ସମଲିଙ୍ଗୀ ସମ୍ପର୍କ ଉପରେ ୱେବ୍ ସିରିଜର ଶୁଟିଂ ହେବ ଭୁବନେଶ୍ୱରରେ; ଅଭିନେତା, ନିର୍ଦ୍ଦେଶକ ଓଡ଼ିଆ

ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ‘ସେକ୍ସନ ୩୭୭ ....ଇସ୍କ ହୈ ତୋ ରିସ୍କ ହୈ’ ୱେବ ସିରିଜର ଶୁଭ ମୁହୂରତ ଅନୁଷ୍ଠିତ ହୋଇଛି । ପୂର୍ବରୁ ‘ପି ସେ ପ୍ଲେଜର’ ୱେବ ସିରିଜର ନିର୍ଦ୍ଦେଶନା ଦେଇଥିଲେ ଅବିନାଶ ରାଉତ ।

ସମଲିଙ୍ଗୀ ସମ୍ପର୍କ ଉପରେ ୱେବ୍ ସିରିଜର ଶୁଟିଂ ହେବ ଭୁବନେଶ୍ୱରରେ; ଅଭିନେତା, ନିର୍ଦ୍ଦେଶକ ଓଡ଼ିଆ
ୱେବ୍ ସିରିଜରେ ଅଭିନୟ କରୁଥିବା ଅଭିନେତ୍ରୀମାନେ
  • News18 Odia
  • Last Updated: November 9, 2020, 10:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବହୁ ବିବାଦ ଓ ତର୍କ  ଭିତରେ ୨୦୧୮ ମସିହାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକୃତି ଦେଇଥିଲେ।  ସେ ସମୟରେ ଭାରତୀୟ ପିଙ୍ଗଳ କୋଡର ଧାରା ୩୭୭କୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ଦୁଇ ବର୍ଷ ବ୍ୟବଧାନରେ ପୁଣି ଥରେ ସେହି ‘‘ନିଷିଦ୍ଧ’’ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚିତ ସମ୍ପର୍କ ଉପରେ ଏ.ଆର୍‌. ଫିଲ୍ମସ ଷ୍ଟୁଡିଓ ବ୍ୟାନର  'ଏ.ଆର୍‌. ପ୍ରାଇମ' ୱେବ ସିରିଜରେ ନିର୍ମିତ ହେବାକୁ ଯାଉଛି ନୂଆ ୱେବ ସିରିଜ ‘ସେକ୍ସନ ୩୭୭ ....ଇସ୍କ ହୈ ତୋ ରିସ୍କ ହୈ’।

ଏହି ସିରିଜର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଯୁବ ଓଡ଼ିଆ ନିର୍ଦ୍ଦେଶକ ଅବିନାଶ ରାଉତ। ମୁଖ୍ୟ ଭୂମିକାରେ ଅଛନ୍ତି ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ । ସୋମବାର ଏହି ୱେବ ସିରିଜର ଶୁଭ ମୁହୂରତ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି।

ଏହା ବି ପଢ଼ନ୍ତୁ | ବିବାହିତା ଶିକ୍ଷୟତ୍ରୀ ୧୫ ବର୍ଷୀୟ ଛାତ୍ର ସହ ଶାରୀରିକ ସମ୍ପର୍କ ରଖିଲେ, କହିଲେ, ‘‘ମୁଁ ଗର୍ଭବତୀ ହେଲି’’

ସବୁ ବେଳେ ସମଲିଙ୍ଗୀ ଯୌନ ସମ୍ପର୍କକୁ ନେଇ ସାମାଜିକ ଭାବନା ଭିତରେ ଏକ ନିଷିଦ୍ଧ ସମ୍ପର୍କ ବୋଲି ବିଚାର କରାଯାଉଥିବା ବେଳେ ୨୦୧୮ ମସିହାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ସମ୍ପର୍କ ଗ୍ରହଣୀୟ ବୋଲି ରାୟ ଦେଇଥିଲେ। ତଥାପି ଏହି ସମ୍ପର୍କକୁ ନେଇ ଚର୍ଚ୍ଚା ଏବେ ବି ଥମୁନି । ଏଭଳି ଏକ ସମ୍ପର୍କର ଚୌହଦିକୁ ନେଇ ନିର୍ମିତ ହେବାକୁ ଯାଉଛି ୱେବ ସିରିଜ ‘ସେକ୍ସନ ୩୭୭ ....ଇସ୍କ ହୈ ତୋ ରିସ୍କ ହୈ’।

ୱେବ୍ ସିରିଜର ମୁହୂରତ୍ ସମୟର ଏକ ଦୃଶ୍ୟ


ପୂର୍ବରୁ ଏଆର ପ୍ରାଇମ ବ୍ୟାନରରେ ନିର୍ମିତ ‘ପି ସେ ପ୍ଲେଜର’ ୱେବ ସିରିଜର ନିର୍ଦ୍ଦେଶନା ଦେଇଥିଲେ ଅବିନାଶ ରାଉତ। ତାଙ୍କର ନୂଆ ୱେବ ସିରିଜ ବିଷୟରେ ଅବିନାଶ କହିଛନ୍ତି, ‘‘ଏଥିରେ ଦର୍ଶକଙ୍କ ଆଗ୍ରହକୁ ଗୁରୁତ୍ବ ଦିଆଯିବାକୁ ଉଦ୍ୟମ କରାଯିବ। ପ୍ରତୀକାତ୍ମକ ଭାବେ ନୁହେଁ, ବରଂ ଅଭିନୟରେ ବାସ୍ତବତା ଆଣିବାକୁ ପ୍ରୟାସ କରାଯିବ। ୧୮ବର୍ଷରୁ ଅଧିକ ବୟସର ଦର୍ଶକ ଏହାକୁ ପସନ୍ଦ କରିବେ ।’’

ଏହା ବି ପଢ଼ନ୍ତୁ | ଅନୁପ ଜଲୋଟା ହନି ସିଂଙ୍କୁ ଟକ୍କର ଦେଲେ, ଜସଲିନଙ୍କ ସହ ନୂଆ ଅବତାରରେ ଦେଖାଦେଲେ

ସୋମବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଏହି ୱେବ ସିରିଜର ଶୁଭ ମୁହୂରତ ଅନୁଷ୍ଠିତ ହୋଇଯାଇଛି। ସିରିଜର ଲିଡ଼ ରୋଲରେ ଅଛନ୍ତି ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରୀରେ ଜଣାଶୁଣା ଅଭିନେତ୍ରୀ ଓଡ଼ିଆ ଝିଅ ସିନ୍ଦୁରା ରାଉତ। ତାଙ୍କ ଆପୋଜିଟରେ ଅଛନ୍ତି ନାୟକ ପ୍ରିୟବ୍ରତ ରାଉତ। ଏହି ସିରିଜରେ ଦ୍ଵିତୀୟ ଲିଡ଼ ନାୟିକା ଅଛନ୍ତି ଓଡ଼ିଆ ଅଭିନେତ୍ରୀ ପାୟଲ ସାମନ୍ତରାୟ । ଏହି ୱେବ ସିରିଜର ଦର୍ଶକ ଗ୍ରହଣୀୟତାଜୁ ନେଇ ଆଶାବାଦୀ ଅଛନ୍ତି ସବୁ କଳାକାର।

‘‘ଏ.ଆର. ପ୍ରାଇମ ବ୍ୟାନରରେ ଅଭିନୟ ପାଇଁ ସୁଯୋଗ ପାଇଥିବାରୁ ମୁଁ ଖୁସି । ଅବଶ୍ୟ ଦକ୍ଷିଣୀ ସିନେମାରେ ଦର୍ଶକ ମତେ ପସନ୍ଦ କରିଛନ୍ତି। କିନ୍ତୁ ୱେବ ସିରିଜରେ ଅଭିନୟ କରିବା ଏକ ଭିନ୍ନ ଅନୁଭବ,’’ କହିଛନ୍ତି ସିରିଜର ଲିଡ଼ ଅଭିନେତ୍ରୀ ସିନ୍ଦୁରା ରାଉତ ।

ଏହା ବି ପଢ଼ନ୍ତୁ | ତୁର୍କୀରେ ଚମତ୍କାର: ଭୂମିକମ୍ପର ୬୫ ଘଣ୍ଟା ପରେ ବର୍ଷର କୁନି ଝିଅକୁ ଜୀବନ୍ତ ଉଦ୍ଧାର କରାଗଲା

ଦ୍ଵିତୀୟ ଲିଡ଼ରେ ଥିବା  ଓଡ଼ିଆ ଅଭିନେତ୍ରୀ ପାୟଲ ସାମନ୍ତରାୟ କହିଛନ୍ତି, ‘‘ଟେକ୍ନୋଲୋଜିର ଉନ୍ନତି ଅନୁସାରେ ଏବେ ଲୋକଙ୍କ ହାତରେ ମୋବାଇଲ ଫୋନ୍‌ ଅଛି । ମୁଁ ପୂର୍ବରୁ ଆଲବମ ଓ ଧାରାବାହିକରେ ଅଭିନୟ କରିଛି । କିନ୍ତୁ ଏହି ୱେବ ସିରିଜକୁ ନେଇ ମୁଁ ବେଶ୍‌ ଉତ୍ସାହିତ ।’’

ସିରିଜର ନାୟକ ଭୂମିକାରେ ଥିବା ଅଭିନେତା ପ୍ରିୟବ୍ରତ ରାଉତ କହିଛନ୍ତି ଯେ ଲୋକଙ୍କ ପସନ୍ଦ ବଦଳୁଛି ଓ ନୂଆ ଭାବନାକୁ ଗୁରୁତ୍ବ ଦେଉଛନ୍ତି ଦର୍ଶକମାନେ । ତେଣୁ ଏହି ସିରିଜ ଦର୍ଶକଙ୍କ ଦ୍ୱାରା ଆଦୃତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।



ଏହି ୱେବ୍‌ ସିରିଜର ଅଧିକାଂଶ ଭାଗ ଭୁବନେଶ୍ୱର ଓ ଏହାର ଆଖପାଖରେ ସୁଟିଂ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।
Published by: Anand Shankar Thankur Das
First published: November 9, 2020, 10:20 PM IST
corona virus btn
corona virus btn
Loading