ଏଥର ସାରା ଦେଶରେ ସ୍ବଭାବିକ ମୌସୁମୀ ବର୍ଷା; ୧୦୩ ପ୍ରତିଶତ ବର୍ଷା ହେବା ନେଇ ସୂଚନା

ରାଜ୍ୟରେ ଚଳିତ ବର୍ଷ ହେବନାହିଁ ଭଲ ବର୍ଷା। ମୌସୁମୀ ବର୍ଷା ନେଇ ଆଜି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଯେଉଁଥିରେ ଚଳିତ ବର୍ଷ ସାରା ଦେଶରେ ସ୍ବଭାବିକ ବର୍ଷା ହେବ ବୋଲି ଆଇଏମ୍ ଡ଼ି ଡିଜି କହିଛନ୍ତି।

ଏଥର ସାରା ଦେଶରେ ସ୍ବଭାବିକ ମୌସୁମୀ ବର୍ଷା

ଏଥର ସାରା ଦେଶରେ ସ୍ବଭାବିକ ମୌସୁମୀ ବର୍ଷା

  • Share this:
News18 Odia Digital

ଭୁବନେଶ୍ବର: ଏଥର ସାରା ଦେଶରେ ହେବ ସ୍ୱାଭାବିକ ମୌସୁମୀ ବର୍ଷା। ୧୦୩% ବର୍ଷା ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ହେଲେ ରାଜ୍ୟରେ ହେବ ସ୍ବଭାବିକ ଠାରୁ କମ ବର୍ଷା। ରାଜ୍ୟର କିଛି ଜିଲ୍ଲାରେ ଭଲ ବର୍ଷା ହେବାକୁ ଥିବାବେଳେ କିଛି ସ୍ଥାନରେ ନିଆଣ୍ଟିଆ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ମୌସୁମୀ ଓଡ଼ିଶା ଆସିବ ନାହିଁ ବୋଲି ଜଣାଯାଇଛି।

ରାଜ୍ୟରେ ଚଳିତ ବର୍ଷ ହେବନାହିଁ ଭଲ ବର୍ଷା। ମୌସୁମୀ ବର୍ଷା ନେଇ ଆଜି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଯେଉଁଥିରେ ଚଳିତ ବର୍ଷ ସାରା ଦେଶରେ ସ୍ବଭାବିକ ବର୍ଷା ହେବ ବୋଲି ଆଇଏମ୍ ଡ଼ି ଡିଜି କହିଛନ୍ତି।

ସାଧାରଣତଃ ଦେଶରେ ୮୭% ବର୍ଷା ହୋଇଥାଏ ହେଲେ ଏ ବର୍ଷ ୧୦୩% ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏହାସହ ରାଜ୍ୟ ଦକ୍ଷିଣ, ଉତ୍ତର ଉପକୂଳ ଓଡ଼ିଶାରେ ସ୍ବଭାବିକ ବର୍ଷା ହେବ ବୋଲି ପୂର୍ବାନୁମାନ ହୋଇଛି। ମାତ୍ର ଆଭ୍ୟନ୍ତରିଣ, କେନ୍ଦ୍ରୀୟ ଓ ଉତ୍ତର ଆଭ୍ୟନ୍ତରିଣରେ କମ ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି। ତେବେ ଜୁନ ମାସରେ ଭଲ ବର୍ଷା ହେବ ବୋଲି କୁହାଯାଉଛି। ସେପଟେ ମୌସୁମୀ ବର୍ତ୍ତମାନ କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ ସକ୍ରିୟ ରହିଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହା ଓଡ଼ିଶା ପ୍ରବେଶ କରିବନାହିଁ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଜାରି ରହିଛି ଖରା ଓ ଗରମ। ଉପକୂଳରେ ଅଣାୟତ କରୁଛି ଗୁଳୁଗୁଳି। ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବଭାବିକ ରହିଛି। କାଳବୈଶାଖୀର ପ୍ରଭାବ କମ ରହୁଥିବାରୁ ମେଘମୁକ୍ତ ଆକାଶ ଯୋଗୁଁ ଅଧିକ ଟାଣ ଖରା ଅନୁଭୂତ ହେଉଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ଦିନର ତାପମାତ୍ରାରେ ବିଶେଷ ପରିଵର୍ତନ ହେବନାହିଁ। ଉପକୂଳ ରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କେନ୍ଦୁଝର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କୋରାପୁଟ, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳରେ ଘଡଘଡି ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।

ସାଧାରଣତଃ ଜୁନ ୧୨ ରୁ ୧୫ ଭିତରେ ଓଡ଼ିଶା ଆସେ ମୌସୁମୀ। ଜୁନ ମାସ ବ୍ୟତୀତ ଅନ୍ୟ ମାସରେ ଭଲ ବର୍ଷା ହେବନାହିଁ। ଯାହାକୁ ନେଇ ଏବେଠୁ ଚିନ୍ତା।
Published by:Lipina Das
First published: