
HIGHLIGHTS
୩ ଟା ସୁଦ୍ଧା ୫୫.୨୨ ପ୍ରତିଶତ ମତଦାନ କରିଛନ୍ତି ଝାରସୁଗୁଡ଼ାବାସୀ
ଜାରି ରହିଛି ଭୋଟିଂ ପ୍ରକ୍ରିୟା। ଦିନ ୧ ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ।
ଖରା ବଢ଼ିବା ସତ୍ତ୍ବେ ଭୋଟରଙ୍କ ଆଗ୍ରହ କମିନି। ପୋଲିଂ ବୁଥକୁ ଆସି ମତଦାନ କରୁଛନ୍ତି ଦଳୀୟ ପ୍ରାର୍ଥୀ।
ଜୋରସୋରରେ ଚାଲିଛି ଝାରସୁଗୁଡ଼ା ଭୋଟିଂ ପ୍ରକ୍ରିୟା। ସକାଳ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ହୋଇଛି ମତଦାନ।
ମତଦାନ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଝାରସୁଗୁଡ଼ାର ସରବାହାଲର ୩୪ ନମ୍ବର ବୁଥ୍ରେ ଭୋଟ ଦେଲେ ଦୀପାଳି। ମାଆ ଓ ଭାଇ ବିଶାଳ ଦାସ ସହ ମତଦାନ ସାବ୍ୟସ୍ତ କଲେ। ଦୀପାଳି କହିଲେ ଝାରସୁଗୁଡ଼ା ବାସୀ ବାପା ନବ ଦାସଙ୍କୁ ବହୁତ ଭଲ ପାଉଥିଲେ, ତାଙ୍କ ଉପରେ ମଧ୍ୟ ଲୋକଙ୍କ ଆଶୀର୍ବାଦ ରହିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ବିକାଶର ସୂପ୍ନ ପୂରଣ କରିବାକୁ ଚାହୁଁଥିବା ଲୋକ ଆସିକି ବିପୁଳ ପରିମାଣରେ ଭୋଟ୍ ଦେବାକୁ ଆହ୍ବାନ ଦେଇଛନ୍ତି ଦୀପାଳି ।
ଜାରି ରହିଛି ଝାରସୁଗୁଡ଼ା ଭୋଟିଂ ପ୍ରକ୍ରିୟା। ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶକ ମତଦାନ ହୋଇଛି।
ଝାରସୁଗୁଡାର ଗୁଜରାଟୀ ସରକାରୀ ସ୍କୁଲ, ୭୦ ନମ୍ବର ବୁଥରେ ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ଭୋଟରଙ୍କ ସହ ଧାଡିରେ ଠିଆହେଲେ, ଭୋଟର ପରିଚୟପତ୍ର ଦେଖାଇ ଭୋଟ ଦେଲେ। ଭୋଟରଙ୍କୁ ଅପିଲ ମଧ୍ୟ କଲେ। ନିର୍ବାଚନର ମତ ଅଧିକାରରେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରନ୍ତୁ ବୋଲି କହିଲେ ଟଙ୍କଧର ତ୍ରିପାଠୀ।
ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୧୦ ହଜାର ୬୧୯ ପୁରୁଷ ଭୋଟର ଥିବାବେଳେ ୧ ଲକ୍ଷ ୧୧ ହଜାର ୩୭ ମହିଳା ଏବଂ ୬୩ ଜଣ କିନ୍ନର ଭୋଟର ରହିଛନ୍ତି। ଏଥିରୁ ୨ ହଜାର ୫୩୪ ଭିନ୍ନକ୍ଷମ ଏବଂ ୨୪୯ ଚାକିରିଆ ଭୋଟର ଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।
ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ପାଇଁ ୨୫୩ଟି ବୁଥ୍ କରାଯାଇଥିବା ବେଳେ ପ୍ରଥମଥର ପାଇଁ ସବୁ ବୁଥ୍ରେ ସିସିଟିଭି ଲଗାଯାଇ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି। ସିସିଟିଭି ଜରିଆରେ ସିଧାସଳଖ ବୁଥ୍ର ଲାଇଭ ଦୃଶ୍ୟ ଅନୁଧ୍ୟାନ କରାଯିବ। ଝାରସୁଗୁଡ଼ା ଏସ୍ପିଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯାଇଛି।
ତେବେ କଡା ସୁରକ୍ଷା ଭିତରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ଭୋଟିଂ ସେଣ୍ଟରରେ ଉପସ୍ଥିତ ଅଛନ୍ତି । ଭୋଟ କେନ୍ଦ୍ରରେ ଲୋକେ ସକାଳୁ ସକାଳୁ ଆବଶ୍ୟକୀୟ ଭୋଟର ପରିଚୟ ପତ୍ର ନେଇ ପହଁଚିଛନ୍ତି ଏବଂ ନିଜର ମତ ସାବ୍ୟସ୍ତ କରୁଛନ୍ତି ।
News18 Odia Digital
Jharsuguda By election: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ବହୁ ପ୍ରତିକ୍ଷିତ ଭୋଟିଂ। ଆରମ୍ଭ ହୋଇଯାଇଛି ଭୋଟିଂ ପ୍ରକ୍ରିୟା। ନିର୍ବାଚନ ମୈଦାନରେ ୯ ଜଣ ପ୍ରାର୍ଥୀ। ପ୍ରଥମେ ମକ ପୋଲ ପରେ ସକାଳ ୭ ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ।
ବୁଥ ମୁହାଁ ହୋଇଛନ୍ତି ଭୋଟର । ଭୋଟ୍ ଗ୍ରହଣ କେନ୍ଦ୍ର ନିକଟରେ ଭୋଟର ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ଭୋଟ୍ ଗ୍ରହଣ । ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଝାରସୁଗୁଡ଼ାର ୨ଲକ୍ଷ ୨୧ ହଜାରରୁ ଅଧିକ ଭୋଟର ।
ଏଥିପାଇଁ ଝାରସୁଗୁଡ଼ା ମ୍ୟୁନିସପାଲିଟି ସହ ଝାରସୁଗୁଡ଼ା, କୋଲାବିରା, ଲଇକେରା ଓ କିରିମିରା ବ୍ଲକରେ ମୋଟ୍ ୨୫୩ଟି ବୁଥ୍ କରାଯାଇଛି । ୧୧୬ଟି ବୁଥ୍ ସମ୍ବେଦନଶୀଳ । ୧୪୪ ବୁଥ୍ରେ ସେଣ୍ଟ୍ରାଲ ଟିମ୍ ନିୟୋଜିତ ରହିଛନ୍ତି ।
ଶତ ପ୍ରତିଶତ ବୁଥ୍ରେ ୱେଵବକାଷ୍ଟିଂ କରାଯାଉଛି। ୬୯ଟି ବୁଥ୍ରେ ନିଯୁକ୍ତ କରାଯାଇଛି ମାଇକ୍ରୋ ଅବଜର୍ଭର। ୨୬ଟି ପିଙ୍କ ବୁଥରେ ଭୋଟରଙ୍କ ପାଇଁ ପିଇବା ପାଣି ଓ ଦିବ୍ୟାଙ୍ଗଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକମାନେ ଘରୁ ମତଦାନ କେନ୍ଦ୍ରକୁ କିପରି ଆସିିବେ ସେନେଇ ବ୍ୟବସ୍ଥା କରିଛି ପ୍ରଶାସନ ।
ବରିଷ୍ଠ ନାଗରିକମାନେ ଘରୁ ମତଦାନ କେନ୍ଦ୍ରକୁ କିପରି ଆସିିବେ ସେନେଇ ବ୍ୟବସ୍ଥା କରିଛି ପ୍ରଶାସନ । ମତଦାନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ୭ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ସହ ୧୬ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି । ୨୫ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ସହ ୮ ଫ୍ଲାଇଂ ସ୍କ୍ଵାଡ୍ ଅଛନ୍ତି । ଝାରସୁଗୁଡ଼ାରେ ମୋଟ୍ ୨ଲକ୍ଷ ୨୧ହଜାର ୭୧୯ ମତଦାତା ଅଛନ୍ତି । ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୦ହଜାର ୬୧୯ । ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୧ହଜାର ୩୭ । ଝାରସୁଗୁଡ଼ାରେ ୨୦୧୯ରେ ୭୮.୯୨ ପ୍ରତିଶତ ଓ ୨୦୧୪ରେ ୮୨.୨୦ ପ୍ରତିଶତ ଭୋଟିଂ ହୋଇଥିଲା ।
ବିଜେଡି ପ୍ରାର୍ଥୀରେ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ଏମାନଙ୍କୁ ମଧ୍ୟରୁ କାହାକୁ ଝାରସୁଗୁଡାବାସୀ ବାଛିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସମ୍ବେଦନଶୀଳ ବୁଥରେ ଅଧିକ ଫୋର୍ସଙ୍କୁ ମୁତୟନ କରାଯାଇଛି।
୧୦୬ ବୁଥରେ ମାଇକ୍ରୋ ଅଵଜରଭର ରହିବେ ନିର୍ବାଚନ ପରିଚାଳନାରେ ନିୟୋଜିତ ଥିବା ରାଜସ୍ବ ଓ ପୋଲିସ ଗାଡିରେ ଜିପିଏସ ବ୍ୟବସ୍ଥା କରାଯାଇଛି। ତେବେ କଡା ସୁରକ୍ଷା ଭିତରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ଭୋଟିଂ ସେଣ୍ଟରରେ ଉପସ୍ଥିତ ଅଛନ୍ତି । ଭୋଟ କେନ୍ଦ୍ରରେ ଲୋକେ ସକାଳୁ ସକାଳୁ ଆବଶ୍ୟକୀୟ ଭୋଟର ପରିଚୟ ପତ୍ର ନେଇ ପହଁଚିଛନ୍ତି ଏବଂ ନିଜର ମତ ସାବ୍ୟସ୍ତ କରୁଛନ୍ତି ।
ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ପାଇଁ ୨୫୩ଟି ବୁଥ୍ କରାଯାଇଥିବା ବେଳେ ପ୍ରଥମଥର ପାଇଁ ସବୁ ବୁଥ୍ରେ ସିସିଟିଭି ଲଗାଯାଇ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି। ସିସିଟିଭି ଜରିଆରେ ସିଧାସଳଖ ବୁଥ୍ର ଲାଇଭ ଦୃଶ୍ୟ ଅନୁଧ୍ୟାନ କରାଯିବ। ଝାରସୁଗୁଡ଼ା ଏସ୍ପିଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯାଇଛି।
ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୧୦ ହଜାର ୬୧୯ ପୁରୁଷ ଭୋଟର ଥିବାବେଳେ ୧ ଲକ୍ଷ ୧୧ ହଜାର ୩୭ ମହିଳା ଏବଂ ୬୩ ଜଣ କିନ୍ନର ଭୋଟର ରହିଛନ୍ତି। ଏଥିରୁ ୨ ହଜାର ୫୩୪ ଭିନ୍ନକ୍ଷମ ଏବଂ ୨୪୯ ଚାକିରିଆ ଭୋଟର ଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।
ଝାରସୁଗୁଡାର ଗୁଜରାଟୀ ସରକାରୀ ସ୍କୁଲ, ୭୦ ନମ୍ବର ବୁଥରେ ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ଭୋଟରଙ୍କ ସହ ଧାଡିରେ ଠିଆହେଲେ, ଭୋଟର ପରିଚୟପତ୍ର ଦେଖାଇ ଭୋଟ ଦେଲେ। ଭୋଟରଙ୍କୁ ଅପିଲ ମଧ୍ୟ କଲେ। ନିର୍ବାଚନର ମତ ଅଧିକାରରେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରନ୍ତୁ ବୋଲି କହିଲେ ଟଙ୍କଧର ତ୍ରିପାଠୀ।
ଜାରି ରହିଛି ଝାରସୁଗୁଡ଼ା ଭୋଟିଂ ପ୍ରକ୍ରିୟା। ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ମତଦାନ ହୋଇଛି।
ମତଦାନ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଝାରସୁଗୁଡ଼ାର ସରବାହାଲର ୩୪ ନମ୍ବର ବୁଥ୍ରେ ଭୋଟ ଦେଲେ ଦୀପାଳି। ମାଆ ଓ ଭାଇ ବିଶାଳ ଦାସ ସହ ମତଦାନ ସାବ୍ୟସ୍ତ କଲେ। ଦୀପାଳି କହିଲେ ଝାରସୁଗୁଡ଼ା ବାସୀ ବାପା ନବ ଦାସଙ୍କୁ ବହୁତ ଭଲ ପାଉଥିଲେ, ତାଙ୍କ ଉପରେ ମଧ୍ୟ ଲୋକଙ୍କ ଆଶୀର୍ବାଦ ରହିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ବିକାଶର ସୂପ୍ନ ପୂରଣ କରିବାକୁ ଚାହୁଁଥିବା ଲୋକ ଆସିକି ବିପୁଳ ପରିମାଣରେ ଭୋଟ୍ ଦେବାକୁ ଆହ୍ବାନ ଦେଇଛନ୍ତି ଦୀପାଳି ।
ଜୋରସୋରରେ ଚାଲିଛି ଝାରସୁଗୁଡ଼ା ଭୋଟିଂ ପ୍ରକ୍ରିୟା। ସକାଳ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ହୋଇଛି ମତଦାନ।
ଖରା ବଢ଼ିବା ସତ୍ତ୍ବେ ଭୋଟରଙ୍କ ଆଗ୍ରହ କମିନି। ପୋଲିଂ ବୁଥକୁ ଆସି ମତଦାନ କରୁଛନ୍ତି ଦଳୀୟ ପ୍ରାର୍ଥୀ।
ଜାରି ରହିଛି ଭୋଟିଂ ପ୍ରକ୍ରିୟା। ଦିନ ୧ ସୁଦ୍ଧା ୪୧.୨୯ ପ୍ରତିଶତ ମତଦାନ। ୩ ଟା ସୁଦ୍ଧା ୫୫.୨୨ ପ୍ରତିଶତ ମତଦାନ କରିଛନ୍ତି ଝାରସୁଗୁଡ଼ାବାସୀ