ସମ୍ବଲପୁର: ବର୍ଷାରେ ଭୁଶୁଡି ପଡିଲା ‘ରଙ୍ଗବତୀ’ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ଝାଟି ମାଟି ଘର

ହରିପାଲଙ୍କ ଘରର କାନ୍ଥ ଭୁଶୁଡି ଯାଇଥିବା ଜଣା ପଡ଼ିବା ପରେ ସମ୍ବଲପୁର ମହାନଗର ନିଗମର କମିସନର ଅନିରୁଦ୍ଧ ପ୍ରଧାନ ଯାଇ ଘରର ସ୍ଥିତି ଦେଖିଛନ୍ତି ଓ ପୁରୁଣା ଘରକୁ ମରାମତି କରାଇବା ସହ ନୂଆ ଘର ତିଆରି ପାଇଁ ବ୍ୟବସ୍ଥା ହେବ ବୋଲି କହିଛନ୍ତି ।

ସମ୍ବଲପୁର: ବର୍ଷାରେ ଭୁଶୁଡି ପଡିଲା ‘ରଙ୍ଗବତୀ’ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ଝାଟି ମାଟି ଘର
ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଓ (ଡାହାଣ) ତାଙ୍କ ଭାଙ୍ଗିଯାଇଥିବା ଘର
  • News18 Odia
  • Last Updated: September 8, 2020, 9:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: କାଳଜୟୀ ‘ରଙ୍ଗବତୀ’ ଗୀତ ପାଇଁ ଦେଶ ବିଦେଶରେ ପରିଚିତ ସୁପ୍ରସିଦ୍ଧ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ରହୁଥିବା ନୂଆଣିଆ ଚାଳ ଘରର କିଛି ଅଂଶ ଭୁଶୁଡି ପଡ଼ିଛି । କିଛି ଦିନ ତଳେ ସମ୍ବଲପୁର ସହରରେ ହୋଇଥିଲା ଲଗାଣ ବର୍ଷା । ଏହର ପ୍ରଭାବରେ ସମ୍ବଲପୁର ଷ୍ଟେସନପଡ଼ା ସ୍ଥିତ ଏହି ଘରର କାନ୍ଥ ସବୁ ଭିଜି ଯାଇଥିଲା । ଏବେ ଏହାର ଗୋଟିଏ କାନ୍ଥ ଭୁଶୁଡି ପଡ଼ିଛି ।

ଏହି ଘରଟି ବର୍ତ୍ତମାନ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ଘରେ ମୋଟ ୧୧ ଜଣ ସଦସ୍ୟ ରହୁଛନ୍ତି । ଘରର କାନ୍ଥ ଭୁଶୁଡ଼ିପଡ଼ିବା ପରେ ହରିପାଲ ଓ ତାଙ୍କ ପରିବାର ଏବେ ଅଭବନୀୟ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।  ଅଭାବ ଓ ଅନାଟନ କାରଣରୁ ପକ୍କା ଘର ଖଣ୍ଡେ କରି ପାରୁ ନ ଥିବା ଜିତେନ୍ଦ୍ର ନିଜ ଭିନ୍ନକ୍ଷମ ପୁଅ, ଦୁଇ ବୋହୁ ଓ ପାଞ୍ଚ ଜଣ ନାତି ନାତୁଣିଙ୍କ ସହ ଏଇ ଘରେ ରହି ଆସୁଛନ୍ତି ।

ସମ୍ବଲପୁର ମହାନଗର ନିଗମର କମିସନର ଅନିରୁଦ୍ଧ ପ୍ରଧାନ ଘରର ସ୍ଥିତି ଦେଖିବାକୁ ଯାଇଥିଲେ ।


‘‘ଘରଟି ପୂର୍ବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଏବେ କିଛି ଅଂଶ ଭୁଶୁଡି ପଡ଼ିଛି । ଅଭାବରେ ଥିଲେ ବି କାହାକୁ ମାଗିବାକୁ ଖରପ ଲାଗୁଥିବାରୁ ଏଇ ଭଙ୍ଗାଘରେ ହିଁ ରହିବାକୁ ମୁଁ ବାଧ୍ୟ,’’ କହିଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ।

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ହରିପାଲଙ୍କ ଘରର କାନ୍ଥ ଭୁଶୁଡି ଯାଇଥିବା ଜଣା ପଡ଼ିବା ପରେ ସମ୍ବଲପୁର ମହାନଗର ନିଗମର କମିସନର ଅନିରୁଦ୍ଧ ପ୍ରଧାନ ଷ୍ଟେସନପଡ଼ା ଯାଇ ଘରର ସ୍ଥିତି ଦେଖିବା ସହ ଜିତେନ୍ଦ୍ର ହରିପାଲଙ୍କ ସହ ଆଲୋଚନା କରିଛନ୍ତି । କମିସନରଙ୍କ ସହିତ ଯାଇଥିବା ମହାନଗର ନିଗମର ଇଜିନିୟରିଙ୍ଗ ଟିମ ଘର ମରାମତି କରିବା ପାଇଁ ଆକଳନ କରିଛନ୍ତି ।



‘‘ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ଭୁଶୁଡିଯାଇଥିବା ପୁରୁଣା ଘରକୁ ମରାମତି କରାଯିବା ସହ ନୂତନ ଘର ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ,’’ କହିଛନ୍ତି ଅନିରୁଦ୍ଧ ପ୍ରଧାନ । ଓଡ଼ିଆ ପ୍ପରାଣର ପ୍ରିୟ ଗୀତ ‘ରଙ୍ଗବତୀ’ ସାଙ୍ଗକୁ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ।
Published by: Anand Shankar Thankur Das
First published: September 8, 2020, 9:43 PM IST
corona virus btn
corona virus btn
Loading