News18 Odia Digital
ମୁମ୍ବାଇ: ଟେଲିକମ୍ କମ୍ପାନୀମାନେ ଗ୍ରାହକମାନଙ୍କ ପାଖରେ ପହଞ୍ଚିବା ଲାଗି ଲଗାତାର ନୂଆ ନୂଆ ଟାରିଫ ପ୍ଲାନ ଲଞ୍ଚ କରୁଥିବାବେଳେ ଏହି କ୍ରମରେ ଭୋଡ଼ାଫୋନ ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ପ୍ଲାନ ଲଞ୍ଚ କରିଛି ଯେଉଁଥିରେ ଏକ ପ୍ଲାନ ୧୦୦ଟଙ୍କାରୁ କମ୍ ରହିଛି । ଏହି ଦୁଇଟି ପ୍ଲାନରେ ଫ୍ରି ଅନଲିମିଟେଡ କଲିଂ ସହ ଗ୍ରାହକଙ୍କୁ ଡାଟା ବେନିଫିଟ୍ ମଧ୍ୟ ମଳିବ ।
ନୂଆ ୯୯ ଟଙ୍କିଆ ପ୍ଲାନରେ ବ୍ୟବହାରକାରୀଙ୍କୁ ୧୮ଦିନର ଭାଲିଡିଟି ମିଳିବ । ଏହି ପ୍ଲାନରେ ସମସ୍ତ ନେଟଓ୍ବାର୍କକୁ ଫ୍ରି କଲିଂ କରାଯାଇ ପାରିବା ସହ ଗ୍ରାହକ ପ୍ରତିଦିନ ୧୦୦ଟି ଏସ୍ଏମ୍ଏସ୍ କରିପାରିବେ । ଏହା ଛନା ପୂରା ପ୍ଲାନ ସମୟରେ ୧ଜିବିର ଡାଟା ମଧ୍ୟ ମିଳିବ । ଏଥିରେ ଭୋଡ଼ାଫୋନ ପ୍ଲେର କମ୍ପ୍ଲିମେଣ୍ଟାରୀ ସବସ୍କ୍ରିପସନ୍ ସହ ୯୯୯ ଟଙ୍କାର ଜି୫ର ସବସ୍କ୍ରିପସନ ମଧ୍ୟ ମିଳିପାରିବ । ଭଡ଼ାଫୋନର ଏହି ନୂଆ ପ୍ଲାନ ବର୍ତ୍ତମାନ କଲିକତା, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, ପୂର୍ବ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସହ ପଶ୍ଚିମ ବଙ୍ଗରେ ଉପଲବ୍ଧ ହେବ ।
ସେହିପରି ୫୫୫ଟଙ୍କା ପ୍ଲାନରେ ବ୍ୟବହାରକାରୀଙ୍କୁ ୭୦ଦିନର ଭ୍ୟାଲିଡିଟି ମିଳିବା ସହ ସମସ୍ତ ନେଟଓ୍ବାର୍କକୁ ଅନଲିମିଟେଡ କଲିଂ ସୁବିଧା ମିଳିପାରିବ । ଏଥିରେ ୧.୫ ଜିବିର ଡାଟା ସହ ୧୦୦ଟି ଫ୍ରି ଏସ୍ଏମ୍ଏସ୍ ମିଳିବ । ପ୍ଲାନରେ ଏଡିସନାଲ ବେନିଫିଟ୍ ଭାବେ ଭୋଡ଼ାଫୋନ ପ୍ଲେରୁ ଜୀ୫ର ଫ୍ରି ସବସ୍କ୍ରିପସନ୍ ମିଳିପାରିବ । ଭୋଡ଼ାଫୋନର ଏହି ପ୍ଲାନ କେବଳ ମୁମ୍ବାଇରେ ଉପଲବ୍ଧ ହେଉଛି ।
ଟେଲିକମ୍ ଟକର ରିପୋର୍ଟ ମୁତାବକ ୯୯ଟଙ୍କାର ପ୍ଲାନ ଭୋଡ଼ାଫୋନର ୧୪୯ଟଙ୍କିଆ ପ୍ଲାନ ଭଳି । କେବଳ ଏହାର ଭ୍ୟାଲିଡିଟି ପିରିୟଡ଼ କମ୍ କରିଦିଆଯାଇଛି । ସେହିପରି ୧୪୯ଟଙ୍କାର ପ୍ଲାନରେ ୨ ଜିବି ଡାଟା ସହିତ ୨୮ ଦିନର ଭ୍ୟାଲିଡିଟି ମଧ୍ୟ ରହୁଛି । ସେହିପରି ୫୫୫ ଟଙ୍କାର ପ୍ଲାନ ଟି ୫୯୮ଟଙ୍କାର ପ୍ଲାନ ଭଳି । ୫୯୮ଟଙ୍କାର ପ୍ଲାନରେ ୮୪ ଦିନର ଭ୍ୟାଲିଡିଟି ଥିବାବେଳେ ୫୫୫ ଟଙ୍କାର ପ୍ଲାନରେ ୭୦ ଦିନର ଭ୍ୟାଲିଡିଟି ମିଳୁଥିବା ଜଣାପଡ଼ୁଛି ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।