ୱାସିମ୍ ଜାଫର୍‌ ଓଡ଼ିଶା କ୍ରିକେଟ୍ ଟିମର ମୁଖ୍ୟ କୋଚ ହେଲେ; ୨୦ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ

ଓଡ଼ିଶା ସିନିୟର ଟିମ୍ ମୁଖ୍ୟ କୋଚ ତଥା ଅଭିଜ୍ଞ କ୍ରିକେଟର୍ ରଶ୍ମୀରଞ୍ଜନ ପରିଡ଼ାଙ୍କ ନିରୀକ୍ଷଣରେ ଦୁଇ ବର୍ଷ ଚଳେ ଗୃପ ‘ସି’କୁ ଯାଇଥିଲା । କିନ୍ତୁ ବିଜୟ ହଜାରେ ଟ୍ରଫି ଓ ମୁସ୍ତାକ ଅଲ୍ଲି ଟ୍ରଫିରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କୋଚ ପରିବର୍ତ୍ତନ କରାଗଲା ।

ୱାସିମ୍ ଜାଫର୍‌ ଓଡ଼ିଶା କ୍ରିକେଟ୍ ଟିମର ମୁଖ୍ୟ କୋଚ ହେଲେ; ୨୦ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ
ପୂର୍ବତନ ଟେଷ୍ଟ କ୍ରିକେଟ୍ ଖେଳାଳି ୱାସିମ୍ ଜାଫର୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଓଡ଼ିଶାରେ କ୍ରିକେଟକୁ ଅଧିକ ସଶକ୍ତ କରିବା ପାଇଁ ଆନ୍ତଜାତୀୟ କ୍ରିକେଟ୍‌ ଖେଳାଳି ୱାସିମ୍ ଜାଫରଙ୍କୁ ମୁଖ୍ୟ କୋଚ୍‌ ଭାବେ ନିୟୋଜିତ କରିଛି ଓଡ଼ିଶା କ୍ରିକେଟ୍‌ ଆସେସିଏସନ୍‌ (ଓ.ସି.ଏ.) । ଓଡ଼ିଶାର ମୁଖ୍ୟ କ୍ରିକେଟ କୋଚ ଭାବେ ୱାସିମଙ୍କ ସହିତ ଦୁଇ ବର୍ଷୀୟ ଚୁକ୍ତି ହୋଇଛି । ଏହି ମାସ ୨୦ ତାରିଖରେ ଦାୟିତ୍ବରେ ଯୋଗ ଦେବେ ସେ ।

ୱାସିମ ଜାଫର୍‌ ଓଡ଼ି଼ଶା ସିନିୟର ଟିମକୁ ମାର୍ଗ ଦର୍ଶନ ପ୍ରଦାନ କରିବା ସହ ଜୁନିୟର ଟିମଗୁଡ଼ିକର ଖେଳାଳିମାନଙ୍କ ପ୍ରଦର୍ଶନ ସୁଧାରିବେ ଓ ଅନ୍ୟ କୋଚ୍‌ ତଥା ଖେଳାଳିମାନଙ୍କୁ ସିଧାସଳଖ ପ୍ରଶିକ୍ଷଣ ପ୍ରଦାନ କରିବେ । ଓଡ଼ିଶା ସିନିୟର ଟିମ୍‌ ଲମ୍ବା ସମୟ ଧରି ଜାତୀୟ ସ୍ତରରେ ପ୍ଲେଟ ଗୃପରେ ରହିଆସୁଥିବା ବେଳେ ମୁଖ୍ୟ କୋଚ ତଥା ଅଭିଜ୍ଞ କ୍ରିକେଟର୍ ରଶ୍ମୀରଞ୍ଜନ ପରିଡ଼ାଙ୍କ ନିରୀକ୍ଷଣରେ ଲଗାତାର ସଙ୍ଘର୍ଷ କରି ଦୁଇ ବର୍ଷ ଚଳେ ଗୃପ ‘ସି’କୁ ଉତ୍ତୀର୍ଣ୍ଣ ହୋଇଥିଲା । କିନ୍ତୁ ବିଜୟ ହଜାରେ ଟ୍ରଫି ଓ ମୁସ୍ତାକ ଅଲ୍ଲି ଟ୍ରଫିରେ ଟିମ୍ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ହିଁ କୋଚ ପରିବର୍ତ୍ତନର ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ | ଦେଶର ସର୍ବ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ପୁଣି ଥରେ କରୋନାରେ ସଂକ୍ରମିତ ହେଲେ

‘‘ଶିବ ସୁନ୍ଦର ଦାସଙ୍କ ପରେ ଓଡ଼ିଶାର କେହି ଜଣେ ହେଲେ ଆନ୍ତାଜାତୀୟ ଖେଳାଳି ସୃଷ୍ଟି ହୋଇ ପାରିନାହାଁନ୍ତି । ତେଣୁ ଆନ୍ତଜାତୀୟ ସ୍ତରରେ କ୍ରିକେଟ ଖେଳାଳିଙ୍କ ପାଇଁ ଆବଶ୍ୟକତା ଓ ଆମର ପ୍ରସ୍ତତିରେ କିଛି ବ୍ୟବଧାନ ରହିଯାଉଛି । ଆମେ ସେହି ବ୍ୟବଧାନକୁ ଚିହ୍ନଟ କରିବା ସହ ତାକୁ ସୁଧାରିବା ପାଇଁ ଜଣେ ଦକ୍ଷ କୋଚଙ୍କୁ ଖୋଜୁଥିଲୁ । ସେହି ସମୟରେ ୱାସିମ୍ ଜାଫର୍‌ ଓଡ଼ିଶାର କୋଚ ହେବା ପାଇଁ ଆବେଦନ କରିଥିଲେ । ଆମେ ତାଙ୍କୁ ମୁଖ୍ୟ କୋଚ ଭାବେ ଦାୟତ୍ବ ପ୍ରଦାନ କରିଛୁ,’’ କହିଛନ୍ତି ଓସିଏ ସିଇଓ ସୁବ୍ରତ ବେହେରା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିବାହର ମାତ୍ର ତିନି ମାସ ପରେ ମାହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା; ପୁତ୍ର ଜନ୍ମ ଦେଲେ

ଓସିଏ ସିଇଓ ସୁବ୍ରତ ବେହେରା


ୱାସିମ୍ ଜାଫର କେବଳ ଜଣେ ଆନ୍ତଜାତୀୟ କ୍ରିକେଟ ଖେଳାଳି ନୁହଁନ୍ତି, ବରଂ ଘରୋଇ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଅତି ଉଚ୍ଚ କୋଟିର ରହିଛି । ୪୯ ବର୍ଷୀୟ ଏହି ଡ଼ାହଣହାତି ବ୍ୟାଟ୍ସମ୍ୟାନ୍‌ ଜଣକ ଦୁଇଟି ଏକ ଦିବସୀୟ ମ୍ୟାଚ ସହ ୩୧ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ୨୬୦ଟି ମ୍ୟାଚ ଖେଳି ୧୯,୪୧୦ ରନ୍‌ ସେ ସଂଗ୍ରହ କରିଛନ୍ତି । ତାଙ୍କ ବ୍ୟାଟିଂ ଆଭରେଜ ୫୦.୬୭ ରହିଛି । ୱାସିମ୍ ବାଙ୍ଗଲାଦେଶ କ୍ରିକେଟ୍‌ ଟିମର କୋଚ୍‌ ହେବା ସହ ଉତ୍ତରାଖଣ୍ଡ ଟିମ୍‌ ଓ କିଙ୍ଗସ୍ ଏକାଦଶ ଟିମର କୋଚ ଦାୟିତ୍ବ ମଧ୍ୟ ସମ୍ପାଦନା କରିଛନ୍ତି ।

ଏହା ବି ପଢ଼ନ୍ତୁ | ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ମିଳିବ ଉପହାର; ପ୍ରତି ମାସ ଦରମା,୭୫୦ ବଢ଼ିପାରେ

‘‘ଏହା ଏକ ଭଲ ନିଷ୍ପତ୍ତି । ମୁଁ ଏହାକୁ ସ୍ବାଗତ କରୁଛି । ପୂର୍ବରୁ ଦେବାଶିଷ ମହାନ୍ତି ଓ ରଶ୍ମୀରଞ୍ଜନ ପରିଡ଼ାଙ୍କୁ କୋଚ ଦାୟିତ୍ବ ଦିଆଯାଇଥିଲା । ସେମାନେ ମଧ୍ୟ ନିଜ ଦାୟିତ୍ବକୁ ସଠିକ ଭାବେ ନିର୍ବାହ କରିଥିଲେ । କିନ୍ତୁ ୱାସିମ୍ ଜାଫରଙ୍କ ଅଭିଜ୍ଞତା ଓଡ଼ିଶା କ୍ରିକେଟ ପାଇଁ ବହୁତ ଉପାଦେୟ ହେବ,’’ କହିଛନ୍ତି ଓଡ଼ିଶା ରଣଜୀ ଦଳର ପୂର୍ବତନ ଖେଳାଳି ପୱନ ଅଗ୍ରୱାଲ ।



ଓସିଏ ସୁତ୍ରରୁ ମିଳିଥିବା ସୂଚନା ମୂତାବକ ୨୩ ବର୍ଷରୁ କମ୍‌ ବର୍ଗ ଓ ୧୯ ବର୍ଷରୁ କମ ବର୍ଗରେ ମଧ୍ୟ ଦୁଇ ଜଣ ନୁଆ କୋଚ୍‌ ନିଯୋଜିତ କରାଯିବ । ୨୩ ବର୍ଷରୁ କମ ବର୍ଗ ପାଇଁ କ୍ରିକେଟର୍ ନଟରାଜ ବେହେରା ଓ ୧୯ ବର୍ଷରୁ କମ ବର୍ଗରେ ରାକେଶ ମହାନ୍ତିଙ୍କୁ ନିଯୁକ୍ତ କରିବା ପାଇଁ ଓସିଏ ବିଚାର କରୁଥିବା ଜଣାପଡ଼ିଛି । ୱାସିମ ଜାଫର ଯୋଗ ଦେବା ପରେ ଏହି ନିଷ୍ପତ୍ତିରେ ମୋହର ବାଜିବ ବୋଲ ଜଣା ପଡ଼ିଛି ।
Published by: Anand ST Das
First published: July 15, 2021, 6:17 PM IST