ନୌକା ବିହାର ସାଙ୍ଗକୁ ନୀଳ ଜଳ ରାଶି ଉପଭୋଗ ପାଇଁ ଆସନ୍ତୁ ରମ୍ପାଲୁଗା

ରମ୍ପାଲୁଗା ପିକନିକ ସ୍ପଟ ଏବେ ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ପ୍ରକୃତିକ ପରିବେଶ ସାଙ୍ଗକୁ ହୀରାକୁଦ ଜଳଭଣ୍ଡାରରେ ନୌକା ବିହାର ପର୍ଯ୍ୟଟକମାନଙ୍କୁ ଏହି ସ୍ଥାନକୁ ଟାଣି ଆଣୁଛି ।

ଶୀତଦିନେ ବୁଲିଯାଆନ୍ତୁ ରମ୍ପାଲୁଗା (ପ୍ରତୀକାତ୍ମକ ଛବି)

ଶୀତଦିନେ ବୁଲିଯାଆନ୍ତୁ ରମ୍ପାଲୁଗା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଝାରସୁଗୁଡା: ଶୀତଦିନ ଆସିଲେ ଲୋକମାନେ ପିକନିକ କରିବା ପାଇଁ ବିଭିନ୍ନ ସ୍ଥାନଙ୍କୁ ଯାଇଥାନ୍ତି ଏବଂ ଭରପୁର ସ୍ଥାନକୁ ଉପଭୋଗ କରିଥାନ୍ତି। ସେହିଭଳି ରମ୍ପାଲୁଗା ପିକନିକ ସ୍ପଟ ଏବେ ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ପ୍ରକୃତିକ ପରିବେଶ ସାଙ୍ଗକୁ ହୀରାକୁଦ ଜଳଭଣ୍ଡାରରେ ନୌକା ବିହାର ପର୍ଯ୍ୟଟକମାନଙ୍କୁ ଟାଣି ଆଣୁଛି ଏହି ସ୍ଥାନକୁ।

ରମ୍ପାଲୁଗାରେ ଛୋଟ ଛୁଆଙ୍କ ଖେଳିବା ପାଇଁ ଚିଲ୍ଡରେନ ପାର୍କ ନିର୍ମାଣଧୀନ ରହିଛି ଓ ପର୍ଯ୍ୟଟକ ମାନଙ୍କୁ ଆକ୍ରୁଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ଜିଲ୍ଲା ପ୍ରଶାସନ ନିଜ ହାତକୁ ନେଇଛି। ହୀରାକୁଦ ଜଳ ଭଣ୍ଡାରରେ ନୌକା ବିହାର କରିବା ସହିତ ଭୋଜି ଭାତର ଆସର ଜମିଥାଏ ଏହି ସ୍ଥାନରେ।

ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକରେ ଥିବା ଅନ୍ୟ ପର୍ଯ୍ୟଟନ କେନ୍ଦ୍ରଗୁଡିକଠାରୁ ରମ୍ପାଲୁଗାର ଆକର୍ଷଣ ବେଶ ଅଧିକ। ଝାରସୁଗୁଡା ଜିଲ୍ଲାରୁ NH-49 ଜାତୀୟ ରାଜପଥ ଦେଇ ୪୭ କିଲୋମିଟର ଗଲାପରେ ଆସିଥାଏ ରମ୍ପାଲୁଗା। ଜଙ୍ଗଲିଆ ରାସ୍ତା ସାଙ୍ଗକୁ ଦୁଇ ପାର୍ଶ୍ଵରେ ଥିବା ଗଛ ପର୍ଯ୍ୟଟକଙ୍କ ମନ ବେଶ ଆକର୍ଷିତ ହୋଇଥାଏ। ଏହି ପିକନିକ ସ୍ପଟ ଟି ହୀରାକୁଦ ଜଳଭଣ୍ଡାର ନିକଟରେ ଅବସ୍ଥିତ। ନଭେମ୍ବର ମାସରୁ ଫେବ୍ରୁଆରି ମାସରେ ଏଠାରେ ବେଶ ଭିଡ ହୋଇଥାଏ । କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଆସି ଏହି ସ୍ଥାନଙ୍କୁ ଉପଭୋଗ କରନ୍ତି। କେବଳ ଯେ ଜିଲ୍ଲାରୁ ନୁହନ୍ତି ବରଂ ପାଖ ଜିଲ୍ଲା ଓ ପଡୋଶୀ ରାଜ୍ୟ ଛତିଶଗଡରୁ ବି ଲୋକଙ୍କ ସୁଅ ଛୁଟି ଥାଏ। ଏଠାରେ ହୀରାକୁଦ ଜଳଭଣ୍ଡାରର ସ୍ଥିର ଜଳରେ ନୌ ବିହାରର ମଜା ନେବା ପର୍ଯ୍ୟଟକଙ୍କ ଲାଗି ଭିନ୍ନ ଆକର୍ଷଣ ସାଜିଛି। ଏଠାରେ ଥିବା ମତ୍ସଜୀବିମାନଙ୍କର ମାଛଧରା ମେସିନ ଚାଳିତ ଡଙ୍ଗା ସାହାଯ୍ୟରେ ନୌ ବିହାରର ମଜା ନେବାକୁ ପର୍ଯ୍ୟଟକ ମାନେ ପଛାଉନାହାନ୍ତି । ଆଉ ଏକ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ହେଉଛି ହୀରାକୁଦ ଜଳଭଣ୍ଡାର ମଝିରେ ଥିବା ଏକ ଟାପୁ ଯାହାର ନାମ ହେଉଛି ଉଷାକୋଠୀ। ପର୍ଯ୍ୟଟକମାନେ ଏହି ସ୍ଥାନରେ ଭୋଜିଭାତ କରି ସ୍ଥାନକୁ ବେଶ ଉପଭୋଗ କରିବା ସହିତ ନୌ ବିହାରର ମଜା ନେଇଥାନ୍ତି।

ଏହି ସ୍ଥାନକୁ ଆହୁରି ଆକର୍ଷଣୀୟ କରିବା ଲାଗି ଜିଲ୍ଲା ପ୍ରଶାସନ ଅନେକ କାମ ହାତକୁ ନେବାସହିତ କାମ ମଧ୍ୟ ଚାଲିଛି।ହେଲେ ଏହି ସ୍ଥାନରେ ପର୍ଯ୍ୟଟକମାନେ କରୁଥିବା ନୌ ବିହାର ଲାଗି କୌଣସି ଧ୍ୟାନ ଦେଉନାହିଁ।
Published by:Soumya Das
First published:
)}