ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱପ୍ନରେ ଲାଗିଲା ପର: ଝାରସୁଗୁଡ଼ାରୁ ବାରାଣସୀକୁ ଆରମ୍ଭ ହେଲା ବିମାନ ସେବା

ପଶ୍ଚିମ ଓଡ଼ିଶାର ଲୋକେ ପୂର୍ବରୁ ବାରାଣସୀ ଯିବା ପାଇଁ ନୂଆଦିଲ୍ଲୀ ଉପରେ ନିର୍ଭର କରୁଥିଲେ । ଏହି ବିମାନ ସେବା ଆରମ୍ଭ ହେବା ପରେ ଏବେ ଭୁବନେଶ୍ବର ଦେଇ ମାତ୍ର ୩ ଘଣ୍ଟା ୨୦ ମିନିଟ ମଧ୍ୟରେ ବାରାଣସୀରେ ପହଞ୍ଚି ପାରିବେ ସେମାନେ ।

ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱପ୍ନରେ ଲାଗିଲା ପର: ଝାରସୁଗୁଡ଼ାରୁ ବାରାଣସୀକୁ ଆରମ୍ଭ ହେଲା ବିମାନ ସେବା
ଝାରସୁଗୁଡ଼ାରୁ ଉଡ଼ାଣ ଭରିବା ପୂର୍ବରୁ ଆଲାଏନ୍ସ ଏୟାରର ବିମାନ
  • News18 Odia
  • Last Updated: January 31, 2020, 3:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଝାରସୁଗୁଡ଼ା/ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାବାସୀଙ୍କ ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟି ଆଜି ଠାରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଦେଇ ଉତ୍ତର ପ୍ରଦେଶର ଆଧ୍ୟାତ୍ମିକ ନଗରୀ ବାରାଣସୀକୁ ଆରମ୍ଭ ହୋଇଛି ବିମାନ ସେବା । ଭୁବନେଶ୍ୱର ଦେଇ ବାରାଣସୀକୁ ଉଡ଼ିଛି ଆଲାଏନ୍ସ ଏୟାରର ବିମାନ ।

ଝାରସୁଗୁଡ଼ାରୁ ଦିନ ୧୦ଟାରେ ଉଡ଼ାଣ ଭରିଥିଲା ଏହି ବିମାନ ଓ ପୂର୍ବାହ୍ନ ୧୧ଟା ୧୫ରେ ପହଞ୍ଚିଥିଲା ଭୁବନେଶ୍ୱର ଏୟାରପୋର୍ଟରେ । ଭୁବନେଶ୍ବର ବିମାନ ବନ୍ଦରରୁ ମଧ୍ୟାହ୍ନ ୧୨.୧୫ରେ ବାରାଣସୀ ଅଭିମୁଖେ ଉଡ଼ିଥିଲା ଏହି ବିମାନ । ବାରାଣସୀରେ ଅପରାହ୍ଣ ୨ଟାରେ ଅବତରଣ କରିଥିଲା ।

ପୁଣି ଆଗରୁ ସ୍ଥିର ହୋଇଥିବା ସମୟ ସାରଣୀ ଅନୁଯାୟୀ ଅପରାହ୍ଣ ଅଢ଼େଇଟାରେ ବାରାଣସୀ ଛାଡ଼ିଥିଲା । ଅପରାହ୍ଣ ୪ଟା ୨୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ ଆଲାଏନ୍ସ ଏୟାରର ଏହି ଫ୍ଲାଇଟ ।

ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର


‘‘ତା’ ପରେ ଅପରାହ୍ଣ ୪ଟା ୪୫ରେ ଭୁବନେଶ୍ୱର ଏୟାରପୋର୍ଟ ଛାଡ଼ି ସଂଧ୍ୟା ୫ଟା ୫୦ରେ ଝାରସୁଗୁଡ଼ାରେ ପହଞ୍ଚିବ ଏହି ବିମାନ,’’ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ।

ପଶ୍ଚିମ ଓଡ଼ିଶାର ଲୋକେ ପୂର୍ବରୁ ବାରାଣସୀକୁ ଯିବା ପାଇଁ ନୂଆଦିଲ୍ଲୀ ଉପରେ ନିର୍ଭର କରୁଥିଲେ । ଏହି ବିମାନ ସେବା ଆରମ୍ଭ ହେବା ପରେ ଏବେ ଭୁବନେଶ୍ବର ଦେଇ ମାତ୍ର ୩ ଘଣ୍ଟା ୨୦ ମିନିଟ ମଧ୍ୟରେ ବାରାଣସୀରେ ପହଞ୍ଚି ପାରିବେ ଲୋକେ ।
First published: January 31, 2020, 3:49 PM IST
corona virus btn
corona virus btn
Loading