ସତର୍କ ସୂଚନା ଦେଲା ପାଣିପାଗ ବିଭାଗ: ଏହି ଜିଲ୍ଲାରେ ହେବ କାଳବୈଶାଖୀ !

ଆଗାମୀ ୨୪ ଘଣ୍ଟାରେ ବର୍ଷା, ବିଜୁଳି, କୁଆପଥର ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଏହିସବୁ ଜିଲ୍ଲାକୁ ସତର୍କ ସୂଚନା ।

ସତର୍କ ସୂଚନା ଦେଲା ପାଣିପାଗ ବିଭାଗ: ଏହି ଜିଲ୍ଲାରେ ହେବ କାଳବୈଶାଖୀ !

ସତର୍କ ସୂଚନା ଦେଲା ପାଣିପାଗ ବିଭାଗ: ଏହି ଜିଲ୍ଲାରେ ହେବ କାଳବୈଶାଖୀ !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ପ୍ରବଳ ଖରା ପରେ ପ୍ରବଳ ବର୍ଷା (Heavy rain) ନେଇ ଆଲର୍ଟ । ଆଜିଠୁ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ହେବ ପ୍ରବଳ ବର୍ଷା । ଆସନ୍ତାକାଲିଠୁ ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ (Weather Department)। ପଶ୍ଚିମାଝଡ ସାଙ୍ଗକୁ କାଳବୈଶାଖୀ ପ୍ରଭାବରେ ଘଡଘଡି ବିଜୁଳି ଓ କୁଆପଥର ସହ ଝଡ଼ ପବନ ଆସନ୍ତା ୪୮ ଘଣ୍ଟା ରହିବ। ସାଧାରଣ ଲୋକ ଓ ଚାଷୀ (farmer)ଙ୍କୁ ସତର୍କ କଲା ପାଣିପାଗ ବିଭାଗ।

ପ୍ରଚଣ୍ଡ ଖରା ଓ ତତଲା ହାୱାରୁ ଆଶ୍ବସ୍ତି ଆଣିଛି ପଶ୍ଚିମାଝଡ଼ । ରାଜ୍ୟରେ ବଦଳି ଯାଇଛି ପାଣିପାଗ । ତାତିରୁ ମିଳିଛି ନିସ୍ତାର, ପାଗ ହୋଇଯାଇଛି ଥଣ୍ଡା । ପାଣିପାଗ ବିଭାଗ କହିଛି, ଆସନ୍ତା ୫ ଦିନ ଯାଏଁ କୋହଲା ପାଗ ସାଙ୍ଗକୁ ବର୍ଷା (rain) ହୋଇପାରେ । ଆଗାମୀ ୨୪ ଘଣ୍ଟାରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ମାଲକାଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ାରେ ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଏଥିସହ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବୌଦ୍ଧରେ ଘଡଘଡି ବିଜୁଳି ସାଙ୍ଗକୁ ବର୍ଷାର ସମ୍ଭାବନା ରହିଛି । ତେବେ କୋରାପୁଟ, କନ୍ଧମାଳ, କଳାହାଣ୍ଡି, ଗଜପତି, ଗଞ୍ଜାମ, ନବରଙ୍ଗପୁରରେ କୁଆପଥର ବର୍ଷା ନେଇ ୟଲୋ ଆଲର୍ଟ (yellow alert) ଜାରି କରିଛି ପାଣିପାଗ ବିଭାଗ । ରବିବାର ୨୬ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ୨୪ ତାରିଖରେ ୨୭ ଜିଲ୍ଲାରେ ୭ରୁ ୧୧ ସେମି ଅର୍ଥାତ୍ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୨୫ ତାରିଖରୁ ବର୍ଷାର ପରିମାଣ କମିବ ହେଲେ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସାଙ୍ଗକୁ ପାଗ ଥଣ୍ଡା ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଜ୍ଞାନୀ କହିଛନ୍ତି, ଓଡ଼ିଶା ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିବ। ଯାହା ଫଳରେ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ରାଜ୍ୟକୁ ପ୍ରବେଶ କରିବ । ଆସନ୍ତା ୩ ଦିନ ଧରି ପ୍ରବଳ ବର୍ଷା ହେବ । ତେବେ ୨୬ ତାରିଖ ଯାଏଁ ଏଭଳି ପାଗ ସାଙ୍ଗକୁ ତାପମାତ୍ରା (temperature) ସ୍ବାଭାବିକଠାରୁ କମ୍‌ ରହିବ । ୨୮ରୁ ପୁଣି ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଇଛି । ଶନିବାର ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି କାଳବୈଶାଖୀ ବର୍ଷା। ନବରଙ୍ଗପୁର ଝରିବନ୍ଧଠାରେ ୨୨ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଏହି ଖବର ପଢ଼ନ୍ତୁ -  ଓଡ଼ିଆ ଯୁବଚାଷୀଙ୍କ କମାଲ୍ ! କଳାହାଣ୍ଡିରେ ଫଳାଇଲେ ମିଠା ସେଓ
Published by:Soubhagya Mishra
First published: