ସରିଗଲା ଭୋଟ... ଥରୁର-ଖଡଗେଙ୍କ ଭାଗ୍ୟ ସିଲ୍; ଅସୁସ୍ଥ ସତ୍ତ୍ୱେ ତାରା ଆସିଲେ, ମାନ ମାରି ଆସିଲେନି ମୋକିମ

ଆଜି ଦୁଇଟି ବିଷୟ ଚର୍ଚ୍ଚା ହୋଇଥିଲା କଂଗ୍ରେସ ଭବନରେ । ବିଧାୟକ ତାରା ଓ ମୋକିମଙ୍କୁ ନେଇ । ତାରା ଅସୁସ୍ଥ ଆଉ ମୋକିମ ଏବେ ଶରତ ବିରୋଧୀ । ଅସୁସ୍ଥ ସତ୍ତ୍ୱେ ତାରା ଆସିଲେ, ମାନ ମାରି ଆସିଲେନି ମୋକିମ୍ ।

ସରିଗଲା ଭୋଟ... ଥରୁର-ଖଡଗେଙ୍କ ଭାଗ୍ୟ ସିଲ୍; ଅସୁସ୍ଥ ସତ୍ତ୍ୱେ ତାରା ଆସିଲେ, ମାନ ମାରି ଆସିଲେନି ମୋକିମ

ସରିଗଲା ଭୋଟ... ଥରୁର-ଖଡଗେଙ୍କ ଭାଗ୍ୟ ସିଲ୍; ଅସୁସ୍ଥ ସତ୍ତ୍ୱେ ତାରା ଆସିଲେ, ମାନ ମାରି ଆସିଲେନି ମୋକିମ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଗ୍ରାଣ୍ଡ ଓଲ୍ଡ ପାର୍ଟି କଂଗ୍ରେସ ସଭାପତି ପାଇଁ ସରିଛି ନିର୍ବାଚନ । ଆସନ୍ତା ୧୯ ତାରିଖରେ ହେବ ଭୋଟ ଗଣତି । ସାରା ଦେଶରେ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ହୋଇଛି ଭୋଟ ଗ୍ରହଣ । ଓଡ଼ିଶାରେ ମଧ୍ୟ ମତଦାନ ସରିଛି । ତେବେ କିଏ ପାଇବ ଭୋଟ ? ଥରୁର ନା ଖଡଗେ ? ଏହାକୁ ନେଇ ସାରା କଂଗ୍ରେସ ମହଲରେ ଚର୍ଚ୍ଚା ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅନେକ ନେତା ଖଡଗେଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି । ଖଡଗେ ସପକ୍ଷରେ ଗଲା ଓଡ଼ିଶା କଂଗ୍ରେସ । ମୌଖିକ କଲ ଆଧାରରେ ମଲିକାର୍ଜୁନଙ୍କୁ ଭୋଟ ଦେଲେ ଓଡ଼ିଶା ନେତା । ନେହେରୁ - ଗାନ୍ଧି ପରିବାରର ବିଶ୍ୱସ୍ତ ନେତାଙ୍କୁ ବିଶ୍ୱାସ ଭିତରକୁ ନେଲେ ଓଡ଼ିଶା ପିସିସି ମେମ୍ବର । ଜି -୨୩ ନୁହେଁ, ରାଜ୍ୟସଭାର ବିରୋଧୀ ଦଳ ନେତା ହିଁ କଂଗ୍ରେସ ପାଇଁ ରାଇଟ ଚଏସ । ଥରୁର ନୁହନ୍ତି , ଖଡଗେ ହିଁ ଫିଟ୍ ଆଣ୍ଡ ଫାଇନ । ଆଜି ରାଜ୍ୟ କଂଗ୍ରେସ ଭବନରେ ଭୋଟ ଦେବା ପରେ ଏଭଳି କହିଛନ୍ତି ରାଜ୍ୟ କଂଗ୍ରେସର ଭୋଟରାନ ମାନେ ।

ଆଜି ଦୁଇଟି ବିଷୟ ଚର୍ଚ୍ଚା ହୋଇଥିଲା କଂଗ୍ରେସ ଭବନରେ । ବିଧାୟକ ତାରା ଓ ମୋକିମଙ୍କୁ ନେଇ । ତାରା ଅସୁସ୍ଥ ଆଉ ମୋକିମ ଏବେ ଶରତ ବିରୋଧୀ । ଅସୁସ୍ଥ ସତ୍ତ୍ୱେ ତାରା ଆସିଲେ, ମାନ ମାରି ଆସିଲେନି ମୋକିମ୍ । ତେବେ ଏହାରି ଭିତରେ ପ୍ରାର୍ଥୀ ଭାଗ୍ୟ ସିଲ ହୋଇଛି ବ୍ଲାଟ ବାକ୍ସରେ । ମିଳିଥିବା ସୂଚନା ଅନୁଯାୟୀ, ୪୧୨  ପିସିସି ମେମ୍ବର ଦେଇଛନ୍ତି ଭୋଟ । ସାଂଗଠାନିକ ସଭାପତିଙ୍କ ଲାଗି ମନ ପସନ୍ଦର ପ୍ରାର୍ଥୀଙ୍କୁ  ନେତା ଦେଇଛନ୍ତି ଭୋଟ । ପିସିସି ସଦସ୍ୟମାନେ ଏହି ଭୋଟ ଦାନ କରିଛନ୍ତି । ଭୋଟ ଦାନ ସମୟ ଥିଲା ଦିନ ୧୦ରୁ ଦିନ ୪ଟା । ଏହି ସମୟ ମଧ୍ୟରେ ସାରା କଂଗ୍ରେସ ସଂଗଠନ ପାଇଁ କାମ କରୁଥିବା ପିସିସି ସଦସ୍ୟ ଭୋଟ ଦେଇଛନ୍ତି । ଭୋଟ ଦାନ କରିଥିବା ନେତାଙ୍କ ଭିତରେ ଅଛନ୍ତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ସୁରେଶ ରାଉତରାୟ, ପ୍ରସାଦ ହରିଚନ୍ଦନ,  ଜୟଦେବ ଜେନା, ସାଂସଦ ସପ୍ତଗୀରି ଉଲାକା ଓ ସନ୍ତୋଷ ସିଂ ସାଲୁଜା । ନିଜ ସଂଗଠନର ସଭାପତି ନିମନ୍ତେ ଭୋଟ ଦେଇଥିବାରୁ ଖୁସି ଅଛନ୍ତି କଂଗ୍ରେସ ନେତା ।

ରାହୁଲ ଗାନ୍ଧି ବର୍ତ୍ତମାନ କରୁଛନ୍ତି ଭାରତ ଯୋଡ଼ ଅଭିଯାନରେ ଅଛନ୍ତି । ବିଭିନ୍ନ ଅଞ୍ଚଳରେ କାର୍ଯ୍ୟକ୍ରମ କରୁଛନ୍ତି । ଏହି ଭୋଟ ଦାନ ସହିତ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ଲୋକଙ୍କ ସହିତ ଅଧିକ ଯୋଡ଼ି ହେବ । ସେପଟେ କିଛି ମେମ୍ବରଙ୍କ ନାମ ପିସିସି ଲିଷ୍ଟରେ ନଥିବାରୁ ଅସନ୍ତୋଷ କରିବା କଥାକୁ କଂଗ୍ରେସ ତରଫରୁ ଅସ୍ୱୀକାର କରାଯାଇଛି । ଆଜି କିଛି ରାଜ୍ୟରୁ ଓ ଆସନ୍ତାକାଲି ବଳକା କିଛି ରାଜ୍ୟରୁ ବାଲାଟ ବାକ୍ସ ଧରି ଏଆଇସିସି ଅଫିସରେ ପହଞ୍ଚିବେ ପ୍ରଦେଶ ରିଟର୍ଣି ଅଫିସର ବା ପି ଆର ଓ । ଭୋଟ ଗଣତି ପରେ କିଏ ଜିତିବ କିଏ ହାରିବ ସେନେଇ ଏବେଠୁ ଚର୍ଚ୍ଚା ସବୁଠି ।
Published by:Soubhagya Mishra
First published: