ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ; ଉତ୍କଳ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ

ଉତ୍କଳ ବିଶ୍ବବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ୫୦ତମ ସମାବର୍ତ୍ତନ ସମାରୋହ ଏପ୍ରିଲ୍ ୩ରେ ଅନୁଷ୍ଠିତ ହେବ । ଏହି ଅବସରରେ ଦେଶର ପାଞ୍ଚ ଜଣ ଉଚ୍ଚପଦସ୍ଥ ଓଡ଼ିଆ ବ୍ୟକ୍ତିତ୍ବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯିବ ।

ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ; ଉତ୍କଳ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ; (ଡାହାଣ) ଉତ୍କଳ ବିଶ୍ୱବିଦ୍ୟାଳୟ (ଫାଇଲ୍‌ ଫଟୋ)
  • News18 Odia
  • Last Updated: March 31, 2021, 7:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ ଦୁଇ-ଦିନିଆ ଓଡି଼ଶା ଗସ୍ତରେ ଆସି ଏପ୍ରିଲ ୩ ତାରିଖରେ ଉତ୍କଳ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । କାର୍ଯ୍ୟକ୍ରମ ପୂର୍ବରୁ କ୍ୟାମ୍ପସରେ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ । କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ସମସ୍ତଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ବିମାନ ଯାତ୍ରା ମହଙ୍ଗା ହେବାକୁ ଯାଉଛି; ଜାଣନ୍ତୁ କେତେ

ଉତ୍କଳ ବିଶ୍ବବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତ୍ତନ ସମାରୋହ ଆସନ୍ତା ଏପ୍ରିଲ୍ ୩ରେ ଅନୁଷ୍ଠିତ ହେବ । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେବେ। ଏହି ସମାରୋହରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧ୍ୟକ୍ଷତା କରିବେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସମ୍ମାନିତତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍

ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦେଶର ପାଞ୍ଚ ଜଣ ଓଡ଼ିଆ ବ୍ୟକ୍ତିତ୍ବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯିବ । ସେମାନେ ହେଉଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍ ଇଣ୍ଡିଆ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ, ଓଡ଼ିଶା ହାଇ କୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର (ବାର୍କ) ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡଃ ବିଜୟ କୁମାର ସାହୁ ।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ


ସମାବର୍ତ୍ତନ ଉତ୍ସବରେ ୨୦୧୯-୨୦ ଓ ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ମୋ’ଟ ୪୧ ଜଣଙ୍କୁ ପିଏଚଡି ଡିଗ୍ରୀ ଓ ୯୦ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ । ସକାଳ ୧୦ଟା ୨୦ରେ ବିଶ୍ୱବିଦ୍ୟାଳୟରେ ପହଞ୍ଚିବେ ଉପରାଷ୍ଟ୍ରପତି । ୧୦:୩୦ରୁ ୧୧:୩୦ ହେବ କାର୍ଯ୍ୟକ୍ରମ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଟିଭି ଅଭିନେତ୍ରୀ ଅନୀତା ହସନନ୍ଦାନୀ ପୁଅ ସହ ସେଲ୍ଫି ଶେୟାର୍ କଲେ; ଗାୟତ୍ରୀ ମନ୍ତ୍ର ଶିଖାଉଛନ୍ତି

‘‘ଆମର ୫୦ତମ ସମାବର୍ତ୍ତନ ଉତ୍ସବ ସହ ସୁବର୍ଣ୍ଣ ଜୟନ୍ତୀ ପାଳନ ୩ ତାରିଖରେ ହେବ । ଏଥିରେ ରାଷ୍ଟ୍ରପତି ଯୋଗଦେଉଥିବାରୁ ଆମେ ସମସ୍ତେ ଖୁବ୍‌ ଉତ୍ସାହିତ । ଗତ ବର୍ଷ କୋଭିଡ ଯୋଗୁଁ ସମାବର୍ତ୍ତନ ଉତ୍ସବ ବାତିଲ୍‌ କରାଯାଇଥିଲା । ଏ ବର୍ଷ ଅନୁମତି ମିଳିଛି । ଏହି ଦିନକୁ ସ୍ମରଣୀୟ କରିବାକୁ ସମସ୍ତେ ଉଦ୍ୟମରତ,’’ କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ


ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ସମାରୋହରେ କୋଭିଡ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରାଯିବ । ସମାବର୍ତ୍ତନ ପ୍ରେକ୍ଷାଳୟରେ ସର୍ବାଧିକ ୫୦ ଜଣଙ୍କୁ ଅଂଶ ଗ୍ରହଣ କରିବା ପାଇଁ ଅନୁମତି ଦିଆଯିବାକୁ ସ୍ଥିର ହୋଇଛି । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସମେତ ଛାତ୍ରଛାତ୍ରୀ ଯେଉଁମାନେ ମଞ୍ଚର ନିକଟବର୍ତ୍ତୀ ରହିବେ ସେମାନଙ୍କର ଆରଟିପିସିଆର ପରୀକ୍ଷା କରାଯିବ ଓ ଅନ୍ୟ ସମସ୍ତଙ୍କ ପାଇଁ ରାପିଡ ଆଣ୍ଟିଜେନ୍ ଟେଷ୍ଟ୍‌ କରାଯିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEO

ଯେଉଁମାନଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ ଆସିବ କେବଳ ସେମାନଙ୍କୁ ହିଁ ସମାବର୍ତ୍ତନ ଉତ୍ସବରେ ଅଂଶ ଗ୍ରହଣ ପାଇଁ ଅନୁମତି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ବି.ଏମ୍‌.ସି. ପକ୍ଷରୁ କ୍ୟାମ୍ପସରେ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ୍‌ । ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବୁଧବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି । ଗୁରୁବାର ଦିନ ଆର୍‌.ଟି.ପି.ସି.ଆର୍‌ ଟେଷ୍ଟ୍‌ କରାଯିବ ।

ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲାରୁ ଭାଇ କ୍ରୋଧିତ ହୋଇ ତା’ ସ୍ୱାମୀର ମୁଣ୍ଡ କାଟି ନେଇ ଥାନାରେ ପହଞ୍ଚିଲା

‘‘ଆମ ପାଖକୁ ବିଶ୍ୱବିଦ୍ୟାଳୟ ତରଫରୁ ୪୦୦ ଲୋକଙ୍କ ଲିଷ୍ଟ ଆସିଛି। ଏହା ସହ ପୋଲିସ ଷ୍ଟାଫ୍ ଓ ଅନ୍ୟ ଷ୍ଟାଫମାନଙ୍କର ମଧ୍ୟ ଟେଷ୍ଟିଂ କରାଯିବ । କ୍ୟାମ୍ପସରେ ଏହା ପୂର୍ବରୁ କୋଭିଡ ଟେଷ୍ଟ ମଧ୍ୟ ଆରମ୍ଭ ହୋଇଛି । ଆଜି ଆଣ୍ଟିଜେନ ଟେଷ୍ଟ ପିଲାଙ୍କର କରାଯାଉଥିବାବେଳେ ୩ ତାରିଖ କାର୍ଯ୍ୟକ୍ରମ ରେ ଯେଉଁମାନେ ଯୋଗଦେବେ ସେମାନଙ୍କର ଆର୍‌.ଟି.ପି.ସି.ଆର୍‌. ଟେଷ୍ଟ୍‌ କରିବୁ ଆମେ । ପ୍ରୋଗ୍ରାମ୍‌ ହଲକୁ ବି ସାନିଟାଇଜ କରାଯିବ,’’ କହିଛନ୍ତି ବି.ଏମ୍‌.ସି. କମିଶନର୍‌ ପ୍ରେମଚନ୍ଦ୍ର ଚୌଧୁରୀ ।



ଏପ୍ରିଲ୍‌ ୨ ତାରିଖରେ ଉପରାଷ୍ଟ୍ରପତି ଆଦିକବି ଶାରଳା ଦାଶଙ୍କ ୬୦୦ତମ ଜନ୍ମ ଜୟନ୍ତୀ ଓ ଶାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Published by: Anand ST Das
First published: March 31, 2021, 7:30 PM IST