News18 Odia Digital
ଭୁବନେଶ୍ୱର: ପ୍ରେରଣାଦାୟୀ ବକ୍ତା ତଥା ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପଛରେ ହାପି ହୋମ ପିପୁଲ ଫର ସେବାର ଆର୍ଥିକ କାରବାର ଅଛି ବୋଲି ସନ୍ଦେହ କରାଯାଉଛି l ସେବାଶ୍ରମ ଚଳାଇବାକୁ ବିଭିନ୍ନ ଲୋକ ହଜାର ହଜାର ଟଙ୍କା ଦାନ କରୁଥିଲେ l ସେହି ଟଙ୍କା ହଡ଼ପ କରିବାକୁ ସେବାଶ୍ରମର କିଛି ସଦସ୍ୟ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ l
ସେବାଶ୍ରମର ଆକାଉଣ୍ଟରୁ କୋଷାଧକ୍ଷ ପପୁ ଓରଫ ସ୍ମୃତିରଞ୍ଜନ ସେଠୀ ଦୁଇଟି କିସ୍ତିରେ ନେଇଥିଲେ ୧ ଲକ୍ଷ ଟଙ୍କା l ଟଙ୍କା ଫେରାଇ ଦେବାକୁ କହିଥିଲେ ବି ସେ ଆଉ ଟଙ୍କା ଫେରାଇ ନ ଥିଲେ l ସେଇଥିପାଇଁ ଜୁଲାଇ ମାସରେ ସେବାଶ୍ରମ ପାଇଁ କିଣା ହେବାକୁ ଥିବା ଜାଗା ବାତିଲ ହୋଇଥିଲା ଓ ତାକୁ ନେଇ ଆଦିତ୍ୟ ଚିନ୍ତାରେ ଥିଲେ ବୋଲି କହିଛନ୍ତି ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ କେତେକ ସହଯୋଗୀ l
ପିପୁଲ ଫର ସେବାର ଆକାଉଣ୍ଟ ରହିଛି ୟୁନିୟନ ବ୍ୟାଙ୍କ କଳିଙ୍ଗନଗର ଶାଖାରେ l ବିଭିନ୍ନ ଲୋକ ଏହି ସ୍ୱେଚ୍ଛାସେବୀ ସଙ୍ଗଠନକୁ ଦାନ କରୁଥିଲେ l ଲୋକଙ୍କ ଦାନ ଟଙ୍କାରେ ଚାଲିଥିଲା ସେବାଶ୍ରମ l କୋର କମିଟିରେ ଥିଲେ ୪୫ ଜଣ ସଦସ୍ୟ l ୧୪ଟି ଜିଲ୍ଲାରେ ଥିଲା ସେବାଶ୍ରମର ଶାଖା l

ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ନୋଟର ଏକ ଅଂଶ
‘‘ପପୁ ୧ ଲକ୍ଷ ଟଙ୍କା ନେଲେ l କିନ୍ତୁ ଟଙ୍କା ଫେରାଇଲେ ନାହିଁ l ବିବାହ ପରେ ମୁଁ ଆଦିତ୍ୟଙ୍କ ସହ ସେବାଶ୍ରମ ଯାଉଥିଲି l ସେବାଶ୍ରମର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲି l ଏହା ସେବାଶ୍ରମର କିଛି ସଦସ୍ୟଙ୍କ ଦେହରେ ଯାଇ ନ ଥିଲା l କାଳେ ଆଦିତ୍ୟ ସେବାଶ୍ରମର ସମସ୍ତ ଦାୟିତ୍ଵ ମୋତେ ଦେଇ ଦେବେ ସେଥି ପାଇଁ କେତେକ ସଦସ୍ୟ ଚିନ୍ତାରେ ଥିଲେ,’’ କହିଛନ୍ତି ବିଦ୍ୟlଶ୍ରୀ ।
ସେ ମଧ୍ୟ ଆଦିତ୍ୟଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ l କିନ୍ତୁ ଆଦିତ୍ୟ ଦେଇ ନଥିଲେ l ‘‘ମୁଁ ଯେତେବେଳେ ଦ୍ୱିତୀୟ କିସ୍ତିରେ ୭୦ ହଜାର ଟଙ୍କା ମାଗିଥିଲି ସେ ମୋତେ ଟଙ୍କା ଦେଇଥିଲେ l ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମତାନ୍ତର, ପାଟିତୁଣ୍ଡ ଓ ଝଗଡ଼ା,’’ ସେ କହିଛନ୍ତି ।
ଆଦିତ୍ୟଙ୍କ ମୃତ୍ୟୁର ଚାରି ଦିନ ପରେ ସେବାଶ୍ରମର ଟଙ୍କାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ପପୁ ଓ ବିଦ୍ୟାଶ୍ରୀ l ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଦୋଷ ଲଦା ଲଦି l
ହେଲେ ପପୁ କହିଛନ୍ତି ଯେ ମାତ୍ର ୧ ଲକ୍ଷ ଟଙ୍କା ପାଇଁ ଆଦିତ୍ୟ ଡିପ୍ରେସନକୁ ଚାଲିଯାଇ ନ ଥିବେ ଓ ଆତ୍ମହତ୍ୟା କରି ନ ଥିବେ । ‘‘ଯଦି ମୁଁ ନେଇଥିବା ଟଙ୍କା କାରଣରୁ ଆଦିତ୍ୟ ଟେନସନରେ ଥିଲେ, ତେବେ ସୁଇସାଇଡ୍ ନୋଟ ରେ ସେ କାହିଁକି ମୋତେ ଓ ବିକାଶକୁ ସେବାଶ୍ରମର ଦାୟିତ୍ଵ ଦେଇଥିଲେ?’’ ସେ ଆଶ୍ଚର୍ଯ୍ୟ ପ୍ରକାଶ କରି ପଚାରିଛନ୍ତି ।
ଏହା ବି ପଢ଼ନ୍ତୁ:
ଛାତିରେ ଦୁଇଟି ଗୁଳି, ଗଳାରେ ଗୋଟେ: ଏନକାଉଣ୍ଟରରେ ଟଳିଲା UPର କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେଗଲା ତିନି ଦିନ ହେଲା ଆଦିତ୍ୟଙ୍କ ମୃତ୍ୟୁର ସବୁ ଦିଗକୁ ନେଇ ତଦନ୍ତ ଚଳାଇଛି ଜିଆରପି l ସୁଇସାଇଡ୍ ନୋଟକୁ ତର୍ଜମା କରୁଛି ଓ ପୋଷ୍ଟମର୍ଟମ ରିପୋର୍ଟ ଉପରେ ଏକ୍ସପର୍ଟଙ୍କ ପତିକ୍ରିୟା ନେଉଛି l ଆଦିତ୍ୟଙ୍କ ପରିବାର ଓ ସେବାଶ୍ରମ ସଦସ୍ୟଙ୍କ ବୟାନ ମଧ୍ୟ ରେକର୍ଡ କରିସାରିଛି l କିନ୍ତୁ ଆଜି ପର୍ଯ୍ୟନ୍ତ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସରୁ ପରଦା ହଟାଇ ପାରିନି ପୋଲିସ l
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।