ହାଣ୍ଡିଆ ବିକି ପେଟ ପୋଷୁଛୁ; କାମଦେଲେ ଆଉ ବିକ୍ରି କରିବୁନି.. ପୋଲିସର ରେଡ ବେଳେ ଏମିତି କହିଲେ ମହିଳା

ସାଲିଆସାହିରୁ ହାଣ୍ଡିଆ ବିକ୍ରି ବେଳେ ପୋଲିସ ରେଡ କରିଛି । କିଛି ଗରିବ ମହିଳା ହାଣ୍ଡିଆ ବିକି ପେଟ ପୋଷୁଥିବା କହିଛନ୍ତି । ଜଣେ ମହିଳା କହିଛନ୍ତି ଆମେ ଜାଣିଛୁ ଆମେ ଭୁଲ୍ କରୁଛୁ କିନ୍ତୁ ଆମ ପାଖରେ ଆଉ କିଛି ଉପାୟ ନାହିଁ ।

ହାଣ୍ଡିଆ ବିକି ପେଟ ପୋଷୁଛୁ; କାମଦେଲେ ଆଉ ବିକ୍ରି କରିବୁନି.. ପୋଲିସର ରେଡ ବେଳେ ଏମିତି କହିଲେ ମହିଳା

ହାଣ୍ଡିଆ ବିକି ପେଟ ପୋଷୁଛୁ; କାମଦେଲେ ଆଉ ବିକ୍ରି କରିବୁନି.. ପୋଲିସର ରେଡ ବେଳେ ଏମିତି କହିଲେ ମହିଳା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ସାଲିଆସାହିରୁ ହାଣ୍ଡିଆ ବିକ୍ରି ବେଳେ ପୋଲିସ ରେଡ କରିଛି । କିଛି ଗରିବ ମହିଳା ହାଣ୍ଡିଆ ବିକି ପେଟ ପୋଷୁଥିବା କହିଛନ୍ତି । ପଚ୍ଚା ଭାତରେ ହାଣ୍ଡିଆ ତିଆରି କରି ରୋଜଗାର କରୁଛନ୍ତି । ତେବେ ଏହି ସ୍ଥାନରେ ଦୀର୍ଘ ଦିନ ଧରି ହାଣ୍ଡିଆ ବେପାର ହେଉଛି । ପୋଲିସ ବାରମ୍ବାର ହାଣ୍ଡିଆ ଜବତ କରିବା ପରେ ବି ଏମାନେ ବେପାର ବନ୍ଦ କରୁନାହାଁନ୍ତି ।



ପଚାରିଲେ ଏହି ମହିଳା କହିଛନ୍ତି ପଚ୍ଚା ଭାତରେ ଓ ଚିନିରେ ଆମେ ହାଣ୍ଡିଆ ତିଆରି କରୁଛୁ ଆଉ ତାକୁ ୪୦୦ ରୁ ୬୦୦ ଟଙ୍କାରେ ବିକୁଛୁ । ହାଣ୍ଡିଆ ଗିଲାସକୁ ୧୦ ଟଙ୍କାରେ ବିକ୍ରି କରୁଛୁ । ଆହୁରି ସେମାନେ କହିଛନ୍ତି ଏ କାମ ନ କଲେ ଆମେ ଚଳିବୁ କେମିତି ? । ଆମର ପେଟପାଟଣା କଥା, ଏଥିରୁ ଟଙ୍କା ରୋଜଗାର କରି ପେଟ ପୋଷୁଛୁ । ଅନ୍ୟ କାମ ଆମକୁ ଯୋଗାଇଲେ ଆମେ ଏକାମ ଛାଡ଼ିଦେବୁ ।

ଏହା ସହିତ ମହିଳା ଜଣକ କହିଛନ୍ତି ଆମେ ଜାଣିଛୁ ଆମେ ଭୁଲ୍ କରୁଛୁ କିନ୍ତୁ ଆମ ପାଖରେ ଆଉ କିଛି ଉପାୟ ନାହିଁ । ପୋଲିସ ଆମକୁ କହିଥିଲେ ଯେ ଆମକୁ କାମ ଯୋଗାଇଦେବେ ହେଲେ ଏଠୁ ଯିବା ପରେ ଆଉ ଦେଖା ଛୁଆଁ ଦେଲେନି । ମଝିରେ ମଝିରେ ଆସିଲି ରେଡ କରି ଯାଉଛନ୍ତି କିନ୍ତୁ ଆମକୁ କାମ ଯୋଗାଉ ନାହାନ୍ତି ।



ଅନ୍ଧାରୀ ଘରେ ଦେଶୀ ମଦଭାଟି । ରେଡ଼ କଲା ପୋଲିସ, ଛତ୍ରଭଙ୍ଗ କଲେ ବସ୍ତି ବାସିନ୍ଦା । ତାଲା ଭାଙ୍ଗି ଘରେ ପଶିଲା ପୋଲିସ ।  ରାଜ୍ୟ ରାଜଧାନୀର ସାଲିଆସାହି ଇଡକୋ ବସ୍ତିରେ ଦେଶୀ ମଦ ରାନ୍ଧିବା ଓ ବିକ୍ରି କରିବା ଅଭିଯୋଗରେ ଅତର୍କିତ ରେଡ଼ କରିଥିଲା କମିସନରେଟ ପୋଲିସ । ଡ଼ିସିପି ପ୍ରତୀକ ସିଂ ଙ୍କ ନେତୃତ୍ୱରେ ଚଢ଼ାଉ ବେଳେ ଜବତ ହେଲା ବିପୁଳ ପରିମାଣର ପୋଚ, କଞ୍ଚା ମାଲ, ଚାଉଳି ଓ ଦେଶୀ ମଦ ।



ରେଡ଼ ବେଳେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ।  ଘର ଭିତରେ ଥିଲା ସୁଡଙ୍ଗ । ଯଦି କୌଣସି ସମୟରେ ପୋଲିସ ରେଡ଼ କରେ ତେବେ ପୋଲିସକୁ ଚକମା ଦେଖାଇବା ସେଇ ସୁଡ଼ଙ୍ଗ ଦେଇ ଖସି ପଳାଇବାକୁ ଉଦ୍ୟମ କରୁଥିଲେ ଅଭିଯୁକ୍ତ । ଏହି ସୁଡଙ୍ଗରେ  ଜଣେ ବ୍ୟକ୍ତି ଅତି ସହଜରେ ବନ୍ଦ କୋଠରୀ ଭିତରକୁ ଯିବା ଆସିବା କରି ପାରିବ।  ପୋଲିସ ସୁଡଙ୍ଗ ଭିତରେ ପଶି ରନ୍ଧା ଯାଉଥିବା ମଦକୁ ଜବତ କରିଛି ।

"ପୂଜା ପୂର୍ବରୁ ପୋଲିସ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ସଲିଆସାହିରେ ରେଡ଼ ହୋଇଛି । ରେଡ଼ ବେଳେ ଜବତ ୭୦ଲିଟର ଦେଶୀ ରନ୍ଧା ମଦ,୧୪ହଜାର ଲିଟର ପୋଚ, ସାଙ୍ଗକୁ କଞ୍ଚା ମାଲ ଓ ମଦ ପ୍ରସ୍ତୁତ କରୁଥିବା ସାମଗ୍ରୀ ଜବତ ହୋଇଛି । ମଦ ତିଆରି କରିବା ଓ ବିକ୍ରି କରିବା ଅଭିଯୋଗରେ ୬ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ରେଡ଼ ବେଳେ ୪ପ୍ଲାଟୁନ ଫୋର୍ସ ମୁତୟନ"  ଥିବା କହିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ ।

ସୂଚନାଯୋଗ୍ୟ, ସାଲିଆସାହିରେ ଦେଶୀ ମଦ ଭାଟି ନୂଆ କଥା ନୁହେଁ, ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ମଦଭାଟି ଭାଙ୍ଗିଛି ପୋଲିସ । ହେଲା ଯଥା ପୂର୍ବ ତଥା ପରଂ । ସେପଟେ ସରକାରି ଜାଗାରେ ଘର କରି ଯେଉଁମାନେ ନିଶା କାରବାର କରୁଛନ୍ତି ସେମାନଙ୍କ ଘର ଭାଙ୍ଗିବାକୁ ବିଏମସିକୁ ଚିଠି ଲେଖାଯିବ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।
ଗତ କିଛିଦିନ ହେବ ନିଶା କାରବାର ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୋଲିସ । ବସ୍ତି ଗୁଡିକରେ ବିକ୍ରି ହେଉଥିବା ବ୍ରାଉନସୁଗର , ଗଞ୍ଜେଇ , ମଦକୁ ରୋକିବା ପାଇଁ ସ୍ୱତନ୍ତ୍ର ଟିମ ଜରିଆରେ ତଦନ୍ତ କରୁଛି ପୋଲିସ ।
Published by:Soubhagya Mishra
First published: