ଆଉ ଯିବାକୁ ପଡ଼ିବନି ବିଏମ୍ସି ଅଫିସ; ପ୍ରତି ୱାର୍ଡ଼ରେ ନିର୍ମାଣ ହେବ ୱାର୍ଡ଼ ଅଫିସ

ଓ୍ବାର୍ଡ଼ ସମସ୍ୟାର ସମାଧାନ ପାଇଁ ରାଜଧାନୀବାସୀଙ୍କୁ ଆଉ ଯିବାକୁ ପଡ଼ିବନି ବିଏମ୍ସିକୁ । ଖୁବଶୀଘ୍ର ଭୁବନେଶ୍ବର ମହାନଗର ନିଗମର ସମସ୍ତ ଓ୍ବାର୍ଡ଼ରେ ପ୍ରତିଷ୍ଠା ହେବ ଓ୍ବାର୍ଡ଼ ଅଫିସ ।

ପ୍ରତି ୱାର୍ଡ଼ରେ ନିର୍ମାଣ ହେବ ୱାର୍ଡ଼ ଅଫିସ (ପ୍ରତୀକାତ୍ମକ ଛବି)

ପ୍ରତି ୱାର୍ଡ଼ରେ ନିର୍ମାଣ ହେବ ୱାର୍ଡ଼ ଅଫିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଓ୍ବାର୍ଡ଼ ସମସ୍ୟାର ସମାଧାନ ପାଇଁ ରାଜଧାନୀବାସୀଙ୍କୁ ଆଉ ଯିବାକୁ ପଡ଼ିବନି ବିଏମ୍ସିକୁ । ଓ୍ବାର୍ଡ଼ସ୍ତରରେ ହେବ ସମ୍ପୃକ୍ତ ଅଞ୍ଚଳର ସମସ୍ୟାର ସମାଧାନ। ଖୁବଶୀଘ୍ର ଭୁବନେଶ୍ବର ମହାନଗର ନିଗମର ସମସ୍ତ ଓ୍ବାର୍ଡ଼ରେ ପ୍ରତିଷ୍ଠା ହେବ ଓ୍ବାର୍ଡ଼ ଅଫିସ । ଏଥିପାଇଁ ସାଧାରଣ ପ୍ରଶାସନ ସହ ଯୋଗାଯୋଗ କରି ଜମି ଚିହ୍ନଟ ସହିତ ଆରମ୍ଭ ହୋଇଛି ପ୍ରକ୍ରିୟା ।

ଭୁବନେଶ୍ବର ମହାନଗର ନିଗମରେ ରହିଛି ୬୭ଟି ଓ୍ବାର୍ଡ଼।।ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବହୁ ଓ୍ବାର୍ଡ଼ରେ ନାହିଁ ଓ୍ବାର୍ଡ଼ କାର୍ଯ୍ୟାଳୟ । ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ କର୍ପୋରେଟରଙ୍କ ସହ ଯୋଗାଯୋଗ କରିବା ଫୋନ୍ ଏକମାତ୍ର ମାଧ୍ୟମ । ଅଧିକାଂଶ ଅଞ୍ଚଳରେ ଓ୍ବାର୍ଡ଼ ଅଫିସ ନଥିବା ବେଳେ ଅନେକ ସ୍ଥାନରେ ଓ୍ବାର୍ଡ଼ ଅଫିସ ଚାଲିଛି କ୍ଲବ୍ ଘରେ ଅଥବା କଲ୍ୟାଣ ମଣ୍ଡପରେ। ଯାତ୍ରୀ ନିବାସରେ ଚାଲିଛି ବମିଖାଲ, ଲକ୍ଷ୍ମୀସାଗର, ଝାରପଡ଼ା ଭଳି ୩ଟି ଓ୍ବାର୍ଡ଼ର କାର୍ଯ୍ୟାଳୟ । ଫଳରେ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ସହିତ ବିଏମ୍ସି କାର୍ଯ୍ୟାଳୟକୁ ଦୌଡିବାକୁ ପଡୁଛି । ସବୁ ଓ୍ବାର୍ଡରେ ଓ୍ବାର୍ଡ ଅଫିସର ଆବଶ୍ୟକତା ଥିବା କହିଛନ୍ତି କର୍ପୋରେଟର ।

ସମସ୍ୟାର ସମାଧାନ ପାଇଁ ପ୍ରତି ଓ୍ବାର୍ଡ଼ରେ ଓ୍ବାର୍ଡ଼ କାର୍ଯ୍ୟାଳୟ ପ୍ରତିଷ୍ଠା ଉପରେ ଗୁରୁତ୍ତ୍ବ ଦେଇଛନ୍ତି ମେୟର । ବିଏମ୍ସିରେ ବର୍ତ୍ତମାନ ୨୮ଟି ଓ୍ବାର୍ଡ଼ରେ ଓ୍ବାର୍ଡ଼ ଅଫିସ ନଥିବା ବେଳେ ଅନେକ ସ୍ଥାନରେ ଭଡା ଗୃହରେ ଚାଲିଛି। ଖୁବ ଶୀଘ୍ର ସବୁ ଓ୍ବାର୍ଡ଼ରେ ଓ୍ବାର୍ଡ଼ ଅଫିସ ଖୋଲିବା ପାଇଁ ସାଧାରଣ ପ୍ରଶାସନ ସହିତ ଯୋଗାଯୋଗ ରକ୍ଷା କରି ଜମି ଚିହ୍ନଟ ହୋଇସାରିଥିବା କହିଛନ୍ତି ମେୟର ।

"ସବୁ ୱାର୍ଡ଼ରେ ଏବେ ନାହିଁ ୱାର୍ଡ଼ ଅଫିସ କିନ୍ତୁ ଖୁବ ଶୀଘ୍ର କାର୍ଯ୍ୟାଳୟ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୂର ଦୁରାନ୍ତରୁ ଲୋକଙ୍କୁ ନିଜ କାମ ପାଇଁ ବିଏମ୍ସି ଆସିବାକୁ ପଡ଼ିବ ନାହିଁ,"ଭୁବନେଶ୍ୱର ମେୟର ସୁଲୋଚନା ଦାସ।
Published by:Soumya Das
First published: