ମହାନଦୀରେ କମିଛି ଅଣ ମୌସୁମୀ ଜଳ ପ୍ରବାହ; ଶୁଖିଲା ପଡ଼ିଛି ନଦୀ ଘାଟ

ମହାନଦୀରେ କମିଛି ଅଣ ମୌସୁମୀ ଜଳ ପ୍ରବାହ। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଲେ ଜଳ କମ ପାଉଥିବାରୁ ଟ୍ରିବୁନାଲରେ କେସ କରିଛୁ।

ମହାନଦୀରେ କମିଛି ଅଣ ମୌସୁମୀ ଜଳ ପ୍ରବାହ

ମହାନଦୀରେ କମିଛି ଅଣ ମୌସୁମୀ ଜଳ ପ୍ରବାହ

  • Share this:
News18 Odia Digital

ଭୁବନେଶ୍ବର: ମହାନଦୀରେ କମିଛି ଅଣ ମୌସୁମୀ ଜଳ ପ୍ରବାହ। ଯେତିକି ଆସିବା କଥା ସେତିକି ଆସୁନାହିଁ। ଛତିଶଗଡ଼ର ଅବରୋଧ ଯୋଗୁଁ ଜଳପ୍ରବାହ କମୁଥିବା କୁହାଯାଉଛି। ଏକାଧିକ ବନ୍ଧ କରି ଜଳ ଅଟକାଉଥିବାରୁ ଏଭଳି ସମସ୍ୟା ଉପୁଜିଛି। ବର୍ଷା ଦିନରେ ବନ୍ୟା ସ୍ଥିତି ଉପୁଜୁଥିବା ବେଳେ ଏବେ ନଦୀ ଶୁଖିଲା ପଡୁଛି।

ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି। ନଭେମ୍ବର ରୁ ମେ ମାସ ଅଣ ମୌସୁମୀ ସମୟରେ ଜଳ ପ୍ରବାହ କମିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି। ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୦୫-୦୬ ରୁ ୨୦୧୫ -୨୦୧୬ ଅଣ ମୌସୁମୀ ସମୟରେ ୧.୨୫୨ ନିୟୁତ ଏକର ଫୁଟ ଜଳ ପ୍ରବାହ ହେଉଥିବା ବେଳେ ୨୦୧୬-୧୭ ରେ ୦.୭୦୬ ନିୟୁତ ଏକର ଫୁଟ, ୨୦୧୭-୧୮ ରେ ୦.୭୭୬ ନିୟୁତ ଏକର ଫୁଟ,୨୦୧୮-୧୯ ରେ ୮୫୩,୨୦୧୯-୨୦ ରେ ୧.୯୪୯ ନିୟୁତ ଏକର ଫୁଟ,୨୦୨୦-୨୧ ରେ ୧.୧୮୫ ନିୟୁତ ଏକର ଫୁଟ ଓ ୨୦୨୧-୨୨ ମାର୍ଚ୍ଚ ସୁଦ୍ଧା ୧.୪୧୬ ନିୟୁତ ଏକର ଫୁଟ ଜଳ ପ୍ରବାହିତ ହୋଇଛି। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଅଣ ମୌସୁମୀ ବେଳେ କମ ଜଳ ପାଉଥିବା ଯୋଗୁଁ ଆମେ ମହାନଦୀ ଟ୍ରିବ୍ୟୁନାଲରେ କେସ କରିଛୁ।

୨୦୦୫ -୨୦୦୬ ରୁ ୨୦୧୬ ଭିତରେ ମହାନଦୀରେ ଯେତିକି ପାଣି ପାଉଥିଲୁ ତାହା ପାଇବା ପାଇଁ ଦାବି କରାଯାଉଛି। ଚଳିତ ବର୍ଷ ଯେତିକି ପାଇବା କଥା ପାଇ ସାରିଲୁଣି। କମ୍ ବର୍ଷା ଯୋଗୁଁ କିଛି ନଦୀ ବନ୍ଧରେ ଜଳ କମିଥାଏ। ତିନୋଟି ସ୍ଥାନରେ ନୂଆ ନଦୀବନ୍ଧ, ବୃତମୁଣ୍ଡା, ସମାଗୋଇ, ଲାନ୍ଥରେ ନୂଆ ପ୍ରକଳ୍ପ ପାଇଁ ଚାଲିଛି ଯୋଜନା ରହିଛି।

ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି ମିଳିବା ପରେ କାମ ଆରମ୍ଭ ହେବ। କିନ୍ତୁ ଜଳପ୍ରବାହ କମିବା ନେଇ ଦାବି କରିବା ସହ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ଯନ୍ତ୍ରୀ। ପୂର୍ବତନ ଯନ୍ତ୍ରୀ ଲଳିତ ପଟ୍ଟନାୟକ କହିଛନ୍ତି ଯଦି ଯେତିକି ଜଳ ପ୍ରବାହ ହେବା କଥା ହେଉଛି ତେବେ ଆଇନଗତ ଲଢ଼େଇ କଣ ପାଇଁ। ଜଳପ୍ରବାହ କମ୍ ଯୋଗୁଁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବା ଦଳ କ୍ୟାଚମେଟ ଅଞ୍ଚଳରେ ଜଳ ପହଞ୍ଚି ପାରୁନି। ଏ ନେଇ ସରକାର ବ୍ୟବସ୍ଥା କରିବା ଆବଶ୍ୟକ।
Published by:Lipina Das
First published: