ଠକ ଡାକ୍ତର ରମେଶ ସ୍ବାଇଁ ଉପରେ ନିର୍ମାଣ ହେବ ୱେବ ସିରିଜ; ପରଦାରେ ଦେଖିବାକୁ ମିଳିବ ପୂରା କାହାଣୀ

କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରିୟଲ ଲାଇଫର ରୋମିଓ ରମେଶକୁ ରିଲରେ ସଜାଡ଼ିବାକୁ ମୁମ୍ବାଇର ଏକ ସଂସ୍ଥା ପକ୍ଷରୁ ଆଗ୍ରହ ଦେଖିବାକୁ ମିଳିଛି।

ଠକ ଡାକ୍ତର ରମେଶ ସ୍ବାଇଁ ଉପରେ ନିର୍ମାଣ ହେବ ୱେବ ସିରିଜ

ଠକ ଡାକ୍ତର ରମେଶ ସ୍ବାଇଁ ଉପରେ ନିର୍ମାଣ ହେବ ୱେବ ସିରିଜ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଗିରଫ ଠକ ଡାକ୍ତର ରମେଶ ସ୍ଵାଇଁକୁ ନେଇ ନିର୍ମାଣ ହେବାକୁ ଯାଉଛି ୱେବ ସିରିଜ। ମୁମ୍ବାଇର ଏକ ପ୍ରଡକ୍ସନ ସଂସ୍ଥା ଏହି ୱେବ ସିରିଜ କରିବାକୁ ଅଣ୍ଟା ଭିଡ଼ିଛି। ଏନେଇ କମିଶନରେଟ ପୋଲିସ ସହ ଯୋଗାଯୋଗ କରିବା ସହ ରମେଶ ଠକେଇ କାହାଣୀର ଆଲୋଚନା କରିଛି। ସେହିପରି ରିମାଣ୍ଡରେ ଆସିବ ଠକ ଭାଇର ଠକ ଭଉଣୀ। ଭାଇ ଭଉଣୀକୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବ ତଦନ୍ତକାରୀ ଟିମ। ସୋମବାର ଉଭୟଙ୍କୁ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ମହିଳା ଥାନା ପୋଲିସ।

କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରିୟଲ ଲାଇଫର ରୋମିଓ ରମେଶକୁ ରିଲରେ ସଜାଡ଼ିବାକୁ ମୁମ୍ବାଇର ଏକ ସଂସ୍ଥା ପକ୍ଷରୁ ଆଗ୍ରହ ଦେଖିବାକୁ ମିଳିଛି। ସେଥିପାଇଁ ରବିବାର ସଂସ୍ଥାର ଦୁଇ ଜଣ ବ୍ୟକ୍ତି ଭୁବନେଶ୍ୱର ଡିସିପି ଅଫିସକୁ ଆସି ସ୍ୱତନ୍ତ୍ର ପୋଲିସ ଟିମ ସହ ଆଲୋଚନା କରିଛନ୍ତି। ନବମ ଫେଲରୁ କିଭଳି ବନିଥିଲା ଡାକ୍ତର? କେଉଁଠୁ ଶିଖିଲା ଡାକ୍ତରୀ ବିଦ୍ୟା? କିଭଳି ଉପାୟରେ ୧୭ ଜଣଙ୍କୁ ବିବାହ କରିଥିଲା? ଏସବୁକୁ ନେଇ ୱେବ ସିରିଜରେ ସ୍ଥାନ ଦିଆଯିବା ଉପରେ ଅଧିକ ଫୋକସ ଦେଇଛି ପ୍ରଡକ୍ସନ ସଂସ୍ଥା।

ସେପଟେ ଠକ ଭାଇ ଭଉଣୀ ଠକ କାହାଣୀର ଗୁମର ଖୋଲିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ। ତେଣୁ ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରିଛି ତଦନ୍ତକାରୀ ଟିମ । ବିଶେଷ କରି ପ୍ରତି ଠକେଇରେ ଏହି ଭାଇ ଭଉଣିଙ୍କ ଭୂମିକା କ'ଣ ଥିଲା। କେତେ ଜଣଙ୍କୁ ଠକିଛନ୍ତି ଠକଭାଇର ଠକ ଭଉଣୀ? ନଣନ୍ଦ ପୁଟୁଳିରେ କ'ଣ ନେଇଥିଲା। ୧୭ ଜଣ ଭାଉଜଙ୍କ ଗେହ୍ଲା ନଣନ୍ଦ? ଆଗକୁ ଆଉ କାହାକୁ ଠକିବା ପାଇଁ କରିଥିଲେ ମାଷ୍ଟର ପ୍ଲାନ? ଏ ସବୁ ଉତ୍ତର ପାଇଁ ଏବେ ଉଭୟଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବ ତଦନ୍ତକାରୀ ଟିମ।

"ରମେଶକୁ ଆମେ ଦ୍ଵିତୀୟ ପର୍ଯ୍ୟାୟରେ ରିମାଣ୍ଡ ଆଣି ପଚରାଉଚରା କରିଛୁ। ସୋମବାର ତାଙ୍କୁ କୋର୍ଟ ଚାଲାଣ କରିବୁ। ଦୁଇଟି ପର୍ଯ୍ୟାୟ ରିମାଣ୍ଡ ବେଳେ ଠକେଇ ଟଙ୍କା କେଉଁଠି ବିନିଯୋଗ କରିଛି ସେନେଇ ତଥ୍ୟ ପାଇଛୁ। ଆହୁରି କିଛି ତଥ୍ୟ ଲୁଚାଉଛି ଅଭିଯୁକ୍ତ। ତେଣୁ ଠକେଇ ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ଭାଇ ଭଉଣୀ କୁ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିବୁ। ରିମାଣ୍ଡ ବେଳେ ମୁହାଁମୁହିଁ ଜେରା କଲେ ଅଧିକ ତଥ୍ୟ ମିଳିବ ବୋଲି ଆମେ ଆଶା ରଖିଛୁ," କହିଛନ୍ତି ସ୍ପେଶାଲ ସ୍କ୍ୱାର୍ଡ ଏ.ସି.ପି ସଞ୍ଜୀବ ଶତପଥୀ।

ସୂଚନାଯୋଗ୍ୟ, ଠକ ରମେଶକୁ ପ୍ରଥମେ ୫ ଦିନ ଓ ଏବେ ୩ ଦିନ ରିମାଣ୍ଡରେ ଆଣି ଜେରା କରିଛି ପୋଲିସ। ମୋଟ ୮ ଦିନର ରିମାଣ୍ଡରେ ରମେଶ କେନ୍ଦ୍ରାପଡା, ଖୁଣ୍ଟୁଣି, କାମାକ୍ଷାନଗର ଆଦି ସ୍ଥାନରେ ଫାର୍ମ ହାଉସ କରିଥିବା ଜଣା ପଡ଼ିଛି। ହେଲେ ଏବେସୁଦ୍ଧା କେତେ ଲୋକଙ୍କୁ ଠକିଛନ୍ତି ସେନେଇ ମୁହଁ ଖୋଲୁନି ଅଭିଯୁକ୍ତ।
Published by:Lipina Das
First published: