ଚିକେନ ତରକାରୀ ଧରି ଥାନାରେ ଅଭିଯୋଗକାରୀ, କାରଣ ...

ଅପରାଧ, ଚୋରି, ହତ୍ୟା, ଲୁଟ୍ ଆଦି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥାଏ । ହେଲେ କେବେ ଚିକେନ୍ ପାଇଁ ଥାନାରେ ଅଭିଯୋଗ ହୋଇଥିବା ଶୁଣିଛନ୍ତି କି ?

ଚିକେନ ତରକାରୀ ଧରି ଥାନାରେ ଅଭିଯୋଗକାରୀ

ଚିକେନ ତରକାରୀ ଧରି ଥାନାରେ ଅଭିଯୋଗକାରୀ

  • News18 Odia
  • Last Updated :
  • Koraput, India
  • Share this:
News 18 Odia Digital

କୋରାପୁଟ: ଅପରାଧ, ଚୋରି, ହତ୍ୟା, ଲୁଟ୍ ଆଦି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥାଏ । ହେଲେ କେବେ ଚିକେନ୍ ପାଇଁ ଥାନାରେ ଅଭିଯୋଗ ହୋଇଥିବା ଶୁଣିଛନ୍ତି କି ? ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ । ଚିକେନ ତରକାରୀ ଧରି ଥାନାର ଦ୍ୱାରସ୍ଥ ହୋଇଛନ୍ତି କାଉନସିଲରଙ୍କ ସ୍ୱାମୀ । କୋରାପୁଟ ପୌର ପରିଷଦ ୧୦ ନମ୍ବର ୱାର୍ଡ କାଉନସିଲର କମଳା ନାୟକଙ୍କ ସ୍ୱାମୀ ଧନଞ୍ଜୟ ନାୟକ ଖରାପ ଚିକେନକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ଧନଞ୍ଜୟଙ୍କ ଅଭିଯୋଗ ହେଲା, ଶୁକ୍ରବାର ସକାଳେ ଏକ ଚିକେନ ଦୋକାନରୁ ଦେଶୀ କୁକୁଡ଼ା ଆଣିବା ପାଇଁ ଯାଇଥିଲେ । ହେଲେ ଦୋକାନୀ ତାଙ୍କ ଆଗରେ କୁକୁଡ଼ା କାଟିବା ବଦଳରେ ପୂର୍ବରୁ କଟା ହୋଇଥିବା ଚିକେନ ଦେଇଥିଲେ । ଅନ୍ୟ ଜଣେ ଅର୍ଡର କରିଥିଲେ ତେଣୁ ତାହା କଟା ହୋଇକି ଅଛି ବୋଲି ଯୁକ୍ତି ଦର୍ଶାଇଥିଲେ ଦୋକାନୀ । ହେଲେ କୁକୁଡ଼ା ମାଂସ ନେଇ ରୋଷେଇ କରିବା ପରେ ତରକାରୀରୁ ଦୁର୍ଗନ୍ଧ ବାହାରିଥିଲା । ସେଇ ମାଂସ ତରକାରୀକୁ ଧରି ଦୋକାନୀ ପାଖକୁ ଯାଇ ପଚାରିବାରୁ ତାଙ୍କୁ ସେ ରାତିରୁ ମରିଥିବା କୁକୁଡ଼ା ଦେଇଥିବା ମାନିଥିଲା ବୋଲି ଧନଞ୍ଜୟ କହିଛନ୍ତି । ସତ ମାନିବା ସହିତ ଦୋକାନୀ ସେତିକି ଓଜନର ଚିକେନ କିମ୍ବା ଟଙ୍କା ଫେରସ୍ତ ପାଇଁ ମଧ୍ୟ କହିଥିଲେ । ବେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହ ସମସ୍ତଙ୍କ ହିତ ଦୃଷ୍ଟିରୁ ମାମଲା ଥାନାକୁ ନେବାକୁ ମନସ୍ଥ କରିଥିଲେ । ଚିକେନ ଦୋକାନୀ ଲୋକଙ୍କୁ ଠକୁଛନ୍ତି ଆଉ ଏହା ପ୍ରଭାବ ସ୍ବାସ୍ଥ୍ୟ ଉପରେ ମଧ୍ୟ ପଡ଼ିପାରେ ବୋଲି କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଧନଞ୍ଜୟ। ଅଭିଯୋଗକୁ ଆଧାର କରି ପୋଲିସ ପଚରାଉଚରା କରିଛି ।

...

କେବଳ କୋରାପୁଟ ନୁହେଁ ରାଜ୍ୟର ଆହୁରି କିଛି ସ୍ଥାନରୁ ମଧ୍ୟ ଏଭଳି ଅଭିଯୋଗ ପୂର୍ବରୁ ଆସିଛି । ଏପରିକି ହୋଟେଲ୍‌ଗୁଡ଼ିକରେ ମଧ୍ୟ ବାସି ଓ ଅପମିଶ୍ରିତ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି । ତେଣୁ ଏହା ରୋକିବାକୁ ହେଲେ ଜିଲ୍ଲା ପ୍ରଶାସନକୁ ଅଧିକ ତତ୍ପର ହେବାକୁ ପଡ଼ିବ ଓ ଦୋକାନୀଙ୍କ ଉପରେ ଅଙ୍କୁଶ ଲଗାଇଲେ ହିଁ ଏଭଳି କାରବାର ବନ୍ଦ ହୋଇପାରିବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।
Published by:nihar panda
First published: