ଦେଖନ୍ତୁ LIVE: ପୁରୀରେ ରଥ ଉପରେ ଚାଲିଛି ତିନି ଠାକୁରଙ୍କ ସୁନାବେଶ; ମହଣ ମହଣ ସୁନା ଅଳଙ୍କାର

Suna Besha of Lord Jagannath at Puri, Odisha | ରଥ ଉପରେ ତିନି ଠାକୁରଙ୍କର ହେଉଛି ସୁନାବେଶ । ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନା ଅଳଙ୍କାରରେ ଭୂଷିତ ହେଉଛନ୍ତି ଶ୍ରୀଜିଉ । ସୁବର୍ଣ୍ଣର କିରିଟି, କୁଣ୍ଡଳ, ଶ୍ରୀପୟର, ଶ୍ରୀଭୁଜ, ହଳ, ଲଙ୍ଗଳ ଆଦି ୧୩୮ ପ୍ରକାର ଅଳଙ୍କାରରେ ସଜ୍ଜିତ ହେଉଛନ୍ତି ମହାପ୍ରଭୁ ।

ଦେଖନ୍ତୁ LIVE: ପୁରୀରେ ରଥ ଉପରେ ଚାଲିଛି ତିନି ଠାକୁରଙ୍କ ସୁନାବେଶ; ମହଣ ମହଣ ସୁନା ଅଳଙ୍କାର
ସୁନା ବେଶ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ରଥ ଉପରେ ତିନି ଠାକୁରଙ୍କର ହେଉଛି ସୁନାବେଶ । ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନା ଅଳଙ୍କାରରେ ଭୂଷିତ ହେଉଛନ୍ତି ଶ୍ରୀଜିଉ । ସୁବର୍ଣ୍ଣର କିରିଟି, କୁଣ୍ଡଳ, ଶ୍ରୀପୟର, ଶ୍ରୀଭୁଜ, ହଳ, ଲଙ୍ଗଳ ଆଦି ୧୩୮ ପ୍ରକାର ଅଳଙ୍କାରରେ ସଜ୍ଜିତ ହେଉଛନ୍ତି ମହାପ୍ରଭୁ ।

ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ, ସକାଳ ଧୂପ ପରେ ସର୍ବାଙ୍ଗ ଓ ବେଶ ଶେଷ ହୋଇଛି । ମଧ୍ୟାହ୍ନ ଧୂପ ସରିବା ପରେ ଆରମ୍ଭ ହୋଇଛି ସୁନାବେଶ । ତା’ ପରେ ମଇଲମ ହୋଇଛି ଓ ପୁଣି ମେକାପ ସର୍ବାଙ୍ଗ ସରିବା ପରେ ସୁନାବେଶ କରାଯାଇଛି ।

ଦେଖନ୍ତୁ LIVE:



ଭଣ୍ଡାର ମେକପଙ୍କ ତତ୍ତ୍ବାବଧାନରେ ଭଣ୍ଡାର ଘରୁ ରଥ ଉପରକୁ ବୁହା ହୋଇ ଆସିଛି ସୁବର୍ଣ୍ଣ ଅଳଙ୍କାର । ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଅଣାଯାଇଛି। ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ ଓ ଭିତରଚ୍ଛ ପ୍ରମୁଖ ଠାକୁରଙ୍କୁ ସୁନାବେଶ କରିଛନ୍ତି ।

ଦେଖନ୍ତୁ LIVE:



ସନ୍ଧ୍ୟା ୬ରେ ସନ୍ଧ୍ୟା ଆଳତି ସରିବା ପରେ ରାତି ୮ଟାରୁ ୯ଟା ଯାଏଁ ସନ୍ଧ୍ୟା ଧୂପ ହେବ । ଏହା ପରେ ରାତି ୧୧ଟାରୁ ୧୨ଟା ଭିତରେ ହେବ ସୁନାବେଶ ମଇଲମ । ଏହା ପରେ ଚନ୍ଦନ ଲାଗି ହେବା ପରେ ରାତି ଗୋଟାଏରେ ବଡ଼ ସିଂହାର ବେଶ ହେବ ଓ ରାତି ୨ଟାରେ ପଡ଼ିବ ପହୁଡ଼ ।
Published by: Anand ST Das
First published: July 21, 2021, 5:58 PM IST