weNews 18 Odia Digital
ଭୁବନେଶ୍ୱର; ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି । ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ମୌସୁମୀ ନିମ୍ନ-ଚାପ ରେଖା ଉତ୍ତର ମୁହାଁ ହେଉଥିବାରୁ ରାଜ୍ୟରେ ମୌସୁମୀ ସ୍ତିତି ଦୁର୍ବଳ ଅଛି । ଏହା ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ସହ, ଜଳୀୟବାଷ୍ପ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କେତକ ଅଞ୍ଚଳରେ ବିଜୁଳି ଘଡ ଘଡି ସହ ବର୍ଷାର ସମ୍ଭାବନା ରହିଛି । ଦୁର୍ବଳ-ମୌସୁମୀ ପ୍ରଭାବରେ ରାଜ୍ୟରେ ପ୍ରାୟ ମେଘ ଶୂନ୍ୟ ଆକାଶ ରହିବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୧.୧ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୧୪ ମିମି ତୁଳନାରେ ୯୨% କମ ।
୨୬ ଜୁଲାଇ ରେ ୫.୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷା ୧୨.୩ ତୁଳନାରେ ୫୫% କମ ବର୍ଷା ହୋଇଥିଲା ।
ସେହିପରି ୨୭ ଜୁଲାଇରେ ୩.୧ ମିମି ସ୍ୱାଭାବିକ ବର୍ଷା ୧୨.୬ ମିମି ତୁଳନାରେ ୭୫% କମ ହୋଇଛି । ୧ ଜୁନରୁ ୨୮ ଜୁଲାଇ ମଧ୍ୟରେ ମୌସୁମୀ ସ୍ବାଭାବିକ ବୃଷ୍ଟିପାତ ୫୧୫.୬ ମିମି ତୁଳନାରେ ୪୯୮.୪ ମିମି ବର୍ଷା ହୋଇଛି । ଏହି ଅବଧି ମଧ୍ୟରେ ୩ ଟି ଜିଲ୍ଲାରେ ଅଧିକ ବୃଷ୍ଟିପାତ ହୋଇଥିଲା, ୨ ଟି ଜିଲ୍ଲା ରେ କମ୍ ଏବଂ ବାକି ୨୫ଟି ଜିଲ୍ଲାରେ ସାଧାରଣ ବୃଷ୍ଟିପାତ ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।