ହୀରାକୁଦ ଜଳ ଭଣ୍ଡାରରୁ ଛଡ଼ାଗଲା ପାଣି; ୩୬ ଘଣ୍ଟା ପରେ କଟକ ମୁଣ୍ଡଳିରେ ପହଞ୍ଚିବ; ପ୍ରସ୍ତୁତି ଶେଷ

କଟକରେ ମହାନଦୀ ପଠାକୁ ପୋତାଯାଇଥିବାରୁ ନଦୀର ପ୍ରାକୃତିକ ଜଳ ପ୍ରବାହ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ହେଲେ ଜିଲ୍ଳାପାଳ କହିଛନ୍ତି ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

ହୀରାକୁଦ ଜଳ ଭଣ୍ଡାରରୁ ଛଡ଼ାଗଲା ପାଣି; ୩୬ ଘଣ୍ଟା ପରେ କଟକ ମୁଣ୍ଡଳିରେ ପହଞ୍ଚିବ; ପ୍ରସ୍ତୁତି ଶେଷ
ଜୋବ୍ରା ବ୍ୟାରେଜ କତ୍ତୃପକ୍ଷ ଆଜି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ଜଳ ନିଷ୍କାସନ ଆରମ୍ଭ ହୋଇଛି । ଏହି ପାଣି କଟକରେ ପହଞ୍ଚିବାକୁ ପାଖାପାଖି ୩୬ ଘଣ୍ଟା ସମୟ ଲାଗୁଥିବାରୁ ଏଥି ପାଇଁ ନିଜ ପ୍ରସ୍ତୁତି ଶେଷ କରିଛନ୍ତି ମୁଣ୍ଡଳି ଓ ଜୋବ୍ରା ବ୍ୟାରେଜ କତ୍ତୃପକ୍ଷ ।

ସାଧାରଣତଃ ୩୬ ଘଣ୍ଟା ପରେ ହୀରାକୁଦରୁ ଆସୁଥିବା ପାଣି ମୁଣ୍ଡଳିରେ ପହଞ୍ଚିଥାଏ । କିନ୍ତୁ ଏହା ଚଳିତ ବର୍ଷର ପ୍ରଥମ ଜଳ ହୋଇଥିବାରୁ ଅଧିକ ସମୟ ନେବ ଓ କମ୍‌ ପରିମାଣର ଜଳ ମୁଣ୍ଡଳି ଦେଇ ପାର ହେବ । କାରଣ ତଳମୁଣ୍ଡରେ ବର୍ଷାର ପରିମାଣ କମ ଥିବାରୁ ଏବେ ମହନାଦୀରେ ଅପେକ୍ଷାକୃତ କମ ପାଣି ରହିଛି । ଏହା ସହ ବାଟରେ ଆସିବା ସମୟରେ ନଦୀ ଓ ନଦୀକୁ ଲାଗିକରି ଥିବା ଖାଲୁଆ ସ୍ଥାନରେ ଏହି ଜଳ ଜମିବ । ତେଣୁ ମୁଣ୍ଡଳି ପର୍ଯ୍ୟନ୍ତ ଆସିବା ବେଳକୁ ପାଣିର ପରିମାଣ ବହୁତ କମ୍‌ ଥିବ ବୋଲି କୁହାଯାଉଛି ।

‘‘ଏବେ ତ ପ୍ରାଥମିକ ପର୍ଯ୍ୟାୟରେ ହୀରାକୁଦରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି, ଯାହାକି ଏକ ପ୍ରକାରର ଟ୍ରାଏଲ । କିଛି ଦିନ ପରେ ସ୍ଥିତିକୁ ଦେଖି ପୁଣି ଗେଟ୍ ବନ୍ଦ କରାଯିବ । ପ୍ରତି ବର୍ଷ ବନ୍ୟା ଜଳ ନିଷ୍କାସନ ପୂର୍ବରୁ ଏପରି କରାଯାଇଥାଏ । କିନ୍ତୁ ବନ୍ୟା ନିୟନ୍ତ୍ରଣ ନେଇ ଆଗକୁ ଆସିବାକୁ ଥିବା ପରିସ୍ଥିତି ପାଇଁ ଆମେ ନିଜ ପ୍ରସ୍ତୁତି ଶେଷ କରିସାରିଛୁ,’’ କହିଛନ୍ତି ମୁଣ୍ଡଳି ବ୍ୟାରେଜର କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ଦାଶ ।

ଡ୍ରେଜିଂ ଦ୍ବାରା ମହାନଦୀ ପୂର୍ବ ଅପେକ୍ଷା ଅଧିକ ଗଭୀର ହୋଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।


ହୀରାକୁଦ ଜଳଭଣ୍ଡାରୁ ଜଳ ନିଷ୍କାସନ ଆରମ୍ଭ ହେବା ପରେ ଯୋବ୍ରା ବ୍ୟାରେଜରେ ଥିବା ୯୫ଟି ଗେଟ୍ ମଧ୍ୟରୁ ୫୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଆରମ୍ଭ ହୋଇଛି । ଫଳରେ ବେଶ କିଛି ଦିନ ଧରି ଶୁଖିଲା ପଡ଼ିଥିବା ମହାନଦୀରେ ଏବେ ଜଳ ପ୍ରବାହ ଦେଖିବାକୁ ମିଳୁଛି । ଏହା ସହିତ ବ୍ୟାରେଜରେ କର୍ମଚାରୀଙ୍କ ତତ୍ପରତା ମଧ୍ୟ ପ୍ରକାଶ ପାଇଛି ।

ଏହାରି ଭିତରେ ମହାନଦୀକୁ ଖୋଳି ସେଥିରୁ ବାହାରିଥିବା ବାଲିକୁ ବାଲିଯାତ୍ରା ପଡ଼ିଆ ଠାରୁ ଯୋବ୍ରା ବ୍ୟାରେଜ୍ ପର୍ଯ୍ୟନ୍ତ ପକାଯିବା ଦ୍ବାରା ସେହି ଅଞ୍ଚଳରେ ଏକ କୃତ୍ତିମ ବାଲୁକା ଶଯ୍ୟା ସୃଷ୍ଟି ହୋଇଛି । ପୂର୍ବରୁ ମହାନଦୀରେ ଅତ୍ୟଧିକ ପାଣି ଆସିଲେ ତାହା ରିଙ୍ଗ୍‌ ରୋଡ଼କୁ ଛୁଉଁଥିଲା । କିନ୍ତୁ ଏଥର ଏହି ବାଲୁକା ଶଯ୍ୟା ନଦୀର ପ୍ରାକୃତିକ ଜଳ ପ୍ରବାହ ଓ ଗତିପଥକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି । ହେଲେ ଏହି ଆଶଙ୍କାକୁ ଖଣ୍ଡନ କରିଛନ୍ତି କଟକ ଜିଲ୍ଳାପାଳ ।

‘‘ଡ୍ରେଜିଂ ଦ୍ବାରା ମହାନଦୀ ପୂର୍ବ ଅପେକ୍ଷା ଅଧିକ ଗଭୀର ହୋଇଛି । ସେହି ବାଲିକୁ ହିଁ ନଦୀ କଡ଼ରେ ପକାଯାଇଛି । ତେଣୁ ଏହା ନଦୀର ଜଳ ପ୍ରବାହକୁ ଅବରେଧ କରିବ ନାହିଁ । ତେଣୁ ଏଥିରୁ କୌଣସି ଭୟ କରିବାର ଆବଶ୍ୟକତା ନାହିଁ,’’ କହିଛନ୍ତି କଟକ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ।​

ହୀରାକୁଦ ଜଳଭଣ୍ଡାରରୁ ପ୍ରାଥମିକ ପର୍ଯ୍ୟାୟରେ ମାତ୍ର ପାଞ୍ଚଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଆରମ୍ଭ ହୋଇଥିବା ବେଳେ ପରିସ୍ଥିତିକୁ ଦେଖି ଆଗକୁ ମଧ୍ୟ ଅଧିକ ଗେଟ୍‌ ଖୋଲାଯିବାର ଯୋଜନା ରହିଛି ।

ଏହା ବି ପଢ଼ନ୍ତୁ: 

ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
First published: June 25, 2020, 2:27 PM IST
corona virus btn
corona virus btn
Loading