ଦେଖନ୍ତୁ ପୁରୀରୁ LIVE: ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ୨୬ ବର୍ଷ ପରେ ହେଉଛି; ବୀର ବେଶରେ ଶ୍ରୀଜିଉ

ବହୁ-ପ୍ରତୀକ୍ଷିତ ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିରରେ ସବୁ ପ୍ରକାର ପ୍ରସ୍ତୁତି ସରିଛି । କରୋନା ଭାଇରସ୍ ସଂକ୍ରମଣ ଜନିତ କଟକଣା ଯୋଗୁଁ ଏ ଥର ବିନା ଭକ୍ତରେ ହେଉଛି ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ । ଦେଖନ୍ତୁ ପୁରୀ ଶ୍ରୀମନ୍ଦିରରୁ ଲାଇଭ୍ ।

ଦେଖନ୍ତୁ ପୁରୀରୁ LIVE: ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ୨୬ ବର୍ଷ ପରେ ହେଉଛି; ବୀର ବେଶରେ ଶ୍ରୀଜିଉ
ନାଗାର୍ଜୁନ ବେଶ (ଫାଇଲ୍ ଫଟୋ)
  • News18 Odia
  • Last Updated: November 27, 2020, 1:23 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ବହୁ-ପ୍ରତୀକ୍ଷିତ ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିରରେ ସବୁ ପ୍ରକାର ପ୍ରସ୍ତୁତି ସରିଛି । କରୋନା ଭାଇରସ୍‌ ସଂକ୍ରମଣ ଜନିତ କଟକଣା ଯୋଗୁଁ ଏ ଥର ବିନା ଭକ୍ତରେ ହେଉଛି ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ । ବୀର ବେଶରେ ସଜ୍ଜିତ ହେଉଛନ୍ତି ଶ୍ରୀଜିଉ । ହାଣ୍ଡିଆ, ତାଟି, ଦାଢି, ନିଶ, ଢାଲ, ଖଣ୍ଡା, ଧନୁ, ତୀର ବାଘଛାଲ ଆଦିରେ ଭୂଷିତ ହେଉଛନ୍ତି ଠାକୁର ।

ଦେଖନ୍ତୁ ଲାଇଭ୍‌:



ନାଗାର୍ଜୁନ ବେଶ ପାଇଁ ପୁରୀରେ କରାଯାଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ମରଚିକୋଟ ଛକରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚାରି ପାଖରେ ଲାଗୁ କରାଯାଇଛି ୧୪୪ ଧାରା । ଗୁରୁବାର ରାତି ୧୨ଟା ଠାରୁ ଶୁକ୍ରବାର ବେଶ ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବ ୧୪୪ ଧାରା ।

ସୁରକ୍ଷା ବ୍ୟବସ୍ଥାରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଦୁଇ ଜଣ ଅତିରିକ୍ତ ଏସ୍‌.ପି., ସାତ ଜଣ ଡି.ଏସ୍‌.ପି., ୧୯ ଜଣ ଇନ୍ସପେକ୍ଟର, ୭୭ ଜଣ ଏସ୍‌.ଆଇ. ଓ ୨୫୦ ଜଣ ହୋମ୍‌ ଗାର୍ଡ ନିୟୋଜିତ ହୋଇଛନ୍ତି । ଏଥର କରୋନା ଯୋଗୁଁ ଭକ୍ତଙ୍କ ଦର୍ଶନ ଉପରେ ଲାଗିଛି କଟକଣା ।

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ାମୀ ସେନାରେ କାର୍ଯ୍ୟରତ

ଭୋର ୪ଟାରେ ବେଶ ଆରମ୍ଭ ହୋଇ ସକାଳ ୭ଟାରେ ଶେଷ କରିବାକୁ ନୀତି ନିର୍ଘଣ୍ଟ ହୋଇଛି । ଗୋପାଳବଲ୍ଲଭ, ସକାଳ ଧୂପ, ବାଳ ଧୂପ, ଭୋଗ ମଣ୍ଡପ ପରେ ଅପରାହ୍ନ ୨ଟାରେ ନାଗାର୍ଜୁନ ବେଶ ଓଲାଗି କରାଯିବ । ତାପରେ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ  ବୋଲି କହିଛନ୍ତି ନୀତି ପ୍ରଶାସକ। ଦୀର୍ଘ ୨୬ ବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ଏହି ବେଶ ।
Published by: Anand Shankar Thankur Das
First published: November 27, 2020, 1:23 AM IST
corona virus btn
corona virus btn
Loading