ପୁଣି ଆସୁଛି ଆଉ ଏକ ପଶ୍ଚିମାଝଡ଼: ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଆସନ୍ତା ୫ ଦିନ ଯାଏଁ  ସମୟେ ସମୟେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ସେହିପରି ୨୪ ଘଣ୍ଟାରେ ଉପକୂଳ ଜିଲ୍ଲା ଗୁଡ଼ିକରେ ୪୦ ରୁ ୫୦ କିମି ବେଗରେ ପବନ ସହ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ପୁଣି ଆସୁଛି ଆଉ ଏକ ପଶ୍ଚିମାଝଡ଼: ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ପୁଣି ଆସୁଛି ଆଉ ଏକ ପଶ୍ଚିମାଝଡ଼: ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଆସୁଛି ଆଉ ଏକ ପଶ୍ଚିମାଝଡ଼ । ଆସନ୍ତା  ୨୬ ତାରିଖରୁ ଏହା ରାଜ୍ୟରେ ସକ୍ରିୟ (Active) ହେବ ବୋଲି ଜଣାପଡିଛି । ଫଳରେ ୨୭ ତାରିଖରୁ ଅନେକ ଅଞ୍ଚଳରେ ପୁଣି ଭଲ ବର୍ଷା (rain) ହେବ ବୋଲି ପାଣିପାଗ କାର୍ଯ୍ୟାଳୟ (weather department) ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ରାଜ୍ୟରେ ସ୍ଥାନେ ସ୍ଥାନେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଆସନ୍ତା ୫ ଦିନ ଯାଏଁ  ସମୟେ ସମୟେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ସେହିପରି ୨୪ ଘଣ୍ଟାରେ ଉପକୂଳ ଜିଲ୍ଲା ଗୁଡ଼ିକରେ ୪୦ ରୁ ୫୦ କିମି ବେଗରେ ପବନ ସହ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ (Orange Alert) ଜାରି ହୋଇଛି।

ସତର୍କ ସୂଚନା ଦିଆଯାଇଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି କଟକ (cuttack), ଯାଜପୁର, ଢେ଼ଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା । ଏହି ଜିଲ୍ଲା ଗୁଡିକୁ ଅରେଞ୍ଜ ଆଲର୍ଟ (Yellow Alert) ଜାରି ହୋଇଛି । ଆସନ୍ତା ଦୁଇ ଦିନ ବିଭିନ୍ନ ସ୍ଥାନରେ ୩୦ ରୁ ୪୦ କିମି ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଏହାପରେ ପଶ୍ଚିମଝଡ଼ ପ୍ରଭାବରେ ୨୭ ତାରିଖରେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ କୁଆପଥର ମାଡ଼ ହେବ । ୨୮ ରେ ଉପକୂଳ ଓ ଏହାର ସଂଲଗ୍ନ ଜିଲ୍ଲା ଗୁଡ଼ିକ ପ୍ରଭାବିତ ହେବ।

ଏହି ଖବର ପଢ଼ନ୍ତୁ - ୬୧ ଜଣ ବୟସ୍କ ବ୍ୟକ୍ତିଙ୍କ ପୁନଃବିବାହ: ଦେଖିବାକୁ ମିଳିଲା ନିଆରା ଶୋଭାଯାତ୍ରା
Published by:Soubhagya Mishra
First published: