ବାଲେଶ୍ଵର ସଦର ଓ ତିର୍ତ୍ତୋଲରେ EVMରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ; ଶୃଙ୍ଖଳିତ ରହିଲା ଭୋଟିଂ

କୋଭିଡ ଆକ୍ରାନ୍ତଙ୍କ ମତଦାନ ପାଇଁ ଉଭୟ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ସେମାନେ ଦିନରେ ଚିରକୁଟ ନେଇ ସନ୍ଧ୍ୟାରେ ଭୋଟ ଦେବାକୁ ଆସିଥିଲେ । ବୁଥ୍ କ୍ୟାପିଚରିଂ ଅଭିଯୋଗ ଆସିଥିଲେ ବି ତାହା ପ୍ରମାଣିତ ହୋଇ ନ ଥିଲା ।

ବାଲେଶ୍ଵର ସଦର ଓ ତିର୍ତ୍ତୋଲରେ EVMରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ; ଶୃଙ୍ଖଳିତ ରହିଲା ଭୋଟିଂ
ବାଲେଶ୍ୱରରେ ଏକ ମତଦାନ କେନ୍ଦ୍ରର ଦୃଶ୍ୟ
  • News18 Odia
  • Last Updated: November 3, 2020, 9:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କାଁ ଭାଁ ଉତ୍ତେଜନାକୁ ଛାଡ଼ିଦେଲେ ରାଜ୍ୟରେ ଅନୁଷ୍ଠିତ ଦୁଇଟି ବିଧାନସଭା ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ପ୍ରଥମ ଥର ପାଇଁ କୋଭିଡ ଗାଇଡ଼ଲାଇନ ଭିତରେ ଆୟୋଜିତ ହୋଇଥିବା ଏହି ଉପନିର୍ବାଚନ ଲୋକଙ୍କ ସହଯୋଗରେ ସଫଳ ହୋଇଛି । ବାଲେଶ୍ଵର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି।

‘‘ଦୁଇଟି ବିଧାନସଭା ଉପନିର୍ବାଚନର ପରିଚାଳନା ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ସନ୍ଧ୍ୟା ୬ଟା ସୁଦ୍ଧା କିଛି ବୁଥରେ ମତଦାନ ଚାଲିଥିବା ବେଳେ କିଛି ବୁଥରେ ଶେଷ ହୋଇଥିଲା ମତଦାନ। ବାଲେଶ୍ୱରରେ ୭୧ ପ୍ରତିଶତ ମତଦାନ ହୋଇଥିବା ବେଳେ ତିତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଛି । ସବିଶେଷ ଗଣନା ପରେ ଚୂଡ଼ାନ୍ତ ଭୋଟ ପ୍ରତିଶତ ସ୍ପଷ୍ଟ ହେବ,’’ କହିଛନ୍ତି ଲୋହାନି ।

ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଉଛନ୍ତି।


ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ | ନିଜ ପିଠିକୁ JCB ମାଟି ଖୋଳା ମେସିନରେ କୁଣ୍ଡାଇଲେ ଏହି ବ୍ୟକ୍ତି; VIDEO ଆପଣଙ୍କୁ ଚକିତ କରିବ!

ବାଲେଶ୍ଵରରେ ସନ୍ଧ୍ୟା ୬ଟା ସୁଦ୍ଧା ୩୦ଟି ବୁଥରେ ଭୋଟିଂ ଚାଲିଥିଲା । ତିର୍ତ୍ତୋଲରେ ବି ୧୨୦ଟି ବୁଥରେ ଭୋଟିଂ ଚାଲିଥିଲା । ମତଦାନ ବେଳେ କେତେକ ଇଭିଏମରେ ତ୍ରୁଟି ବାହାରିଥିଲା, ହେଲେ ତାକୁ ଶୀଘ୍ର ସୁଧାରିବାରେ ସଫଳ ହୋଇଥିଲା ପ୍ରଶାସନ । ଉଭୟ ନିର୍ବାଚନ ମଣ୍ଡଳୀରେ ଗୋଟିଏ ବି ବିଶୃଙ୍ଖଳା ଘଟଣା ହୋଇ ନ ଥିଲା ।

‘‘ଗତ ସାଧାରଣ ନିର୍ବାଚନରେ ବାଲେଶ୍ଵରରେ ୭୧.୨୯% ଭୋଟିଂ ହୋଇଥିଲା । ଏ ଥର ଏ ପର୍ଯ୍ୟନ୍ତ ସେଠି ୭୧ % ମତଦାନ ହୋଇଛି । ତିର୍ତ୍ତୋଲରେ ଗତ ଥର ୭୪ ପ୍ରତିଶତ ଉପରେ ଭୋଟିଂ ହୋଇଥିଲା । ଆଜି ଏବେ ସୁଦ୍ଧା ୬୯.୯% ହୋଇଛି । ଏହା ଗତ ନିର୍ବାଚନର ଭୋଟ ପ୍ରତିଶତକୁ ଟପିବ,’’ କହିଛନ୍ତି ଲୋହାନି ।

ଏହା ବି ପଢ଼ନ୍ତୁ | ‘‘ପଶ୍ଚିମ ବଙ୍ଗରେ ଆସନ୍ତା ବର୍ଷ BJP ସରକାର ବନେଇବ,’’ କହିଲେ ଅମିତ ଶାହ

ସେ ଆହୁରି କହିଛନ୍ତି ଯେ କୋଭିଡ ଆକ୍ରାନ୍ତଙ୍କ ଭୋଟ ଦାନ ପାଇଁ  ଉଭୟ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ସେମାନେ ଦିନରେ ଚିରକୁଟ ନେଇ ସନ୍ଧ୍ୟାରେ ଭୋଟ ଦେବାକୁ ଆସିବାକୁ କୁହାଯାଇଥିଲା । ତେବେ ଭୋଟ ସରିଲେ ଓ ପୋଲିଂ ପାର୍ଟି ଫେରିଲେ ସେମାନଙ୍କ ସଂଖ୍ୟା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ସିଇଓଙ୍କ ସୂଚନା ଅନୁସାରେ ପୋଲିଂ ପାର୍ଟି ଫେରିବା ଆରମ୍ଭ କରିଛନ୍ତି । ସେମାନେ ନିର୍ଦ୍ଧାରିତ ନିୟମ ଅନୁସାରେ ଭୋଟ ପରିଚାଳନା ସାମଗ୍ରୀ ଓ ଇଭିଏମ ଦାଖଲ କରିବେ । ଏ ଥର ବାଲେଶ୍ଵରରେ ମୋଟ ୨,୩୦,୨୯୭ ମତଦାତା ଥିବା ବେଳେ ତିର୍ତ୍ତୋଲରେ ୨,୩୭,୨୮୪ ଭୋଟର ଅଛନ୍ତି । କେବଳ ବାଲେଶ୍ଵରରେ କେତେକ ବୁଥରେ ଭୋଟ ବର୍ଜନ ହୋଇଥିଲେ ବି ଏହାର ପ୍ରଭାବ ନଗଣ୍ୟ ରହିବ ବୋଲି ସେ କହିଛନ୍ତି ।



ବୁଥ୍‌ କ୍ୟାପିଚରିଂ ଅଭିଯୋଗ ଆସିଥିଲେ ବି ତାହା ପ୍ରମାଣିତ ହୋଇନାହିଁ ବୋଲି କହିଛନ୍ତି ଲୋହାନି । ଭୋଟ ଦେବା ବେଳେ ଜଣେ  ଭୋଟରଙ୍କ ମୃତ୍ୟୁ ହେବା ଅଭିଯୋଗ ଆସିଥିଲେ ସେ ଖବର ନିର୍ବାଚନ କାର୍ଯ୍ୟାଳୟ ପାଖରେ ନାହିଁ ବୋଲି ସେ କହିଛନ୍ତି ।
Published by: Anand Shankar Thankur Das
First published: November 3, 2020, 9:35 PM IST
corona virus btn
corona virus btn
Loading