ଗୋଟିଏ ଟ୍ବିଟ ବଦଳାଇ ଦେଲା ଛାତ୍ରୀଙ୍କ ଜୀବନ; ଦିଲ୍ଲୀରେ ଥାଇ ସାହାଯ୍ୟ କଲେ 5T ସଚିବ

ଗୋଟିଏ ଟ୍ବିଟ ବଦଳାଇ ଦେଲା ସବୁ କିଛି। ଦିଲ୍ଲୀରେ ଥାଇ ୫ଟି ସଚିବ ବୁଝିଲେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା। ଧନ୍ୟବାଦ ଜଣାଇଲେ ପରିବାର।

୫ଟି ସଚିବ ଭି.କେ ପାଣ୍ଡିଆନ

୫ଟି ସଚିବ ଭି.କେ ପାଣ୍ଡିଆନ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ମୁଖ୍ୟ ମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଅଛନ୍ତି, ଚାଲିଚି ଇନଭେଷ୍ଟର ମିଟ୍। ସାଥିରେ ଅଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆ। ଦିଲ୍ଲୀରେ ଚାଲିଥିଲା କାର୍ଯ୍ୟକ୍ରମ ସମୟରେ ଏକ ଟ୍ବିଟରେ ପାଣ୍ଡିଆନ ଜାଣିବାକୁ ପାଇଲେ ଜଣେ ଛାତ୍ରୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ।

ସିଧା କଥା ହେଲେ ବିଭାଗୀୟ ଅଧିକାରୀ ଓ ମେଡିକାଲ ସହିତ। ତା'ପରେ ଆରମ୍ଭ ହେଲା ପ୍ରକ୍ରିୟା। ତେବେ ଆସନ୍ତୁ ଜାଣି ସେହି ଛାତ୍ରୀଙ୍କ ବିଷୟରେ।

ଗୋଟିଏ ଟ୍ବିଟ ବଦଳାଇ ଦେଲା ଛାତ୍ରୀଙ୍କ ଜୀବନ


ଛାତ୍ରୀଙ୍କ ନାମ ହେଲା ହରପ୍ରିୟା ଡାକୁଆ। ବୟସ ମାତ୍ର୧୫ ବର୍ଷ। ଚଳିତ ବର୍ଷ ଦଶମ ଶ୍ରେଣୀ ପାସ୍ କରି ଯୁକ୍ତ ଦୁଇରେ ନାମ ଲେଖିଛନ୍ତି। ଘର ହେଉଛି ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍ ଅଧୀନ ମହିତଙ୍ଗା ଗ୍ରାମରେ। ବାପା ହେଉଛନ୍ତି ବିପିନ ବିହାରୀ ଡାକୁଆ। ମାଆ ରଞ୍ଜୁଲତା ଡାକୁଆ। ଏକମାତ୍ର ଭାଇ ଅଭିଜିତ ଡାକୁଆ। ଗତ ୬ ଦିନ ପୂର୍ବେ ଘର ଛାତ ସିଡିରୁ ଖସି ପଡ଼ିଥିଲେ ହରପ୍ରିୟା।

ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ଯାହା ପରେ ତାଙ୍କର ଚିକିତ୍ସା କିମ୍ସ ମେଡିକାଲରେ କରାଯାଇଥିଲା। ବାପା ଦିନ ମଜୁରିଆ। ୯୦ ହଜାର ଟଙ୍କା ବି ଖର୍ଚ୍ଚ କରିଥିଲେ ଝିଅ ପାଇଁ। ଆଉ ଅର୍ଥ ନଥିଲା। ନିଜ ସମ୍ପର୍କୀୟଙ୍କ ଠାରୁ ଜାଣିବାକୁ ପାଇଲେ ରାସନ କାର୍ଡ ଥିଲେ ଝିଅର ଚିକିତ୍ସା ମାଗଣାରେ ହୋଇପାରିବ। ହେଲେ କଣ ହେବ। ରାସନ କାର୍ଡରେ ଝିଅର ନାମ ନଥିଲ।

ତେଣୁ ବିଜୁ ସ୍ମାର୍ଟ କାର୍ଡରେ ଶୋ କରି ନଥିଲା ଝିଅର ନାମ। ଏହି ସମୟରେ ଯାଜପୁରର ଜଣେ ଯୁବ ସମାଜସେବୀ ପିଣ୍ଟୁ ସାହୁଙ୍କ କାନରେ କଥା ପଡ଼ିବାରୁ ସେ ସିଧା ଟ୍ବିଟ କରିଥିଲେ ୫ଟି ସଚିବଙ୍କୁ। ତା ପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ନୟାଗଡ଼ ଜିଲ୍ଲା ପ୍ରଶାସନ ଲାଗି ପଡ଼ିଥିଲେ ଝିଅର ନାମ ରାସନ କାର୍ଡରେ ଯୋଡିବା ପାଇଁ। ତା ସହ ମେଡିକାଲ୍ ସହିତ ଯୋଗାଯୋଗ କରିବା ପାଇଁ ଲାଗି ପଡ଼ିଥିଲେ ଜିଲ୍ଲା ପ୍ରଶାସନର ଅଧିକାରୀ। ଶେଷରେ ରାସନ କାର୍ଡରେ ନା ଯୋଡାଗଲା।

ଏହା ପରେ ଚିକିତ୍ସା ଆରମ୍ଭ ହେଲା। ଏବେ ଖୁସି ଅଛନ୍ତି ପୂରା ପରିବାର। ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଦେଇଛନ୍ତି ଧନ୍ୟବାଦ। ସେପଟେ ହରପ୍ରିୟାଙ୍କ ବାପା କହିଛନ୍ତି, "ରାସନ କାର୍ଡରେ ନାଁ ନଥିଲା ବୋଲି ବିଜୁ ସ୍ମାର୍ଟ କାର୍ଡରେ ଯୋଡ଼ି ହୋଇ ନଥିଲା ମୋ ଝିଅର ନାମ। ମୋ ସହ ସ୍ତ୍ରୀ ଓ ପୁଅର ନାମ ଥିଲା। ଝିଅର ନା ନଥିଲା ରାସନ କାର୍ଡରେ। ଯେଉଁଥି ପାଇଁ ଚିକିତ୍ସାରେ ବଡ଼ ବାଧକ ସୃଷ୍ଟି ହୋଇଥିଲା। ଡାହାଣ ପଟ ଗୋଡ଼ ଭାଙ୍ଗି ଯିବାରୁ କିମ୍ସ ମେଡିକାଲରେ ଚିକିତ୍ସିତ ହେଉଥିଲା। ଗୁଡ଼ାଏ ଅର୍ଥ ବି ସାରି ଦେଇଥିଲି। ହେଲେ ରାସନ କାର୍ଡରେ ଚିକିତ୍ସିତ ହୋଇ ପାରିବ ସେ କଥା ମୁଁ ଜାଣି ପାରିନଥିଲି। ଏବେ ଜାଣିଲି। ଯାହା ହେଉ ସରକାର ମୋତେ ସାହାଯ୍ୟ କରିଛନ୍ତି। ନ ହେଲେ ମୁଁ ଚିକିତ୍ସା କରିପାରିନଥାନ୍ତି।’’
Published by:Lipina Das
First published: