ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆଜି ସକାଳ ୮ଟାରୁ ନେଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ ବନ୍ଦ ରହିବ ଜଳ ଯୋଗାଣ

ଆଜି ସକାଳ ୮ଟାରୁ ନେଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ ବନ୍ଦ ରହିବ ଜଳ ଯୋଗାଣ

ଜଳ ଯୋଗାଣ ବନ୍ଦ ରହିବାର ମୁଖ୍ୟ କାରଣ ହେଉଛି ପଳାଶୁଣି ମୁଖ୍ୟ ଜଳ ଯୋଗାଣ ପାଇଲାଇନର ମରାମତି କାର୍ଯ୍ୟ । ଏଥି ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଆଜି ସକାଳ ୮ଟାରୁ ନେଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ ବନ୍ଦ ରହିବ ଜଳ ଯୋଗାଣ
ଆଜି ସକାଳ ୮ଟାରୁ ନେଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ ବନ୍ଦ ରହିବ ଜଳ ଯୋଗାଣ
  • News18 Odia
  • Last Updated: October 8, 2021, 9:01 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଆଜି ପାଣି ପାଇଁ ଭୁବନେଶ୍ବରବାସୀଙ୍କ ଚିନ୍ତାରେ, କାରଣ ସକାଳ ଆଠଟାରୁ ନେଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳ ସପ୍ଲାଇ ବନ୍ଦ ରହିବ । ରାଜଧାନୀରେ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍ (WATCO) ଆଠ ଘଣ୍ଟା ପାଇଁ ଯୋଗାଣ ବନ୍ଦ କରିବାକୁ ଗୁରୁବାର ନିଷ୍ପତ୍ତି ନେଇଥିଲା ।

ଜଳ ଯୋଗାଣ ବନ୍ଦ ରହିବାର ମୁଖ୍ୟ କାରଣ ହେଉଛି ପଳାଶୁଣି ମୁଖ୍ୟ ଜଳ ଯୋଗାଣ ପାଇଲାଇନର ମରାମତି କାର୍ଯ୍ୟ । ଏଥି ପାଇଁ ଏହି ପଦକ୍ଷେପ ନିଆଯାଇଛି ।

WATCOର ଜଣେ ଅଧିକାରୀ କହିଥିଲେ ଯେ ଆଠ ଘଣ୍ଟା ପାଇଁ ଯୋଗାଣ ବନ୍ଦ ହୋଇଯିବ ଯାହା ସକାଳ ୮ ଟାରୁ 4 ଟା ପର୍ଯ୍ୟନ୍ତ ବନ୍ଦ ରହିବ । ସେ ଆହୁରି ମଧ୍ୟ କହିଥିଲେ ଯେ ବାସିନ୍ଦାମାନେ ଏଥିପାଇଁ ପ୍ରସ୍ତୁତ ହେବା ଉଚିତ ଓ ପାଣି ବନ୍ଦ ହେବା ପୂର୍ବରୁ ସଂଗ୍ରହ କରି ରଖିବା ଉଚିତ୍।

ଜଳ ଯୋଗାଣ ବନ୍ଦ ହେବାକୁ ଥିବାରୁ ସମସ୍ତେ ଜଳ ସଞ୍ଚୟ କରନ୍ତୁ ବୋଲି ସେ କହିଥିଲେ। ତେବେ ୪ଟା ପରେ ଜଳ ଯୋଗାଣ ସ୍ୱାଭାବିକ ଅବସ୍ଥାକୁ ଫେରିବ ।
Published by: Lipina Das
First published: October 8, 2021, 9:01 AM IST