ରାଜ୍ୟର ବିଭିନ୍ନ ସ୍ଥାାନରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା: ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷାର ପରିମାଣ ରେକର୍ଡ ହୋଇଛି।

ଆଜି ମଧ୍ୟ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି ।

ଆଜି ମଧ୍ୟ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି ।

  • Share this:
NEWS 18 ODIA DIGITAL

ଭୁବନେଶ୍ୱର: ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷାର ପରିମାଣ ରେକର୍ଡ ହୋଇଛି । ଶୁକ୍ରବାର ଭଦ୍ରକ ଜିଲ୍ଲାରେ ସର୍ବାଧିକ ବର୍ଷା ୮୬ ମିମି, ବାରିପଦା ୫୯.୬ ମିମି, ଅନୁଗୋଳରେ ୨୪ ମିମି ରେକର୍ଡ ହୋଇଛି । ଏଥିସହିତ ପାରାଦ୍ୱୀପ, କେନ୍ଦୁଝର, ଭବାନୀପାଟଣା, ଟିଟିଲାଗଡ, କୋରାପୁଟ, ମାଲକାନଗିରି, ରାୟଗଡା, ପାରଳାଖେମୁଣ୍ଡି, ଯାଜପୁର ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଜୁନ ୧୬ରୁ ୨୪ ତାରିଖ ମଧ୍ୟରେ ସ୍ୱାଭାବିକ ବର୍ଷା ହୋଇଛି । ସ୍ୱାଭାବିକ ବର୍ଷା ୬୬.୮ମିମି ସ୍ଥାନରେ ୬୭.୭ ମିମି ବର୍ଷା ହୋଇଛି । ଯାହା ସ୍ୱାଭାବିକଠାରୁ ସାମାନ୍ୟତମ ଅଧିକ ବର୍ଷା ହୋଇଛି । ଉତ୍ତର-ପୂର୍ବ ଉତ୍ତର ପ୍ରଦେଶ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୦.୯ କିମି ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଝାଡଖଣ୍ଡ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ କିମି ଏବଂ ୨.୧ କିମି ବାୟୁମଣ୍ଡଳ ଉଚ୍ଚତାରେ ଅନ୍ୟ ଏକ  ଘୁର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ବିଶେଷ କରି ଆସନ୍ତା୨୪ ଘଣ୍ଟା ମଧ୍ୟରେ ବରଗଡ, ଝାରସୁଗୁଡା ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ନବରଙ୍ଗପୁର, ନୂଆପଡ଼, କେନ୍ଦୁଝର ମୟୁରଭଞ୍ଜ, ଏବଂ ଜାଜପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ବଜ୍ରପାତକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲ୍ଲା ଗୁଡ଼ିକୁ ୟେଲୋ ଓ୍ୱାର୍ଣ୍ଣି ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।
Published by:Soubhagya Mishra
First published: