ଚାଷୀ ଆନ୍ଦୋଳନ ଓ ପଦ୍ମପୁରକୁ ଜିଲ୍ଲା ଗଠନ ଦାବିକୁ ଆମର ପୂର୍ଣ୍ଣ ସମର୍ଥନ; ଧର୍ମେନ୍ଦ୍ର ପ୍ରଧାନ

ଗତ ୩ ତାରିଖରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚାଷୀଙ୍କୁ ବୀମା ରାଶି ପଠାଇବା ପାଇଁ ଚିଠି ଲେଖିଥିଲେ ମଧ୍ୟ ୧୧ ଦିନ ପରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କାହିଁକି ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଟଙ୍କା ଆସିନାହିଁ ବୋଲି ପ୍ରଶ୍ନ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଚାଷୀ ଆନ୍ଦୋଳନ ଓ ପଦ୍ମପୁରକୁ ଜିଲ୍ଲା ଗଠନ ଦାବିକୁ ଆମର ପୂର୍ଣ୍ଣ ସମର୍ଥନ; ଧର୍ମେନ୍ଦ୍ର ପ୍ରଧାନ

ଚାଷୀ ଆନ୍ଦୋଳନ ଓ ପଦ୍ମପୁରକୁ ଜିଲ୍ଲା ଗଠନ ଦାବିକୁ ଆମର ପୂର୍ଣ୍ଣ ସମର୍ଥନ; ଧର୍ମେନ୍ଦ୍ର ପ୍ରଧାନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର/ପଦ୍ମପୁର/ବରଗଡ଼ : ଆମ ଦଳ ଚାଷୀ ଆନ୍ଦୋଳନ ଓ ପଦ୍ମପୁରକୁ ଜିଲ୍ଲା ଗଠନ ଦାବିକୁ ପୂର୍ଣ୍ଣ ସମର୍ଥନ କରୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସୋମବାର ପଦ୍ମପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସମର୍ଥନରେ ପ୍ରଚାର କରିବା ସହ ଧାରଣାସ୍ଥଳକୁ ଯାଇ ଆନ୍ଦୋଳନରତ ‘କୃଷକ ସଂଗଠନ’ ଓ ‘ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି’କୁ ଭେଟିବା ପରେ ଏପରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।



ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ ଜନସଭା ଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମ ଦଳ ବିଜେପି ଏବଂ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଚାଷୀ ମାନଙ୍କ ସହ ଅଛନ୍ତି । ଚାଷୀ ମାନଙ୍କର ଭରସା ମଧ୍ୟ ଆମ ଦଳ ଉପରେ ଅଛି । ଚାଷୀଙ୍କ ସମସ୍ୟା ସହ ଜଡ଼ିତ ସବୁ ପ୍ରସଙ୍ଗ ଉପରେ ଦଳ ଅବଗତ ଅଛି । ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ଲକରୁ ପଞ୍ଚାୟତ ଇନସ୍ୟୁରାନ୍ସ ୟୁନିଟ୍ କରିବାର ଐତିହାସିକ ନିଷ୍ପତି ଏହି ବରଗଡ଼ ମାଟିରୁ ନେଇଥିଲେ । ଆମ ଦଳ ଚାଷୀଙ୍କ ସହ ରହିଛି ଏବଂ ରହିବ । କୃଷିର ବିକାଶ ପାଇଁ ବରଗଡ ଜିଲ୍ଲାରେ ଇଥାନଲ ପ୍ଲାଣ୍ଟ ସ୍ଥାପନା କରାଯାଇଛି । ଚାଷୀ ଭାଇ ଏବଂ ଜିଲ୍ଲାର ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ।



ଅପରପକ୍ଷରେ ଦେଶ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ପୂରଣ କରିଥିବା ବେଳେ ଦୀର୍ଘ ୨୨ ବର୍ଷରୁ ଅଧିକ ଶାସନରେ ରହିବା ପରେ ମଧ୍ୟ ପଦ୍ମପୁରରେ ପାଣି, ଜଳସେଚନ, ଚାଷୀ ବୀମା, ଧାନ କିଣା ଓ ଦାଦନ ସମସ୍ୟାର ସମାଧାନ ନ ହେବା ଦୁର୍ଭାଗ୍ୟଜନକ । ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଏବଂ ଦାୟିତ୍ୱରେ ବିଳମ୍ବ କାରଣରୁ ଆଜି ଚାଷୀ ମାନେ ଆନ୍ଦୋଳନରେ ବସିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କ୍ରିୟାନ୍ୱୟନ ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ ରହିଛି । ରାଜ୍ୟ ସରକାର ଏଥିପାଇଁ ଏଜେନ୍ସି ନିଯୁକ୍ତି କରନ୍ତି । ନ୍ୟାସନାଲ ଇନସ୍ୟୁରାନ୍ସ, ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ, ଓରିଏନଟାଲ ଇନସ୍ୟୁରାନ୍ସ, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଜେନେରାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ, ଏଗ୍ରିକଲଚର ଇନସୁରାନ୍ସ କମ୍ପାନୀ ଅଫ୍ ଇଣ୍ଡିଆ ଲିମିଟେଡ୍ ଭଳି ୬ଟି କମ୍ପାନୀ ଥିଲା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଏଚଏଡିଏଫସି ଭଳି ପ୍ରାଇଭେଟ୍ କମ୍ପାନୀକୁ ନେଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ବୀମା କମ୍ପାନୀ ଓ ଚାଷୀ ମାନଙ୍କର ଦେଖାଯାଇଥିବା ବିବାଦ ନେଇ ରାଜ୍ୟ ସରକାର ଠିକରେ ଉପସ୍ଥାପିତ କରିବାରେ ଅହେତୁକ ବିଳମ୍ବ କଲେ । ଏଥିପାଇଁ ଏହି ସମସ୍ୟା ସୃଷ୍ଟି ହୋଇଛି । ଗତ ୩ ତାରିଖରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚାଷୀଙ୍କୁ ବୀମା ରାଶି ପଠାଇବା ପାଇଁ ଚିଠି ଲେଖିଥିଲେ ମଧ୍ୟ ୧୧ ଦିନ ପରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କାହିଁକି ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଟଙ୍କା ଆସିନାହିଁ ବୋଲି ପ୍ରଶ୍ନ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଶ୍ରୀ ପ୍ରଧାନ କହିଛନ୍ତି ଏହି ରାଜବୋଡାସମ୍ବରର ମାଟି ହେଉଛି ଦେଶର ସ୍ୱତନ୍ତ୍ରତା ପାଇଁ ବଳିଦାନ ଦେଇଥିବା ଶହୀଦ ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହଙ୍କ ଭଳି ଅନେକ ମହାପୁରୁଷଙ୍କ ମାଟି । ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ କୋଟି କୋଟି ଟଙ୍କା ଦେବାର ବ୍ୟବସ୍ଥା କରିବା ପରେ ମଧ୍ୟ ଘର ଆବଣ୍ଟନରେ ପଶ୍ଚିମ ଓଡ଼ିଶାକୁ ନଗଣ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଘର ଆବଣ୍ଟନରେ ବିଜୁ ପକ୍କା ଘର ଯୋଜନାର ଷ୍ଟିକର ଲଗାଯାଉଛି ।

ପ୍ରଚାର କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ବରଗଡ଼ ଜିଲ୍ଲା ଘେଁସ ଠାରେ ଶହୀଦ ମାଧୋ ସିଂହଙ୍କର ଷଷ୍ଠ ଦାୟାଦ ସ୍ୱର୍ଗତ ତାରକେଶ୍ୱର ସିଂହ ବରିହାଙ୍କର ଧର୍ମପତ୍ନୀ ଘେଁସ ରାଜମାତା ସ୍ୱର୍ଗୀୟା ମମତା ସିଂହ ବରିହାଙ୍କ ବାସଭବନକୁ ଯାଇ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ପରେ ଘେଁସ ଠାରେ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହ, ହଟ୍ଟେ ସିଂହ, କୁଞ୍ଜଳ ସିଂହ, ବୈରୀ ସିଂହ ଓ ଐରୀ ସିଂହଙ୍କ ସ୍ମୃତିରେ ନିର୍ମିତ 'ସ୍ମୃତିସ୍ତମ୍ଭ'ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କେନ୍ଦ୍ରମନ୍ତ୍ରୀ ।
Published by:Soubhagya Mishra
First published: