖୋଜୁଛି ଖାରବେଳନଗର ଥାନା ପୋଲିସ । ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ଚଞ୍ଚଲ୍ୟକର ତଥ୍ୟ । ଆତ୍ମହତ୍ୟାର ଦିନ ଅର୍ଥାତ ଶନିବାର ସନ୍ଧ୍ୟା ୬ଟା ୪୫ମିମିଟ୍ରେ ଘଣ୍ଟାର ବ୍ୟାଟେରୀ ଖୋଲିଦେଇଥିଲେ ଆଜେକ୍ସ । ସନ୍ଧ୍ୟା ୬ଟା ୫୭ ମିନିଟରେ ବାନ୍ଧବୀଙ୍କୁ କରିଥିଲେ ଫୋନ୍ । ପ୍ରାୟ ୯୭ ସେକେଣ୍ଡ କଥା ହୋଇଥିଲେ । ଆଉ ତାପରେ ଫ୍ୟାନ୍ରେ ଝୁଲି ପଡ଼ିଥିଲେ । ଏହାର କିଛି ସମୟ ମଧ୍ୟରେ ବାନ୍ଧବୀ ଆଜେକ୍ସଙ୍କୁ ଭିଡିଓ କଲ କରିଥିଲେ । ହେଲେ ସେତେବେଳକୁ ଜୀବନ ହାରି ଦେଇଥିଲେ ଡିଜେ ଆଜେକ୍ସ । ଏବେ ପ୍ରଶ୍ନ ଉଠୁଛି ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ କଥା ହୋଇଥିବା ସେଇ ୯୭ ସେକେଣ୍ଡର ସତ କଣ ? ମରିବା ପୂର୍ବରୁ ବାନ୍ଧବୀଙ୍କୁ କଣ କହିଥିଲେ ଆଜେକ୍ସ ? ଶେଷ ଫୋନ୍ କଲ୍ରେ ଆଜେକ୍ସଙ୍କୁ ଏମିତି କିଛି କଥା କହିଥିଲେ କି ବାନ୍ଧବୀ ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଲେ ।
ଆଜେକ୍ସଙ୍କ ମୋବାଇଲ୍, ଲାପଟପ୍ରୁ ଡିଜିଟାଲ ତଥ୍ୟ ଖୋଜିଛି ପୋଲିସ । ସାଇବର ଏକ୍ସପର୍ଟ (cyber expert) ଜରିଆରେ ଆଜେକ୍ସଙ୍କ ହ୍ଵାଟ୍ସଆପ୍ ଚାଟ୍, ମେସେଞ୍ଜର, ଇମେଲ୍ , ଫୋନ୍କଲ୍ ରେକର୍ଡ ଯାଞ୍ଚ କରିଛି ତଦନ୍ତକାରୀ ଟିମ । ସେପଟେ ବରିଷ୍ଠ ଆଇନଜୀବୀ କହିଛନ୍ତି, ପୋଲିସ ୩୦୬ଦଫାକୁ ପ୍ରମାଣ କରିବା କଷ୍ଟ ହୋଇପାରେ । ସଠିକ ତଦନ୍ତ ହେଲେ ପ୍ରକୃତ ସତ ସାମ୍ନାକୁ ଆସିବ ।
ଡିଜେ ଆଜେକ୍ସ ଆତ୍ମହତ୍ୟା ଘଟଣାରେ ଏବେ ସୁଧା ୪ଟି ଚରିତ୍ର ସାମ୍ନାକୁ ଆସିଲେଣି । ଏମାନେ ହେଲେ ଆଜେକ୍ସ, ଆଜେକ୍ସଙ୍କ ବାନ୍ଧବୀ, ବାନ୍ଧବୀଙ୍କ ପୁରୁଷ ବନ୍ଧୁ ଏବଂ ଅନ୍ୟ ଜଣେ ଯୁବତୀ । ପୋଲିସ ଆଜେକ୍ସସଙ୍କ ବାନ୍ଧବୀଙ୍କୁ ଜେରା କରିଥିବା ବେଳେ ଖୁବଶୀଘ୍ର କାହାଣୀରେ ଥିବା ଅନ୍ୟଜଣେ ଜଣେ ଯୁବତୀ ଓ ବାନ୍ଧବୀଙ୍କ ପୁରୁଷ ବନ୍ଧୁଙ୍କୁ ଜେରା କରିବ ତଦନ୍ତକାରୀ ଟିମ ।
ଏହି ଖବର ପଢ଼ନ୍ତୁ -
ବିଜୁଳି ଗ୍ରାହକଙ୍କ ପାଇଁ ବଡ଼ ଖବର: OERC ପକ୍ଷରୁ ଜାରି ହେଲା ସୂଚନାPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।