ବାହାଘରରେ ବରଯାତ୍ରୀଙ୍କୁ ଅନୁମତି ମିଳିବା ପରେ ବ୍ୟାଣ୍ଡ୍ ପାର୍ଟି ଓ ଫୁଲ ବ୍ୟବସାୟୀଙ୍କ ଆଶା ବଢ଼ିଛି
ବାହାଘର ହେଉ କି ପୂଜା ପର୍ବ, କରୋନା କଟକଣା ଯୋଗଁ ସବୁଠି ନାଚଗୀତ ବନ୍ଦ ହେବା ପରେ କୋଟି କୋଟି ଟଙ୍କାର କ୍ଷତି ହୋଇଛି ବ୍ୟାଣ୍ଡ୍ ପାର୍ଟି ଓ ଫୁଲ ବ୍ୟବସାୟୀଙ୍କର । କର୍ମଚାରୀଙ୍କୁ ଛଟେଇ ବି କରିବାକୁ ପଡ଼ିଥିଲା ସେମାନଙ୍କୁ ।

ଭୁବନେଶ୍ୱରରେ ଏକ ବରଯାତ୍ରୀ ଶୋଭାଯାତ୍ରା (ଫାଇଲ୍ ଫଟୋ)
- News18 Odia
- Last Updated: January 14, 2021, 9:59 PM IST
ଭୁବନେଶ୍ୱର: ବାହାଘରରେ ବରଯାତ୍ରୀଙ୍କ ଶୋଭାଯାତ୍ରାକୁ ଅନୁମତି ମିଳିବା ପରେ ବ୍ୟାଣ୍ଡ ପାର୍ଟିମାନଙ୍କର ଆଶା ଉଜ୍ଜ୍ୱଳ ହୋଇଛି । ଦୀର୍ଘ ଦଳ ମାସର କ୍ଷତି ପରେ ପୁଣି ବ୍ୟବସାୟ ଆରମ୍ଭ କରିବାକୁ ସେମାନେ ସଜବାଜ ହେଉଛନ୍ତି । ବିବାହ ସିଜିନରେ ଫୁଲ ବ୍ୟବସାୟ ବି ଭଲ ହେବା ନେଇ ଆଶା ରଖିଛି ଫ୍ଲୋରିଷ୍ଟ ଆସୋସିଏସନ ।
ସରକାର ବାହାଘରରେ ବରଯାତ୍ରୀଙ୍କ ଶୋଭାଯାତ୍ରାକୁ ଅନୁମତି ଦେବା ପରେ ପୁଣି ବାଜା, ବାଣ, ଲାଇଟ ଓ ସାଉଣ୍ଡରେ ବିବାହ ଉତ୍ସବ ଜମିବାକୁ ଯାଉଛି । ମାର୍ଚ୍ଚ ମାସରୁ ପ୍ରାୟ ୧୦ ମାସ ହେବ ବନ୍ଦ ରହିଥିଲା ରୋଷଣୀ । ଜାନୁଆରୀ ୧୨ ତାରିଖରେ ରାଜ୍ୟ ସରକାର ଏହାକୁ ଅନୁମତି ଦେଇଛନ୍ତି । ଭୁବନେଶ୍ୱରରେ ଥିବା ବ୍ୟାଣ୍ଡ ପାର୍ଟି ବା ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସାୟୀମାନେ ପୁଣି ବ୍ୟବସାୟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି ।
ଏହା ବି ପଢ଼ନ୍ତୁ | ସିଗାରେଟ୍ ଟାଣିବାର ଆଇନଗତ ବୟସ ବଢ଼ି ୨୧ ହେବ; ଖୋଲା ସିଗାରେଟ୍ ବିକ୍ରି ବ୍ୟାନ୍ ହେବ; ଫାଇନ୍ ବଢ଼ିବ
ଦେଖନ୍ତୁ ଫଟୋ | Viral PHOTOS: ବର୍ଷର ଅନ୍ତରେ ଶମା ସିକନ୍ଦର୍ ନିଜ ହଟ୍ ଅବତାର ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି
‘‘ଆମେ ଦୁଇ ଦୁଇ ଥର ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲୁ । ସରକାରଙ୍କ ପାଖରେ ଆବେଦନ କରିଥିଲୁ ଯେ ଆମ ବ୍ୟବସାୟ ଚାଲୁ କରିବାକୁ ଅନୁମତି ଦିଅନ୍ତୁ । ଶେଷରେ ୧୨ ତାରିଖରେ ଏହି ଅନୁମତି ମିଳିଛି । ଆମେ ପୁଣି ବ୍ୟବସାୟ କରିବାକୁ ପ୍ରସ୍ତୁତ ହେଉଛୁ,’’ କହିଛନ୍ତି ଭୁବନେଶ୍ୱର ଲାଇଟ ଆଣ୍ଡ ସାଉଣ୍ଡ ସଙ୍ଘର ସଭାପତି ବିଶ୍ୱରଞ୍ଜନ ସାମନ୍ତରାୟ ।
ଏହା ବି ପଢ଼ନ୍ତୁ | ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା’ ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା
ଫୁଲ ବ୍ୟବସାୟ ବି ଏବେ ଜୋର ଧରିବ ବୋଲି କହିଛି ଫ୍ଲୋରିଷ୍ଟ ଆସୋସିଏସନ । ଆଗରୁ କଟକଣା ଓ କମ୍ ଲୋକରେ ବାହାଘର ହେଉଥିଲା । ଏବେ ବରଯାତ୍ରୀଙ୍କୁ ଅନୁମତି ମିଳିବା ଯୋଗୁଁ ଅଧିକ ଲୋକଙ୍କୁ ନେଇ ବାହାଘର ଭୋଜି ବା ରିସେପସନ କରାଯିବ । ତେଣୁ ଫୁଲ ଅର୍ଡ଼ର ବି ବଢ଼ିଛି ।
ଏହା ବି ପଢ଼ନ୍ତୁ | ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ
‘‘୨୦୨୦ ମାର୍ଚ୍ଚ ମାସର ବାହାଘର ସିଜନରୁ ଆମ ବ୍ୟବସାୟରେ ଅନେକ କ୍ଷତି ହୋଇଛି । ଲକ୍ଷ ଲକ୍ଷ ଟଙ୍କାର ଫୁଲ ନଷ୍ଟ ହୋଇଛି । ଏବେ ସବୁ ଯେହେତୁ ଧୀରେ ଧୀରେ ଖୋଲୁଛି ଆଶା କରୁଛୁ ବ୍ୟବସାୟ ବି ଭଲ ହେବ,’’ କହିଛନ୍ତି ଭୁବନେଶ୍ୱର ଫ୍ଲୋରିଷ୍ଟ ଆସୋସିଏସନର ସଭାପତି ସରୋଜ ବେହେରା ।
ବରଯାତ୍ରୀ ଶୋଭାଯାତ୍ରା ଉପରେ ସରକାର କଟକଣା ହଟାଇଥିବାରୁ ସାଧାରଣ ଲୋକେ ବି ବେଶ୍ ଖୁସି ପ୍ରକାଶ କରିଛନ୍ତି । ଗତ କିଛି ସପ୍ତାହ ଧରି କରୋନା ସଂକ୍ରମଣ ଲଗାତର ହ୍ରାସ ପାଇବା ପରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ସ୍ଥିତି ।