ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ; ଓଡ଼ିଶାକୁ ମିଳିବ କେଉଁ ସବୁ ଫାଇଦା

ମୁଖ୍ୟମନ୍ତ୍ରୀଙ୍କ ଏହି ବିଦେଶ ଗସ୍ତରୁ ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆସିବା ନେଇ ବିଶେଷଜ୍ଞ ଆଶାପ୍ରକଟ କରିଛନ୍ତି ।ପର୍ଯ୍ୟଟନ ସହିତ ଡାଉନଷ୍ଟିମ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ବଢ଼ିବା ସମ୍ଭାବନା ରହିଛି।

ଭାରତର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ

ଭାରତର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ

  • Share this:
News18 Odia Digital

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ୧୦ ଦିନିଆ ବିଦେଶ ଗସ୍ତ । ପ୍ରଥମ ପର୍ଯ୍ୟାୟରେ ରୋମରେ ଯାଇ ପହଞ୍ଚିଛନ୍ତି ନବୀନ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ବିଦେଶ ଗସ୍ତରୁ ଓଡିଶାକୁ ଏସବୁ  ଫାଇଦା ମିଳିବ ବୋଲି ବୁଦ୍ଧିଜୀବୀ କହିଛନ୍ତି।

ଦୁବାଇରେ ହେବାକୁ ଥିବା ନିବେଶକ ସମ୍ମିଳନୀ ଉପରେ ରହିଛି ସମସ୍ତଙ୍କ ନଜର । ମୁଖ୍ୟମନ୍ତ୍ରୀଙ୍କ ଏହି ବିଦେଶ ଗସ୍ତରୁ ଓଡିଶାକୁ ଅଧିକ ପୁଞ୍ଜିନିବେଶ ଆସିବା ନେଇ ବିଶେଷଜ୍ଞ ଆଶାପ୍ରକଟ କରିଛନ୍ତି ।ଖ୍ରୀଷ୍ଟିଆନ ଧର୍ରଗୁରୁ ପୋପଙ୍କୁ ଭେଟିବାରେ ମୁଖ୍ୟମନ୍ତ୍ରୀ ନବୀନ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଯାହାଙ୍କ ଦକ୍ଷତା ସାରା ବିଶ୍ୱ ଦେଖିବ । ପର୍ୟ୍ୟଟନ ସହିତ ଡାଉନଷ୍ଟିମ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ବଢ଼ିବା ସମ୍ଭାବନା ରହିଛି ।     ରୋମରେ ମୁଖ୍ୟମନ୍ତ୍ରୀ ବିଶ୍ବ ସମ୍ମୁଖରେ ରଖିବେ ଓଡିଶା ଗୌରବର ଗାଥା । କୃଷି ଓ ଖାଦ୍ୟପ୍ରକ୍ରିୟା କରଣ, ସମୁଦ୍ରଆଧାରିତ ବ୍ଲୁ ଇକୋନମି, ବୟନଶିଳ୍ପ ଓ କପଡା, ପର୍ଯ୍ୟଟନ ଭଳି ଶିଳ୍ପର ଅପାର ସମ୍ଭାବନା ଓଡିଶାରେ ଥିବା ବେଲେ, କ୍ରୋମାଇଟ, ନିକେଲ, ବକ୍ସାଇଟ, ମାଙ୍ଗାନିଜ, ଆଇରନଓର, କୋଇଲା ଭରପୁର କଞ୍ଚାମାଲ ରହିଛି ରାଜ୍ୟରେ । ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଳ୍ପାୟନ ପାଇଁ ବିଦେଶୀ ପୁଞ୍ଜିନିବେଶ କାରୀଙ୍କୁ ଆମନ୍ତ୍ରଣ କରିବେ । ଏଥିପାଇଂ ଦୁବାଇରେ ନିବେଶକ ସମ୍ମିଳନିରେ ଯୋଗଦେଇ ନିବେଶକାରୀଙ୍କ ସହ ଆଲୋଚନା କରିବେ ।

ରାଜ୍ୟରେ ଆଳୁମିନିୟମ ଓ ଷ୍ଟ୍ରିଲକ୍ଷେତ୍ରରେ ବଡ଼ବଡ଼ ଶିଳ୍ପ ରହିଥିଲେ ମଧ୍ୟ ଡାଉନଷ୍ଟ୍ରିମ ଶିଳ୍ପ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଫଳରେ ଓଡ଼ିଶାରେ ପର୍ୟ୍ୟଟନ ଓ ଡାଉନଷ୍ଟ୍ରିମ କ୍ଷେତ୍ରରେ ଅଧିକ ନିବେଶକାରୀ ନିବେଶ କରିବାକୁ ଆଗ୍ରହ ସୃଷ୍ଟି କରିବା ସମ୍ଭାବନା ରହିଛି ।

ବିଧାନସଭା ତଥ୍ୟ ଅନୁସାରେ ମେକ ଇନ୍ ଓଡ଼ିଶା ଜରିଆରେ ୩୦୩ ଟି ଶିଳ୍ପ ପ୍ରତିଷ୍ଠାନ ଓଡିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏବେ ସୁଦ୍ଧା ୧୬୯ଟି ଶିଳ୍ପସଂସ୍ଥାକୁ  ସିଙ୍ଗିଲ ଓ୍ବିଣ୍ଡୋ କ୍ଲିୟରାନ୍ସ ମିଳିଛି । ତେବେ ଏଥିରେ କେହି ବିଦେଶୀ ପୁଞ୍ଜିନିବେଶକାରୀ ନଥିବା ବେଲେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତପରେ ବିଦେଶୀ ପୁଞ୍ଜିନିବେଶକାରୀ ରାଜ୍ୟରେ ନିବେଶ କରିବା ନେଇ ଆଶା ସଞ୍ଚାର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତରେ ରୋମରେ ବିପର୍ଯ୍ୟୟ ପ୍ରଶମନ,ଖାଦ୍ୟ ସୁରକ୍ଷା, ଶିଳ୍ପାନୁକୁଳ ବାତାବରଣ, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, କୃଷି ଓ ସାମଗ୍ରିକ ଭିତ୍ତିଭୂମିର ରୂପାନ୍ତରଣ, ଆର୍ଥିକ ପରିଚାଳନା ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟରୁ ପ୍ରଗତୀଶୀଳ ଓଡିଶାର ଚିତ୍ର ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ଭାଟିକାନ ସିଟି ପୋପଙ୍କୁ ଭେଟି ନିଜ ଦକ୍ଷତା ସହ ଓଡ଼ିଶାର ନାଁକୁ ଇତିହାସରେ ଲିପିବଦ୍ଧ କରିବେ । ରାଜନୈତିକ ସମୀକ୍ଷକଙ୍କ ମତରେ ନବୀନଙ୍କ ବିଦେଶ ଗସ୍ତରେ ଓଡ଼ିଶାର ଡବଲ ଫାଇଦା ।ନିବେଶ ସହ ଦକ୍ଷତାକୁ ଜାଣିବ ସାରା ବିଶ୍ୱ ଜାଣିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ।
Published by:Soumya Das
First published: