ଆଜିଠୁ ବଢ଼ିବ ବର୍ଷାର ବିସ୍ତୃତି; ୧୭ରେ ପୁଣି ଘୂର୍ଣ୍ଣିବଳୟ

ଆଜିଠୁ ଉପକୂଳରେ ବଢିବ ବର୍ଷାର ପ୍ରଭାବ ଓ ବିସ୍ତୃତି । ଗଜପତି, ଗଞ୍ଜାମ ଓ ପୁରୀ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ପାଣିପାଗ ଖବର (ପ୍ରତୀକାତ୍ମକ ଛବି)

ପାଣିପାଗ ଖବର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆଜିଠୁ ଉପକୂଳରେ ବଢିବ ବର୍ଷାର ପ୍ରଭାବ ଓ ବିସ୍ତୃତି । ଦକ୍ଷିଣ ଉପକୂଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଚେତାବନୀ ଜାରି ହୋଇଛି। ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶାରେ ରହିବ ବିଜୁଳି ଘଡଘଡିର ସହ ବର୍ଷାର ପ୍ରଭାବ ରହିବ। ୧୦ରୁ ବର୍ଷା କମିବ।

ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୧.୫ ରୁ ୫.୮ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଉପକୂଳ ଓଡିଶାରେ କୋହଲା ପାଗ ସାଙ୍ଗକୁ ବର୍ଷା ହେଉଛି। ଆଜି ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ପରିମାଣ ବଢିବ। ଗଜପତି, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେବ। ଏହା ସହ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ଅନୁଗୁଳ, କୋରାପୁଟ ଓ ମାଲକାନଗିରି ରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ସାମ୍ଭାବ୍ୟ ଚତୁର୍ଥ ଘୂର୍ଣ୍ଣିବଳୟଟି ୧୭ ତାରିଖରେ ଦକ୍ଷିଣ ଥାଇଲାଣ୍ଡ ଉପକୂଳ ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ। ଏହା ଦ୍ବିତୀୟ ଓ ତୃତୀୟ ଅପେକ୍ଷା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ମଡେଲ ଅନୁସାର ଏହାଦ୍ବାରା ଭଲ ବର୍ଷା ହେବ। ତେବେ ଏହା କେତେ ଘନୀଭୂତ ହେବ ଓ ଗତିପଥ କ’ଣ ରହିବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ।
Published by:Soumya Das
First published: