ହୀରାକୁଦ ଜଳ ଭଣ୍ଡାରରେ ସୀମା ପାଖ ହେଲା ଜଳ ସ୍ତର; ଆଜି ଛଡ଼ାଯିବ ଏ ବର୍ଷର ପ୍ରଥମ ବନ୍ୟା ଜଳ

ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ସେଠାରେ ଜଳ ସ୍ତର ୬୧୫ ଫୁଟ ଅତିକ୍ରମ କରିସାରିଛି । ତେଣୁ ଜଳ ନିଷ୍କାସନ ଜରୁରୀ ହୋଇପଡ଼ିଛି । କାଲି ପୂର୍ବାହ୍ନ ୧୦ଟାରେ ସ୍ଲୁଇସ ଗେଟ ଖୋଲି ଜଳ ନିଷ୍କାସନ କରାଯିବ ।

ହୀରାକୁଦ ଜଳ ଭଣ୍ଡାର

ହୀରାକୁଦ ଜଳ ଭଣ୍ଡାର

  • Share this:
News18 Odia Digital

ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରର ଜଳ ପତ୍ତନ କ୍ରମାଗତ ବୃଦ୍ଧି ପାଇ ସର୍ବୋଚ୍ଚ ଜଳ ଧାରଣ କ୍ଷମତାର ପାଖାପାଖି ପହଞ୍ଚିଥିବାରୁ ଆଜି ସେଠାରୁ ଏ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ । ଏହି ଜଳ ନିଷ୍କାସନ ଦ୍ୱାରା ଯେମିତି ସମ୍ବଲପୁର ସହରର ତଳିଆ ଅଞ୍ଚଳରେ କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ନ ହେବ ସେଥି ପାଇଁ ସଜାଗ ରହିଛି ଜିଲ୍ଲା ପ୍ରଶାସନ ।

ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ସେଠାରେ ଜଳ ସ୍ତର ୬୧୫ ଫୁଟ ଅତିକ୍ରମ କରିସାରିଛି । ତେଣୁ ଜଳ ନିଷ୍କାସନ ଜରୁରୀ ହୋଇପଡ଼ିଛି । ଗୁରୁବାର ପୂର୍ବାହ୍ନ ଠିକ୍ ୧୦ଟା ସମୟରେ ପ୍ରଥମେ ୭ ନମ୍ବର ସ୍ଲୁଇସ ଗେଟ ଖୋଲି ଜଳ ନିଷ୍କାସନ କରାଯିବ ବୋଲି କହିଛନ୍ତି ଜଳ ଭଣ୍ଡାର କର୍ତ୍ତୃପକ୍ଷ ।

ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୬୮,୮୯୯ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ  ପାୱାର କେନାଲ ଓ ଜଳ ସେଚନ ପାଇଁ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରୀ କେନାଲ ଓ ଶାସନ କେନାଲ ସମେତ ବିଭିନ୍ନ କେନାଲ ଦେଇ ପ୍ରତି ସେକେଣ୍ଡରେ ମାତ୍ର ୧୫,୨୭୭ ଘନ ଫୁଟ ଜଳ ନିଷ୍କାସିତ ହେଉଛି ବୋଲି କହିଛନ୍ତି ଅଧିକାରୀମାନେ ।

ହୀରାକୁଦ ଜଳ ଭଣ୍ଡାରରେ ସମୁଦାୟ ୯୮ଟି ଗେଟ୍ ରହିଛି ।


‘‘ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ଲଗାତାର ଭାବେ ବୃଦ୍ଧି ପାଉଛି । ଡ୍ୟାମର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ୨୫ ତାରିଖ ଦିନ ଠିକ୍‌ ପୂର୍ବାହ୍ନ ୧୦ଟା ବେଳେ ଏ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହେବ,’’ କହିଛନ୍ତି ହୀରାକୁଦ ଡ୍ୟାମ ତଥା ମହାନଦୀ ଅପର ବେସିନର ମୁଖ୍ୟ ଯନ୍ତ୍ରୀ ସୁନିଲ ନାୟକ ।

ସମ୍ବଲପୁର ସହରରେ ମହାନଦୀ କୂଳରେ ଥିବା ବାଲିବନ୍ଧା ସ୍ଥିତ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ପମ୍ପିଙ୍ଗ ଷ୍ଟେସନ ଓ ବିନାଖଣ୍ଡିରେ ଥିବା ପମ୍ପିଙ୍ଗ ଷ୍ଟେସନ ସମ୍ପୁର୍ଣ୍ଣ ପ୍ରସ୍ତୁତ କରି ରଖାଯାଇଥିବା ବେଳେ ପରୀକ୍ଷାମୂଳକ ଟ୍ରାୟଲ ରନ୍‌ ସରିଛି । ଏଥି ସହିତ  ସମ୍ବଲପୁର ସହରର ବିଭିନ୍ନ ତଳିଆ ଅଞ୍ଚଳରୁ ଉଦବୃତ୍ତ ଜଳ ନିଷ୍କାସନ କରିବା ପାଇଁ ମଟର ପମ୍ପ ପ୍ରସ୍ତୁତ ରଖାଯାଇଛି ।

ହୀରାକୁଦ ଡ୍ୟାମ କତ୍ତୃପକ୍ଷଙ୍କ ତରଫରୁ ବନ୍ୟା ଜଳ ପରିଚାଳନା ପାଇଁ ପ୍ରସ୍ତୁତି ସ୍ବରୁପ ମୁଖ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷରେ ପ୍ରତି ତିନି ଘଣ୍ଟାରେ ଜଳ ଭଣ୍ଡାରର ସ୍ଥିତି, ଉପର ମୁଣ୍ଡରେ ବର୍ଷାର ପରିମାଣ, ଉପନଦୀଗୁଡ଼ିକରେ ପ୍ରବାହିତ ହେଉଥିବା ଜଳର ପରିମାଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଆବଶ୍ୟକ ହେଲେ ପ୍ରତି ଘଣ୍ଟାରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି । ହୀରାକୁଦ ଜଳ ଭଣ୍ଡାରରେ ୬୪ଟି ସ୍ଲୁଇସ ଗେଟ୍‌ ଓ ୩୪ଟି କ୍ରେଷ୍ଟ ଗେଟକୁ ମିଶାଇ ସମୁଦାୟ ୯୮ଟି ଗେଟ୍‌ ରହିଛି ।

ଏହା ବି ପଢ଼ନ୍ତୁ: 

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: