News 18 Odia Digital
ଭୁବନେଶ୍ୱର: ଆଶ୍ବସ୍ତି ଆଣିଲା କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (rain) ହୋଇଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲା ମାନଙ୍କରେ କାଳ ବୈଶାଖୀ ବର୍ଷା ଲାଗି ରହିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ (Weather Department) ।
ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ (Orange Alert) ଜାରି କରାଯାଇଛି । ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଏବଂ ଝଡ-ପବନ ହେବାର ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିପାରେ । ଏହି ଜିଲ୍ଲା ଗୁଡ଼ିକ ହେଲା କଳାହାଣ୍ଡି, କୋରାପୁଟ, ରାୟଗଡ଼ା, କନ୍ଧମାଳ ,ଗଞ୍ଜାମ ଓ ଭଦ୍ରକ । ସେହପରି ଆସନ୍ତାକାଲି ମଧ୍ୟ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ ପବନ ହୋଇପାରେ ।
ଗତ ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷ ଦେଖା ଦେଇଛି । କଳାହାଣ୍ଡି (kalahandi) ଜିଲ୍ଲାରେ ସର୍ବାଧିକ ୭୦ ମିଲି ମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର (sambalpur) ବୁର୍ଲା ଥରେ ୫୨.୨ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି। କାଳ ବୈଶାଖୀ ଯୋଗୁଁ ଆଗାମୀ ୩ରୁ ୪ ଦିନ ତାପମାତ୍ରାରେ ପରିବର୍ତ୍ତନ (change) ଆସିବ। କିନ୍ତୁ ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା। ହିମାଳୟ ପାଦଦେଶରେ ପଶିମବଙ୍ଗ ଉପତ୍ୟକାରୁ ସିକିମ ଓ ଛତିଶଗଡ଼ ଯାଇ ଏକ ଗୁରୁବଳୟ ଲମ୍ବିଛି । ଆଉ ଏକ ଚାପ ରେଖା ୦.୯ କିଲୋମିଟର ଯାଏ ବାୟୁମଣ୍ଡଳରେ ବ୍ୟାପିଛି। ଯାହାର ପ୍ରଭାବରେ ଜଳୀୟବାଷ୍ପର ମାତ୍ର ରାଜ୍ୟରେ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଉଛି। ଆଗାମୀ ୨୪ ଘଣ୍ଟା ପାଇ କଳାହାଣ୍ଡି, କୋରାପୁଟ, ରାୟଗଡ଼ା, କନ୍ଧମାଳ ,ଗଞ୍ଜାମ, ଭଦ୍ରକ ଆଦି ଜିଲ୍ଲା ମାନଙ୍କରେ କାଳ ବୈଶାଖୀ ବର୍ଷାର ସମ୍ଭାବନା ଅଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲା ମାନଙ୍କରେ କାଳ ବୈଶାଖୀ ବର୍ଷା ଲାଗି ରହିବ।
ଅନ୍ୟପଟେ, ପାଗରେ ପରିବର୍ତ୍ତନ କାରଣରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଝାଞ୍ଜି ପବନ ତଥା ଭୀଷଣ ଗରମର ପ୍ରକୋପ କମିଛି । କିଛିଦିନ ହେବ ଅସହ୍ୟ ତାତି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ବର୍ତ୍ତମାନ କାଳବୈଶାଖୀ ବର୍ଷା କାରଣରୁ କିଛି ସ୍ଥାନରେ ଅସହ୍ୟ ଗୁଳୁଗୁଳିରୁ ମୁକ୍ତି ମିଳିଛି ।
ଏହି ଖବର ପଢ଼ନ୍ତୁ -
ଏପରି ଏକ ସାପ ଯାହା ଦେଖିବାକୁ କୀଟ ପରି: ଜାଣନ୍ତୁ ଏହା କେତେ ବିପଜ୍ଜନକPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।