ଗଞ୍ଜାମର ଏନଏସି ବିଦ୍ୟୁତ ବିଭାଗରେ ଚାଲିଛି ଶୀତଳ ଯୁଦ୍ଧ; ରାଜସ୍ବ ପୈଠ କରିବାକୁ ନେଇ ଚେତାବନୀ

ଗଞ୍ଜାମ ଜିଲ୍ଲା ଆସିକା ଓ ଭଞ୍ଜନଗର ଏନଏସି ଓ ବିଦ୍ୟୁତ ବିଭାଗ ଅର୍ଥାତ ଟିପିଏସଓଡିଏଲ ମଧ୍ୟରେ ଆରମ୍ବ ହୋଇଯାଇଛି ଶୀତଳ ଯଦ୍ଧ। ଗଲା ଅନେକ ବର୍ଷ ହେବ ଏହି ସରରରେ ପୋତାଯାଇଥିବା ବିଦ୍ୟୁତ ଖୁଣ୍ଟ ସାଙ୍ଗକୁ ଟ୍ରାନ୍ସଫର୍ମର ରାଜସ୍ଵ ଦେବା ବଦଳରେ ବକେୟା ବଢ଼ିବାରେ ଲାଗିଛି।

ଗଞ୍ଜାମର ଏନଏସି ବିଦ୍ୟୁତ ବିଭାଗରେ ଚାଲିଛି ଶୀତଳ ଯୁଦ୍ଧ

ଗଞ୍ଜାମର ଏନଏସି ବିଦ୍ୟୁତ ବିଭାଗରେ ଚାଲିଛି ଶୀତଳ ଯୁଦ୍ଧ

  • Share this:
News18 Odia Digital

ଗଞ୍ଜାମ: ସାରା ରାଜ୍ୟରେ ଏବେ ପୌର ନିର୍ବାଚନ ତାତି ଲାଗି ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ଏନଏସି-ଅ।ଉ ବିଦ୍ୟୁତ ବିଭାଗ ମଧ୍ୟରେ ଶୀତଳ ଯୁଦ୍ଧ ଅ।ରମ୍ବ ହୋଇଯାଇଛି। ବିଦ୍ୟୁତ ବିଭାଗର ପୋତାଯାଇଥିବା ବିଦ୍ୟୁତ ଖୁଣ୍ଟ ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀର ରାଜସ୍ଵ ପୈଠ କର ନହଲେ ଖୁଣ୍ଟକୁ ଜବତ କରିବ ବୋଲି ଏନଏସି ଚେତାବନି ଦେଇଥିବା ବେଳେ ବିଦ୍ୟୁତ ବିଭାଗ ମଧ୍ୟ ବକେୟା ବିଲ ପୈଠ କର ନହଲେ ବିଜୁଳି କାଟିଦେବା ପାଇଁ ଦେଇଛି କଡ଼ା ଚେତାବନି । ଯାହାକି ଏହି ଦୁଇ ବିଭାଗର ଲଢ଼େଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗଞ୍ଜାମ ଜିଲ୍ଲା ଆସିକା ଓ ଭଞ୍ଜନଗର ଏନଏସି ଓ ବିଦ୍ୟୁତ ବିଭାଗ ଅର୍ଥାତ ଟିପିଏସଓଡିଏଲ ମଧ୍ୟରେ ଆରମ୍ବ ହୋଇଯାଇଛି ଶୀତଳ ଯଦ୍ଧ। ଗଲା ଅନେକ ବର୍ଷ ହେବ ଏହି ସରରରେ ପୋତାଯାଇଥିବା ବିଦ୍ୟୁତ ଖୁଣ୍ଟ ସାଙ୍ଗକୁ ଟ୍ରାନ୍ସଫର୍ମର ରାଜସ୍ଵ ଦେବା ବଦଳରେ ବକେୟା ବଢ଼ିବାରେ ଲାଗିଛି। ଯାଦ୍ଵାରାକି ବିଦ୍ୟୁତ ବିଭାଗକୁ ବହୁବାର ଅନୁରୋଧ କରିବା ପରେ ମଧ୍ୟ ଏନଏସିର ବକେୟା ତାଜସ୍ଵ ପୈଠ କରୁନାହିଁ ବିଦ୍ୟୁତ ବିଭାଗ। ଶେଷରେ ଏହି ଦୁଇ ଏନଏସି ବିଦ୍ୟୁତ ବିଭାଗକୁ ପ୍ରାୟ ୧ କୋଟିର ବକେୟା ପୈଠ କର ନହଲେ ବିଦ୍ୟୁତ ଖୁଣ୍ଟ ସାଙ୍ଗକୁ ବିଦ୍ୟୁତ ସରଞ୍ଜାମକୁ ଜବତ କରିବ ବୋଲି ଚିଠି ମାଧ୍ୟମରେ କଡ଼ା ଚେତାବନି ଦେଇଛି ଏନଏସି।

ଏମିତି ଗଲା ଅନେକ ବର୍ଷ ହେବ ବିଦ୍ୟୁତ ବିଭାଗ ରାଜସ୍ଵ ଦେବାରେ ଅବହେଳା କରୁଥିବା ହେତୁ ସହରର ଉନ୍ନତିକରଣ ନିମନ୍ତେ ଅର୍ଥର ଅଭାବ ହେତୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଆସିକା ଏନଏସିର ମୁଖ୍ୟ ଅଧିକାରୀ ଲୋକନାଥ ବେଜ କହିଛନ୍ତି ।

ଏମିତି କି ତୁରନ୍ତ ବକେୟା ରାଜସ୍ଵ ପୈଠ ନ କରିଲେ ବିଦ୍ୟୁତ ବିଭାଗ ଏହି ଲଢ଼େଇ ଆଗକୁ ଭୟଙ୍କର ରୂପ ଧାରଣ କରିବାର ଆଶାଙ୍କା ଦେଖାଦେଇଛି। ଏପଟେ ମଧ୍ୟ ଏହି ଦୁଇ ବିଭାଗର ଶୀତଳ ଯୁଦ୍ଧରେ ପଛରେ ପଡ଼ିନାହିଁ ବିଦ୍ୟୁତ ବିଭାଗ। ସେ ମଧ୍ୟ ଏନଏସିକୁ ବିଦ୍ୟୁତ ବକେୟା ବିଲକୁ ତୁରନ୍ତ ପୈଠ କରିବା ପାଇଁ ଚିଠି ମାଧ୍ୟରେ ଜଣାଇ ଦେଇଛି। ବିଲ ପୈଠ କରିବାରେ ଏନଏସି ବିଳମ୍ବ କରେ ତେବେ ବିଜୁଳି କାଟି ଦେବା ପାଇଁ ମଧ୍ୟ ଚେତାବନୀ ଦେଇଛି ବିଦ୍ୟୁତ ବିଭାଗ। ତଥାପି ଏହି ଯୁଦ୍ଧ ନେଇ ବିଦ୍ୟୁତ ବିଭାଗ ଗଣମାଧ୍ୟମ ସମ୍ମୁଖରେ କୌଣସୀ ମତ ରଖିବା ପାଇଁ ମନା କରିଦେଇଛି। ତେବେ ଏହି ଦୁଇ ବିଭାଗର କଳି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ତେବେ ଭଞ୍ଜନଗର ଏନଏସିର ମୁଖ୍ୟ ଅଧିକାରୀ ମଧ୍ୟ ନିଜ ଅଞ୍ଚଳର ବିଦ୍ୟୁତ ବିଭାକୁ ଚିଠି କରିଥିବା ବେଳେ ରାଜସ୍ଵ ଦେବାରେ ଅବହେଳା କରିଲେ ଆଇନ ଅନୁଷାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶୁତୋଷ ଗୌରବ କର ମଧ୍ୟ କଡ଼ ଚେତାବନିୀ ଦେଇଛନ୍ତି ।

ତେବେ ଦେଖାଯାଉ ଏହି ଦୁଇ ବିଭାଗର କଳି ଆସନ୍ତା ଦିନରେ କେଉଁ ରୂପ ଧାରଣ କରୁଛି ତାକୁ ହିଁ ଦେଖିବାକୁ ବାକି ରହିଲା।
Published by:Lipina Das
First published: