ଆଙ୍କରିଂରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି ? ଆଉଟରିଚ୍ ମାଧ୍ୟମରେ ନିଅନ୍ତୁ ଟ୍ରେନିଂ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଆଉଟରିଚ୍ ତରଫରୁ ଆୟୋଜନ ହେବାକୁ ଯାଉଛି ଏକ ୧୦ ଦିନିଆ ଆଙ୍କରିଂ ଟ୍ରେନିଂ କାର୍ଯ୍ୟକ୍ରମ। ଦଶମଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ଏହି ଟ୍ରେନିଂ ଏଥର ଭର୍ଚୁଆଲ ମୋଡ ଜରିଆରେ ଅନୁଷ୍ଠିତ ହେବ । ମିଡିଆରେ କ୍ୟାରିୟର କରିବାକୁ ଚାହୁଁଥିବା ତଥା ନୂଆ କରି କ୍ୟାରିୟର କରୁଥିବା ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିପାରିବେ । ଡିସେମ୍ବର ୧୦ ତାରିଖରୁ ଏହା ଆରମ୍ଭ ହେବାକୁ ଯାଉଛି ।
ଏହି କର୍ମଶାଳାରେ ରେଡିଓ, ଟେଲିଭିଜନ ଓ ଷ୍ଟେଜ ଆଙ୍କରିଂ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ଏହାଛଡା ରିପୋର୍ଟିଂ, ଭଏସ ଓଭର ଆଦି ବିଭିନ୍ନ ବିଷୟରେ ତାଲିମ୍ ଦିଆଯିବ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ମଧ୍ୟ ଦିଆଯିବ । ଏଥିରେ ସାମିଲ ହେବାପାଇଁ ଶିକ୍ଷାଗତ ଯୋଗ୍ୟତା ଅତି କମ୍ରେ ମାଟ୍ରିକ ହୋଇଥିବା ଆବଶ୍ୟକ । ଏଥିରେ ଭାଗନେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଧିଷ୍ଟ ବୟସସୀମା ରଖାଯାଇ ନାହିଁ । ଦେଶର ଜଣାଶୁଣା ସାମ୍ବାଦିକ, ନ୍ୟୁଜ ଆଙ୍କର, ରେଡ଼ିଓ ଜକି ଓ ବିଶେଷଜ୍ଞମାନେ ଏଥିରେ ଯୋଗ ଦେଇ ଟ୍ରେନିଂ ପ୍ରଦାନ କରିବେ । ଏହି କର୍ମଶାଳାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ବା ବ୍ୟକ୍ତି ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିବାକୁ ଆୟୋଜକ ସଂସ୍ଥା ଆଉଟରିଚ୍ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଗତ ପାଞ୍ଚ ବର୍ଷରେ ଆଉଟରିଚ୍ ଏଭଳି ନଅଟି ଟ୍ରେନିଂ ଆୟୋଜନ କରିସାରିଛି । ପୂର୍ବରୁ ଏଥିରେ ଶହ ଶହ ଛାତ୍ରଛାତ୍ରୀ ଭାଗନେଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଜଣ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ଯୁବବର୍ଗଙ୍କୁ ମିଡ଼ିଆରେ କ୍ୟାରିୟର କରିବା ପାଇଁ ଉତ୍ସାହିତ କରିବା ଲକ୍ଷରେ ଆଉଟରିଚ୍ ନିୟମିତ ବ୍ୟବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଆସୁଥିବା କହିଛନ୍ତି ସଂସ୍ଥାର ମୁଖ୍ୟ ସୁବ୍ରତ କୁମାର ପତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।