ପାଣିପାଗ ବିଭାଗର ସତର୍କ ସୂଚନା: ୧୮ ରୁ ଏହି ଜିଲ୍ଲା ଗୁଡିକରେ ବର୍ଷା !

ସୋମବାରଠୁ ସାଧାରଣ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ କମିପାରେ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ୧୮ରୁ କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ସତର୍କ ସୂଚନା: ୧୮ ରୁ ଏହି ଜିଲ୍ଲା ଗୁଡିକରେ ବର୍ଷା !

ପାଣିପାଗ ବିଭାଗର ସତର୍କ ସୂଚନା: ୧୮ ରୁ ଏହି ଜିଲ୍ଲା ଗୁଡିକରେ ବର୍ଷା !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ତାତିରୁ ସାମାନ୍ୟ ତ୍ରାହି ମିଳିବାକୁ ଯାଉଛି। ଆସନ୍ତାକାଲିଠୁ ତାପମାତ୍ରା (temperature)  ସାମାନ୍ୟ କମିପାରେ । ତେବେ ପଶ୍ଚିମ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ୧୮ରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା (rain) ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ପାଣିପାଗ ବିଶେଷଜ୍ଞ ଆକଳନ ଅନୁସାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ସେପଟେ ଖରା ପାଇଁ ବନ୍ଦ ଥିବା ସ୍କୁଲ, କଲେଜ ଓ ଅଙ୍ଗନାବାଡ଼ି କାଲିଠୁ ଖୋଲିବ । ହେଲେ ସମ୍ବଲପୁରରେ ଆଉ ୨ ଦିନ ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ ।

ସୋମବାରଠୁ ସାଧାରଣ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ କମିପାରେ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ (weather department) । ତେବେ କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିବ। ୧୮, ୧୯ ଏବଂ ୨୦ରେ କିଛି ସ୍ଥାନରେ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର ଏବଂ ଭଦ୍ରକରେ ବର୍ଷାର ସମ୍ଭାବନା ରହିଛି। ସେହିପରି ୧୭ ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଓଡ଼ିଶାର ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବାଲେଶ୍ବର, ଢେଙ୍କାନାଳ ଭଳି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା (information) ଦିଆଯାଇଛି ।

ସେପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ବିଭିନ୍ନ ମଡେଲକୁ ଅନୁଧ୍ୟାନ କରି ଭିନ୍ନ ଧରଣର ଆକଳନ କରିଛନ୍ତି । ତାଙ୍କ ଆକଳନ ଅନୁସାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା ଚାରିରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷ କରି ପଶ୍ଚିମ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅନୁଭୂତ ହେବ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖି ଜନିତ ବର୍ଷା ନାହିଁ । ତେବେ ଦକ୍ଷିଣ ଓଡିଶାରେ ତାପମାତ୍ରା ଟିକେ କମିବ । ଟୁଇନ୍‌ ସିଟି (twin city)ରେ ପାଖାପାଖି ୩୮ ରୁ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହିବ। ସେହିପରି ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ।

ତେବେ ତାପମାତ୍ରା କମିବାକୁ ଥିବାରୁ ସୋମବାରଠୁ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ ଓ କଲେଜ । ସକାଳ ସାଢ଼େ ୬ଟାରୁ କ୍ଲାସ୍ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର (state govt) । ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ସକାଳ ୭ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଚାଲିବ ।

ପଢ଼ନ୍ତୁ ଏହି ଖବର -  ଗ୍ୟାଙ୍ଗଷ୍ଟର ଆତିକ ହତ୍ୟା ଘଟଣା: ତୁର୍କୀ ମେଡ୍‌ ପିସ୍ତଲ ଆସିଲା କେଉଁଠୁ ?
Published by:Soubhagya Mishra
First published: