ବାରବାଟୀ କ୍ରିକେଟ ଯୁଦ୍ଧ: ଭାରତ ଆଗରେ ୩୧୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ

ୱେଷ୍ଟଇଣ୍ଡିଜ୍‌ର ଅଧିନାୟକ କିରନ ପୋଲାର୍ଡ (ଅପରାଜିତ ୭୪ ରନ୍, ୫୧ ବଲ, ୩ ଚୌକା, ୭ ଛକା) ଓ ତାଙ୍କ ସାଥୀ ନିକୋଲାସ ପୂରନ (୮୯ ରନ୍, ୬୪ ବଲ, ୧୦ ଚୌକା, ୩ ଛକା) ଧୂଆଁଧାର ବ୍ୟାଟିଂ କରି ଟିମ୍‌ର ସ୍କୋର୍ ୩୦୦ ପାର୍ କରିଥିଲେ ।

ବାରବାଟୀ କ୍ରିକେଟ ଯୁଦ୍ଧ: ଭାରତ ଆଗରେ ୩୧୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ
ତିନିଟିକିଆ ଦିନିକିଆ ସିରିଜ୍‌ର ଏହା ନିର୍ଣ୍ଣାୟକ ମ୍ୟାଚ୍ ।
  • News18 Odia
  • Last Updated: December 22, 2019, 1:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ହାଇ-ଭୋଲଟେଜ୍‌ କ୍ରିକେଟ୍‌ ଟକ୍କର୍‌ରେ ଭାରତ ଆଗରେ ୩୧୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ୱେଷ୍ଟଇଣ୍ଡିଜ୍‌ । ନିକୋଲାସ ପୂରଣଙ୍କ ୮୯ ଓ ଅଧିନାୟକ ପୋଲାର୍ଡଙ୍କ ଅପରାଜିତ ୭୪ ରନ୍‌ ବଳରେ ୱେଷ୍ଟଇଣ୍ଡିଜ୍‌ ୫ ୱିକେଟ ବିନିମୟରେ କରିଛି ୩୧୫ ରନ୍‌ ।

ଭାରତ ପକ୍ଷରୁ ନବଦୀପ ସାଇନିଙ୍କୁ ୨ଟି ୱିକେଟ୍‌ ମିଳିଥିବା ବେଳେ ମହମ୍ମଦ୍‌ ଶାମି, ଠାକୁର ଓ ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ଦୁଇ ଦେଶଙ୍କ ମଧ୍ୟରେ ଖେଳାଯାଉଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ର ନିକୋଲାସ ପୂରନ ଓ ଅଧିନାୟକ ପୋଲାର୍ଡଙ୍କ ଧୂଆଁଧାର ଇନିଂସ ବଳରେ ଭ୍ରମଣକାରୀ ଦଳ ୫ ୱିକେଟ ବିନିମୟରେ କରିଥିଲା ୩୧୫ ରନ୍‌ । ପୂରନ ୮୯ ରନ୍‌ କରିଥିବାବେଳେ ପୋଲାର୍ଡ ୭ଟି ଛକ୍କା ବଳରେ ଅପରାଜିତ ୭୪ ରନ୍‌ କରିଥିଲେ ।

ଟିମ୍ ଇଣ୍ଡିଆ ଟସ୍‌ ଜିଣି ଫିଲ୍‌ଡିଂ କରିଥିଲା। ସିରିଜ୍‌ ବିଜୟର ମୁକୁଟ ପିନ୍ଧିବା ପାଇଁ ଉଭୟ ଦଳ ‘କର ବା ମର’ ଉତ୍ସାହର ସହ ମୁହାଁମୁହିଁ ହୋଇଥିଲେ ।

ୱେଷ୍ଟଇଣ୍ଡିଜ୍‌ର ଅଧିନାୟକ ଅଧିନାୟକ କିରନ ପୋଲାର୍ଡ (ଅପରାଜିତ ୭୪ ରନ୍‌, ୫୧ ବଲ, ୩ ଚୌକା, ୭ ଛକା) ଓ ତାଙ୍କ ସାଥୀ ନିକୋଲାସ ପୂରନ (୮୯ ରନ୍‌, ୬୪ ବଲ, ୧୦ ଚୌକା, ୩ ଛକା) ଧୂଆଁଧାର ବ୍ୟାଟିଂ କରି ଟିମ୍‌ର ସ୍କୋର୍‌ ୩୦୦ ପାର୍‌ କରିଥିଲେ ।

ଅପରାହ୍ନ ୩ଟା ସୁଦ୍ଧା ଦୁଇଟି ୱିକେଟ୍‌ ହରାଇ ୭୦ ରନ୍‌ କରିଥିଲା ୱେଷ୍ଟ୍‌ଇଣ୍ଡିଜ୍‌ । ପ୍ରଥମେ ଇଭିନ୍‌ ଲୁଇସ୍‌ଙ୍କୁ ଆଉଟ୍‌ କରି ୱେଷ୍ଟ୍‌ଇଣ୍ଡିଜ୍‌ର ଓପନିଂ ଯୋଡ଼ିକୁ ଭାଙ୍ଗିଥିଲେ ରବିନ୍ଦ୍ର ଜାଡ଼େଜା । ଲୁଇସ୍‌ ୫୦ଟି ବଲ୍‌ ଖେଳି ୨୧ ରନ୍‌ କରି କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ତା’ପରେ ଶାଇ ହୋପ୍‌ଙ୍କ ୱିକେଟ୍‌ ନେଇଥିଲେ ମହମ୍ମଦ୍‌ ଶାମି ।

ଏହି ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆର ଗଠନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଦୀପକ ଚ଼ହରଙ୍କ ସ୍ଥାନରେ ଖେଳୁଛନ୍ତି ନବଦୀପ୍‌ ସାଇନି । ନବଦୀପ ଆଜି ତାଙ୍କର ପ୍ରଥମ ଦିନିକିଆ ଖେଳୁଛନ୍ତି ।

ଏଇ ତିନିଟିକିଆ ଦିନିକିଆ ସିରିଜ୍‌ରେ ନିର୍ଣ୍ଣାୟକ ହେବ ବାରବାଟୀ ମ୍ୟାଚ୍ । ଯେହେତୁ ଉଭୟ ଭାରତ ଓ ୱେଷ୍ଟ୍‌ଇଣ୍ଡିଜ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସମାନ ସ୍ଥିତିରେ ଅଛନ୍ତି, ତେଣୁ ଏହି ମ୍ୟାଚ୍‌ରେ କଡ଼ା ଟକ୍କର ଦେଖିବାକୁ ମିଳୁଛି ।

ଚ଼େନ୍ନାଇ ଦିନିକିଆରେ ୮ ୱିକେଟରେ ୱେଷ୍ଟ୍‌ଇଣ୍ଡିଜ ବିଜୟୀ ହୋଇଥିବା ବେଳେ ବିଶାଖପାଟଣାରେ ପରାସ୍ତ ହୋଇଥିଲା । ସେଠାରେ ୱେଷ୍ଟଇଣ୍ଡିଜ୍‌କୁ ୧୦୭ ରନ୍‌ରେ ହରାଇଥିଲା ଭାରତ । ବିଶାଖପାଟଣା ଭଳି ବାରବାଟୀରେ ମଧ୍ୟ ଦୁଇ ଓପନର ରାହୁଲ ଓ ରୋହିତଙ୍କ ଛକା-ଚୌକା ବର୍ଷା ସହ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ଶତକୀୟ ପାଳି ଆଶାରେ ଅଛନ୍ତି ପ୍ରଶଂସକ।

ବାରବାଟୀର ମ୍ୟାଚ଼୍‌ରେ ୱେଷ୍ଟ୍‌ଇଣ୍ଡିଜ୍ ମଧ୍ୟ ସହଜରେ ବାଟ ଛାଡ଼ିବା ଭଳି ମନେ ହେଉନାହିଁ । ଆଜିର ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ଦେଖିବାକୁ ମିଳିଛି । ସକାଳୁ ଷ୍ଟାଡିୟମ୍‌ରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା ।
Published by: Anand Shankar Thankur Das
First published: December 22, 2019, 12:48 PM IST
corona virus btn
corona virus btn
Loading