Super Pink Moon: ଆଜି ସକାଳେ ଆକାଶରେ ଦେଖନ୍ତୁ ସବୁଠୁ ବଡ଼ ଓ ସବୁଠୁ ଉଜ୍ଜ୍ୱଳ ପୁନେଇଁ ଜହ୍ନ

ଭାରତୀୟ ସମୟ ଅନୁସାରେ ଏପ୍ରିଲ ୮ରେ ସୁପର୍ ମୁନ୍ ସକାଳ ୮:୦୫ରେ ଦେଖାଯିବ, ତେଣୁ ଭାରତରେ ଲୋକେ ଆକାଶରେ ଏହି ଘଟଣା ଦେଖିପାରିବେ ନାହିଁ କାରଣ ଖରା ଥିବ । ତେଣୁ ଅନଲାଇନରେ କେତେକ ୱେବସାଇଟରେ ଆପଣ ସୁପରମୁନ୍ ଲାଇଭ୍ ଦେଖିପାରିବେ ।

Super Pink Moon: ଆଜି ସକାଳେ ଆକାଶରେ ଦେଖନ୍ତୁ ସବୁଠୁ ବଡ଼ ଓ ସବୁଠୁ ଉଜ୍ଜ୍ୱଳ ପୁନେଇଁ ଜହ୍ନ
ସୁପର୍‌ ମୁନ୍‌ ସାମନାରେ ଏକ ଯୋଡ଼ି ପରସ୍ପରକୁ ଚୁମା ଦେଉଛନ୍ତି । (ଗେଟି)
  • News18 Odia
  • Last Updated: April 7, 2020, 11:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଆଜି (ଏପ୍ରିଲ୍ ୮) ପୂର୍ଣ୍ଣିମା ଦିନର ସକାଳେ ଆକାଶରେ ସୁପର୍‌ ମୁନ୍ ଦେଖାଯିବ । ଆପଣ ଏହାକୁ ସକାଳ ୮:୦୫ରେ ଦେଖିପାରିବେ । ଏହା ଚଳିତ ବର୍ଷର ସବୁ ଠାରୁ ଉଜ୍ଜ୍ୱଳ ଓ ସବୁଠାରୁ ବଡ଼ ପୂର୍ଣ୍ଣିମା ଜହ୍ନ ହେବ । ପରମ୍ପରା ଅନୁସାରେ ଏପ୍ରିଲରେ ଆସୁଥିବା ପୂର୍ଣ୍ଣିମାକୁ ଗୋଲାପୀ ଚନ୍ଦ୍ର (ପିଙ୍କ ମୁନ୍) କୁହାଯାଏ । ଚଳିତ ବର୍ଷ ଏହାକୁ ସୁପର ଗୋଲାପୀ ଚନ୍ଦ୍ର କୁହାଯିବ କାରଣ ଏହା ପୂର୍ଣ୍ଣିମା ଦିନ ଦୃଶ୍ୟମାନ ହେବ ।

ଭାରତରେ ଏହି ବିଶେଷ ମୁହୂର୍ତ୍ତକୁ ଅନୁଭବ କରିହେବ ନାହିଁ କାରଣ ଆକାଶରେ ଯେତେବେଳେ ଏହି ସୁପର୍‌ ମୁନ୍ ଦେଖାଯିବ ସେତେବେଳେ ଭାରତରେ ସକାଳ ଆଠଟା ବାଜିଥିବ, ଅର୍ଥାତ୍ ଭାରତରେ ଦିନ ହୋଇଥିବ ଓ ଉଜ୍ଜ୍ୱଳ ଖରା ଥିବ । କିନ୍ତୁ ଯଦି ଆପଣ ଏହି ମୁହୂର୍ତ୍ତଟିକୁ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏହାକୁ ଅନଲାଇନରେ ଲାଇଭ୍ ଦେଖିପାରିବେ ।

ସୁପର ମୁନ୍ ହେଉଛି ଏକ ଜ୍ୟୋତିବୈଜ୍ଞାନିକ ଘଟଣା ଯେଉଁଥିରେ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନକୁ ଆସିଥାଏ । ପୃଥିବୀର ସବୁ ଠାରୁ ନିକଟବର୍ତ୍ତୀ ହୋଇଥିବା ଯୋଗୁଁ ଚନ୍ଦ୍ର ବହୁତ ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯାଏ ।

ଏହି ମାସର ସୁପର୍‌ ମୁନ୍ ପୃଥିବୀ ଠାରୁ ମାତ୍ର ୩,୫୬,୯୦୭  କିଲୋମିଟର ଦୂରରେ ଥିବ ଯଦିଓ  ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ହାରାହାରି ଦୂରତା ସାଧାରଣତଃ ୩୮,୩୮୪,୪୦୦ କିଲୋମିଟର ଥାଏ ।

ଅଷ୍ଟ୍ରେଲିଆରେ ସୁପର୍ ପିଙ୍କ୍ ମୁନ୍ ଏମିତି ଦେଖାଯାଏ । (ଗେଟି)


ଜାଣି ରଖନ୍ତୁ ଯେ ସବୁ ପୂର୍ଣ୍ଣ ଚନ୍ଦ୍ର ଏକ ସୁପର୍‌ ମୁନ୍ ହେବା ଜରୁରୀ ନୁହେଁ । ଚନ୍ଦ୍ର ପୃଥିବୀ ଚାରି ପଟେ ଚନ୍ଦ୍ର ଏକ ଅଣ୍ଡାକାର (ଇଲିପଟିକଲ୍) କକ୍ଷପଥରେ ଘୂର୍ଣ୍ଣନ କରନ୍ତି । ଚନ୍ଦ୍ର ଆମ ଗ୍ରହ ଠାରୁ ଅର୍ଥାତ୍ ପୃଥିବୀ ଠାରୁ ବହୁତ ଦୂରରେ ଥିଲେ ମଧ୍ୟ ଆମ ପାଇଁ ଦୃଶ୍ୟମାନ ହୋଇଥାଏ । ତେବେ ଏପ୍ରିଲ ୮ରେ ଦେଖାଯାଉଥିବା ସୁପର୍‌ ମୁନ୍ ସେହି ଚନ୍ଦ୍ର ଯିଏ ପୃଥିବୀର ସବୁ ଠାରୁ ନିକଟରେ ଥିବ, ଆଉ ସେଇଥି ପାଇଁ ଏହା ଚଳିତ ବର୍ଷର ସବୁ ଠାରୁ ବଡ଼ ଓ ଉଜ୍ଜ୍ୱଳ ସୁପର୍‌ ମୁନ୍ ହେବ ।

ଗୋଲାପୀ ଚନ୍ଦ୍ରର ଅର୍ଥ ନୁହେଁ ଯେ ଏହି ଦିନ ଚନ୍ଦ୍ର ଗୋଲାପୀ ଦେଖାଯିବ । ଏହି ନାମ ଗୋଲାପୀ ଫୁଲ (ଫ୍ଲକ୍ସ ସବଲାଟା, Phlox subulata) ରୁ ଆସିଛି, ଯାହା ଉତ୍ତର ଆମେରିକାର ପୂର୍ବ ଅଞ୍ଚଳରେ ବସନ୍ତ ଋତୁରେ ଫୁଟେ ।

ସୁପର ପିଙ୍କ ମୁନର ଏକ ଦୃଶ୍ୟ


୨୦୨୦ର ଶେଷ ସୁପର୍‌ ମୁନ୍ ମାର୍ଚ୍ଚ ୯ ତାରିଖରୁ ମାର୍ଚ୍ଚ ୧୧ ତାରିଖ ମଧ୍ୟରେ ଦେଖାଯାଇଥିଲା । ମାର୍ଚ୍ଚ ମାସରେ ଦେଖାଯାଉଥିବା ସୁପର୍‌ ମୁନକୁ ସୁପର ୱାର୍ମ ମୁନ୍‌ କୁହାଯାଏ ।

ଭାରତୀୟ ସମୟ ଅନୁଯାୟୀ ଏପ୍ରିଲ ୮ ତାରିଖରେ ସୁପର୍‌ ମୁନ୍ ସକାଳ ୮ଟା ୫ରେ ଦେଖାଯିବ । ତେଣୁ ଭାରତର ଲୋକେ ଆକାଶରେ ଏହି ଘଟଣା ଦେଖିପାରିବେ ନାହିଁ କାରଣ ଏଠାରେ ଦିନ ଉଜ୍ଜ୍ୱଳ ଥିବ । ତେଣୁ ଅନଲାଇନରେ, ଅର୍ଥାତ କୌଣସି ୱେବସାଇଟରେ ଆପଣ ଏହି ସୁପର୍‌ ମୁନ୍ ଲାଇଭ୍ ଦେଖିପାରିବେ ।
First published: April 7, 2020, 4:27 PM IST
corona virus btn
corona virus btn
Loading