News 18 Odia Digital
ଭୁବନେଶ୍ୱର; ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମଙ୍ଗଳବାର ଏବଂ ବୁଧବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ( Rain ) ହେବାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ଅଧିକ ଥିବାରୁ କିଛି ଜିଲ୍ଲା ଗୁଡିକୁ ସତର୍କ କରାଇଛି ପାଣିପାଗ ବିଭାଗ ( Weather Department ) । ମଙ୍ଗଳବାର ସତର୍କ ସୂଚନା ଦିଆଯାଇଥିବା ଜିଲ୍ଲା ଗୁଡିକ ମଧ୍ୟରେ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, କଟକ, ଢେଙ୍କାନାଳ ରହିଛି । ସେହିପରି ବୁଧବାର ଦିନ କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡା, ଭଦ୍ରକ ଓ ଯାଜପୁର ରହିଛି । ତେବେ ଏହା ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ତଥା ସତର୍କ ସୂଚନା ମିଳିନାହିଁ ।
ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ( Fog ) ମଧ୍ୟ ଦେଖିବାକୁ ମିଳୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ଅଧିକ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ତରଫରୁ ବୁଧବାର ପାଇଁ କୁହୁଡି ହେବାନେଇ ସତର୍କ ସୂଚନା ଜାରୀ କରିଯାଇଛି । କେନ୍ଦ୍ରାପଡା, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜରେ ଅଧିକ କୁହୁଡି ଅନୁଭୁତ ହେବ । ଉକ୍ତ ସମୟରେ ଭିଜିବିଲିଟି ୫୦ମିଟରରୁ ୨୦୦ ମିଟର ପର୍ଯ୍ୟନ୍ତ ରହିବ ।
ରାଜଧାନୀ ଦିଲ୍ଲୀରେ ଆସନ୍ତା ୩ଦିନ ଅଧିକ ଶୀତ ଅନୁଭୁତ ହେବ । ତାପମାତ୍ରା ପ୍ରାୟ ୩ ଡିଗ୍ରୀ ତଳକୁ ଖସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । କିଛି ଦିନ ପୂର୍ବରୁ ଦିଲ୍ଲୀର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ତାପମାତ୍ରା ୧ ଡିଗ୍ରୀ ଛୁଇଁଥିଲା । ତେଣୁ ପୁଣି ଦିଲ୍ଲୀରେ ଅଧିକ ଶୀତ ଅନୁଭୂତ ହେବ । ଦିଲ୍ଲୀ ସମେତ ଦିଲ୍ଲୀର ଆଖପାଖ ଅଞ୍ଚଳରେ ଶୀତ ସହ ସକାଳେ କୁହୁଡି ମଧ୍ୟ ଦେଖିବାକୁ ମିଳିବ ।
ଅଧିକ ଖବର ପଢ଼ନ୍ତୁ-
http://ହକି ବିଶ୍ୱକପ ୨୦୨୩; ଫ୍ରାନ୍ସଠାରୁ ପରାଜୟ ବରଣ କଲା ଦକ୍ଷିଣ ଆଫ୍ରିକାPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।