ଫୁଲୁଛି ରାଜ୍ୟର ଅନେକ ନଦୀ; ଜଳ ସମ୍ପଦ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମହାନଦୀରେ ଆମେ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରଖିଛୁ । ଏହାକୁ ନେଇ ଗତକାଲି ସମସ୍ତ ବିଭାଗ ସହିତ ରିଭ୍ୟୁ କରଯାଇଛି ।

ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପତିକ୍ରିୟା

ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପତିକ୍ରିୟା

  • Share this:
News 18 Odia Digital

ଭୁବନେଶ୍ୱର; ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ରାଜ୍ୟର ଅନେକ ନଦୀ ଫୁଲିବାରେ ଲାଗିଛି । ବିପଦ ସଂକେତ ଉପରେ ରହିଛି ଜଳକା । ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ସତର୍କ ସଂକେତ ତଳେ । ସକାଳ ୬ ସୁଦ୍ଧା ଜଳକା ନଦୀର ଜଳସ୍ତର ମଥାନୀ ଠାରେ ୬.୫୫ ମିଟର ଥିବାବେଳେ ଏହାର ବିପଦ ରହିଛି ସଂକେତ ୫.୫ ମିଟର । ସେହିପରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ୬.୩୭ ଥିବାବେଳେ ଏହାର ବିପଦ ସଂକେତ ୧୦.୩୬ ମିଟର ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୬.୯୬ ମିଟର ଥିବାବେଳେ ଏହାର ସତର୍କ ସଂକେତ   ୭.୨୧ମିଟର ରହିଛି । ତେବେ ଗତକାଲି କାଳ ଡ୍ୟାମର ଗୋଟିଏ ଗେଟ ଖୋଲା ଯାଇଥିବାରୁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା ତେବେ ଆଜି ବର୍ଷା ଉପରମୁଣ୍ଡରେ କମିଥିବା ବେଳେ ଜଳସ୍ତର ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି ।

ସତର୍କ ସଂକେତ ପାର୍ କରିବା ପରେ ଆଜି ସକାଳ ୬ଟା ସୁଦ୍ଧା ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳସ୍ତର ୩୮.୨୪୦ ମିଟର ରହିଛି । ଗତ ୩ ଘଣ୍ଟା ଧରି ଜଳସ୍ତର ସ୍ଥିର ରହିଥିବା ସୂଚନା ମିଳିଛି । ଯେକୌଣସି ମୁହୂର୍ତ୍ତରେ ଜଳସ୍ତର ବିପଦ ସଂକେତ ଟପିବା ସମ୍ଭାବନା ମଧ୍ୟ ରହିଛି । ଆନନ୍ଦପୁରରେ ବୈତରଣୀ ନଦୀର ସତର୍କ ସଂକେତ ୩୭.୪୪୫ ମିଟର ଓ ବିପଦ ସଂକେତ ୩୮.୩୬୦ ମିଟର ରହିଛି ।

ସେହିପରି ରାୟଗଡା ଜିଲ୍ଲାର ପ୍ରବାହିତ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଉଛି । ଗୁଣୁପୁର ନିକଟରେ ସତର୍କ ସଂକେତ ୮୩.୦୦ମିଟର ରହିଥିବା ବେଳେ ଏହା ଏବେ ୮୩.୪୫ ରହିଛି । ବିପଦ ସଂକେତ ୮୪.୦୦ ମିଟର ରହିଛି । ବର୍ତ୍ତମାନ୍ ବିପଦ ସଂକେତ ନିକଟରେ ଜଳ ପ୍ରବାହିତ ହେଉଛି । ଜିଲ୍ଲାର ଗୁମ୍ମା ଘାଟିରେ ଭୁଷ୍କଳନ ହୋଇ ମାଟି ଓ ବଡ଼ ଗଛ ପଡ଼ି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି । ରାୟଗଡ଼ା କୋରାପୁଟ ସଡ଼କ ପଥରେ ଗମନା ଗମନ ଠପ୍ ହୋଇଯାଇଛି । ଅଗ୍ନିଶମ ବିଭାଗ ରାସ୍ତା ରୁ ମାଟି ଓ ଗଛ ସଫା କରିବା ପାଇଁ ବାହାରିଛନ୍ତି ।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମହାନଦୀରେ ଆମେ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରଖିଛୁ । ଏହାକୁ ନେଇ ଗତକାଲି ସମସ୍ତ ବିଭାଗ ସହିତ ରିଭ୍ୟୁ କରଯାଇଛି । ମୁଖ୍ୟତଃ ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲା ପାଇଁ ୬ ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଦୁର୍ବଳ ବନ୍ଧ ଓ ଅନ୍ୟାନ୍ୟ ସମସ୍ୟା ନେଇ ସେମାନେ ନଜର ରଖିବେ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲଟି ନେଇ ଆମେ କାର୍ଯ୍ୟ କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ।

ସେପଟେ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି l ଏହା ପଶ୍ଚିମ -ଉତ୍ତର -ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୧୨ଘଣ୍ଟା ଯାଏଁ ନିଜର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି l

ଆଜି ସକାଳୁ ବର୍ଷାର ପରିମାଣ ସାମାନ୍ୟ କମିଛି । ଆସନ୍ତାକାଲି ମଧ୍ୟ ବର୍ଷା କମ ରହିବ କିନ୍ତୁ ପୁଣି ୧୭ ରୁ ବଢିବ ବର୍ଷା । ୧୮ ରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା । ୧୭ ରୁ ବର୍ଷା ବଢିଲେ ଉପକୂଳ ଓ ଦକ୍ଷିଣ ଓଡିଶା ନଦୀ ଅବବାହିକାରେ ବୃଦ୍ଧି ପାଇବ ଜଳସ୍ତର । ବନ୍ୟା ପରିସ୍ଥିତିକୁ ଜଟିଳ କରିବ ବର୍ଷା ।
Published by:Soubhagya Mishra
First published: