ସକ୍ରିୟ ରହିଛି ଘୁର୍ଣ୍ଣିବଳୟ .. ଲଘୁଚାପ ପ୍ରଭାବରେ ଆଜିଠାରୁ ୪ ଦିନ ପ୍ରବଳ ବର୍ଷା

ଆଜିଠୁ ବର୍ଷାର ପରିମାଣ ବଢିବ , ଆସନ୍ତା କାଲିଠୁ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଯିବ । ୬ ରୁ ୧୦ ଯାଏଁ ରାଜ୍ୟରେ ବିସ୍ତାରିତ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ସକ୍ରିୟ ରହିଛି ଘୁର୍ଣ୍ଣିବଳୟ .. ଲଘୁଚାପ ପ୍ରଭାବରେ ଆଜିଠାରୁ ୪ ଦିନ ପ୍ରବଳ ବର୍ଷା

ସକ୍ରିୟ ରହିଛି ଘୁର୍ଣ୍ଣିବଳୟ .. ଲଘୁଚାପ ପ୍ରଭାବରେ ଆଜିଠାରୁ ୪ ଦିନ ପ୍ରବଳ ବର୍ଷା

  • News18 Odia
  • Last Updated :
  • Bhubaneswar
  • Share this:
News 18 Odia Digital

ଭୁବନେଶ୍ୱର; ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ୭ ତାରିଖ ବେଳକୁ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜିଠୁ ବର୍ଷାର ପରିମାଣ ବଢିବ , ଆସନ୍ତା କାଲିଠୁ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଯିବ । ୬ ରୁ ୧୦ ଯାଏଁ ରାଜ୍ୟରେ ବିସ୍ତାରିତ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି) ୮ ଏବଂ ୯ ତାରିଖ ମଧ୍ୟରେ କିଛ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି ( ୨୦ସେମି) ।



ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚା ରାସ୍ତା ଏବଂ କଚ୍ଚା ଘର ପ୍ରଭାବିତ ହେବା ସମ୍ଭାବନା । ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ଅସୁରକ୍ଷିତ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା । ଚାଷୀ ମାନଙ୍କୁ ସାମୟିକ ଭାବେ ଜମିରେ ୧୦ ତାରିଖ ଯାଏଁ କୀଟନାଶକ , ସାର , ଜଳସେଚନ ନେଇ ବାରଣ କରାଯାଇଛି । ୭ ରୁ ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ର ଏବଂ ୮ ରୁ ୧୦ ଯାଏଁ ଓଡିଶା ଉପକୂଳକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର ।

ସମ୍ଭାବ୍ୟ ଭାରି ବର୍ଷା ଓ ମେଘୁଆ ପାଗ ହେତୁ ଧାନରେ ଲେଡା ପୋକ, ପତ୍ର ମୋଡା ପୋକ, କାଣ୍ଡ ବିନ୍ଦା ପୋକ, ପତ୍ରଛାଦ ଶଢା ରୋଗ, ପଚା ରୋଗ, ମହିଷା ରୋଗ ଓ ପନିପରିବାରେ ଝାଉଁଳା, ପତ୍ର ପୋଡା ଓ ଶଢା ରୋଗ ଲାଗିବାର ସମ୍ଭାବନା ଅଧିକ ରହିଛି । ତେଣୁ ଶୁଷ୍କ ପାଗ ଦେଖି ପ୍ରତିକାର ଗ୍ରହଣ କରିବାକୁ ଚାଷୀ ଭାଇ ମାନଙ୍କୁ ସୂଚନା ଜାରି କରାଯାଇଛି ।

ଆଗକୁ ଆଜି ଓ କାଲି କଟକ ଜିଲ୍ଲାର ବ୍ଲକ ଗୁଡିକରେ ସାମନ୍ୟରୁ ମଧ୍ୟମ ବର୍ଷା ସମ୍ଭାବନା ଓ ରବିବାରଠୁ ମଙ୍ଗଳବାର ଭିତରେ କଟକ ଜିଲ୍ଲାର ବ୍ଲକ ଗୁଡିକରେ ମଧ୍ୟମ ବର୍ଷା ସହ ଗୋଟିଏ ୨ଟି ସ୍ଥାନରେ ଭାରି ରୁ ଅତି ଭାରି ବର୍ଷା ସମ୍ଭବନା । ତେଣୁ ଚାଷୀମାନେ ଆଗକୁ ୫ ଦିନ ଭିତରେ ଖରିଫ ଧାନ ବେଉସନ ଓ ରୁଆ କାର୍ଯ୍ୟକ୍ରମ ସମାପ୍ତ କରିବାକୁ କହିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।
Published by:Soubhagya Mishra
First published: