ରାଜ୍ୟରେ ୫ ଦିନ ଅସମ୍ଭାଳ ଶୀତ
- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ଖସୁଛି ପାରଦ, ବଢୁଛି ଶୀତ। ରାଜ୍ୟ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ। ଗତରାତିରେ କଟକରେ ସର୍ବନିମ୍ନ ତାପମାତ୍ରା ୧୪.୮ ଡିଗ୍ରି ଓ ଭୁବନେଶ୍ବରର ୧୪ ଡିଗ୍ରି ରହିଥିଲା। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ତାପମାତ୍ରା ଏହିଭଳି ରହିବ। ଅନେକ ସ୍ଥାନର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ସ୍ବାଭାବିକଠାରୁ କମ୍ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସୁନ୍ଦରଗଡ କିରେଇରେ ୯.୪, କନ୍ଧମାଳର ଫୁଲବାଣୀରେ ୯.୫, ସମ୍ବଲପୁର ଚିପିଲିମାରେ ୯.୮, କେନ୍ଦୁଝରରେ ୧୦ ଓ ଦାରିଙ୍ଗିବାଡିରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିଛି। ଝାରସୁଗୁଡ଼ାରେ ୧୦.୬, ରାଣୀତାଳରେ ୧୧, ଦେବଗଡ଼ରେ ୧୧.୫, ହୀରାକୁଦରେ ୧୧.୮, ସୁନ୍ଦରଗଡରେ ୧୨, ବରଗଡ଼ରେ ୧୨.୪, କୋରାପୁଟରେ ୧୨.୬, ଅନୁଗୁଳରେ ୧୨.୬, ଭବାନୀପାଟଣାରେ ୧୩, ସମ୍ବଲପୁରରେ ୧୩.୫, ବଲାଙ୍ଗୀରରେ ୧୩.୫, ବାଲେଶ୍ୱରରେ ୧୩.୯, ଟିଟିଲାଗଡ଼ରେ ୧୪, ଭଦ୍ରକରେ ୧୪ ଓ କଟକରେ ରାତି ତାପମାତ୍ରା ୧୪.୮ ଡିଗ୍ରୀ ରେକର୍ଡ ହୋଇଛି। ଏଥିସହ ରାଜ୍ୟର ୨୪ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ରହିଛି।ଦେବଗଡ଼ରେ ୧୧.୫ ଡିଗ୍ରି ଓ ହୀରାକୁଦରେ ୧୧.୮ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।
ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ସକାଳେ କୁହୁଡ଼ି ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।