News 18 Odia Digital
ଭୁବନେଶ୍ୱର: ରାଜ୍ୟରେ ବଦଳୁଛି ପାଣିପାଗ (weather)। ପଶ୍ଚିମାଝଡର ପ୍ରଭାବରେ ମାର୍ଚ୍ଚ ମାସରେ ଲାଗି ରହିଛି ବର୍ଷା । ପୁଣି ଆଗକୁ ଆସୁଛି ଆହୁରି ପଶ୍ଚିମା ଝଡ । ପ୍ରଭାବରେ ଏପ୍ରିଲ ୧୦ ଯାଏ ବର୍ଷା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ସେପଟେ ୨୯ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ରାଜ୍ୟରେ ସକ୍ରିୟ ପଶ୍ଚିମା ଝଡ଼ । ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଜାରି ରହିବ ବର୍ଷା । ୨୯ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning) ଜାରି କରିଛି ପାଣିପାଗ ବିଭାଗ । ସୋମବାର (monday) ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଗଜପତି, ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୨୮ ତାରିଖ ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟ ଘଡ଼ଘଡ଼ି ବର୍ଷା (rain) ସମ୍ଭାବନା ରହିଛି । ୨୯ ଓ ୩୦ ତାରିଖ ପାଇଁ କୌଣସି ଆଲର୍ଟ (aleart) ଜାରି କରାଯାଇ ନଥିଲେ ମଧ୍ୟ ୨୯ ତାରିଖ ଯାଏ ସମ୍ଭବତଃ ରାଜ୍ୟରେ ବର୍ଷା ଲାଗି ରହିବ । ସତର୍କ ରହିବାକୁ ସଂପୃକ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (relief commissioner) ।
ମାର୍ଚ୍ଚ ଭଳି ଏପ୍ରିଲ (april) ମାସ ବି ଭିଜିବ ବର୍ଷାରେ । ପୁଣି ଆସନ୍ତା ୩୦ ତାରିଖରେ ଆଉ ଏକ ପଶ୍ଚିମା ଝଡ଼ ସମ୍ଭାବନା ରହିଛି । ୧୦ ଦିନ ଭିତରେ ରାଜ୍ୟକୁ ୩ଟି ପଶ୍ଚିମାଝଡ ପ୍ରବେଶ କରିବ । ଏହାର ପ୍ରଭାବରେ ଏପ୍ରିଲ ୩ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ପରେ ଏପ୍ରିଲ୍ ୪ ବେଳକୁ ଉତ୍ତର ଭାରତ ଦେଇ ଆଉ ଏକ ପଶ୍ଚିମାଝଡ଼ ଆସିବ ଯାହା ୧୦ଯାଏଁ ବର୍ଷା କରାଇବ ।
ଗଲା ଦୁଇ ସପ୍ତାହ ହେଲାଣି ରାଜ୍ୟରେ ଜାରି ରହିଛି ଝଡ଼ବର୍ଷା । କୁଆପଥର ମାଡ଼ରେ ନଷ୍ଟ ହୋଇଛି ବ୍ୟାପକ ପନିପରିବା (vegetable) ଫସଲ । ଆଗକୁ ପୁଣି କୁଆପଥର ହେବ ବୋଲି ଆଶଙ୍କା କରୁଛନ୍ତି ପାଣିପାଗ ବିଶେଷଜ୍ଞ ।
ଏହି ଖବର ପଢ଼ନ୍ତୁ -
କେନ୍ଦୁଝରରେ ପୁଣି ବାଘ ଆତଙ୍କ: ୪ଟି ମଇଁଷି ମାରିଲା... ୨ଟି ଘାଇଲା କଲା !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।