News 18 Odia Digital
ସମ୍ବଲପୁର; 'ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ'ରେ ଅଷ୍ଟମ ବ୍ୟାଚ ବିଦ୍ୟାର୍ଥୀଙ୍କ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରାଯାଇଥିଲା । ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟକାରୀ ଅଧକ୍ଷ ଓଁକାର ରାୟ ଓ ଏମସିଏଲର ଅଧକ୍ଷ ଓପି ସିଂ ଯୋଗ ଦେଇଥିଲେ ।
ଆଇଆଇଏମ ନିର୍ଦ୍ଦେଶକ ପ୍ରଫେସର ମହାଦେବ ପ୍ରସାଦ ଜୟସ୍ୱାଲ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆଇଆଇଏମ ସମ୍ବଲପୁରକୁ ଦେଶର ଶ୍ରେଷ୍ଠ ଅନୁଷ୍ଠାନରେ ପରିଣତ କରିବା ସହ ଅନୁଷ୍ଠାନ ପକ୍ଷରୁ ଦୁଇଟି ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଥିବା କହିଛନ୍ତି । ବୁଣାକାର ଓ ହସ୍ତଶିଳ୍ପୀ କାରିଗରଙ୍କ ଆୟ କିପରି ଦୁଇ ଗୁଣ ହେବ ସେ ଦିଗରେ ଆଇଆଇଏମ ସ୍ୱତନ୍ତ୍ର କାର୍ଯ୍ୟ କରିବାକୁ ଯାଉଛି ବୋଲି ପ୍ରଫେସର ଜୟସ୍ୱାଲ କହିଛନ୍ତି । ଓଁକାର ରାୟ ଓ ଓପି ସିଂ ନୂତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଦେବା ସହ ଭବିଷ୍ୟତକୁ ଗଢିତୋଳିବା ପାଇଁ ଅନେକ ପ୍ରେରଣାର ବାର୍ତ୍ତା ଦେଇଥିଲେ ।ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ନାମ ଲେଖାଇଥିବା ପ୍ରାୟ ୨୦୦ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସମ୍ବଲପୁର ଆଇଆଇଏମରେ ପଢିବାର ସୁଯୋଗ ମିଳିଥିବାରୁ ଛାତ୍ରଛାତ୍ରୀ ଖୁବ ଖୁସି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କ୍ୟାମ୍ପସ ପରିସରରେ ଏବେ ଆଇଆଇଏମର ଅସ୍ଥାୟୀ କ୍ୟାମ୍ପସ ଚାଲିଛି । ସେପ୍ଟେମ୍ବର ମାସରେ ବସନ୍ତପୁରରେ ନିର୍ମାଣ ଚାଲିଥିବା ନିଜସ୍ୱ ସ୍ଥାୟୀ କ୍ୟାମ୍ପସରେ ପାଠ ପଢା ଆରମ୍ଭ ହେବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।