ସାଂସଦଙ୍କ ହସ୍ତକ୍ଷେପ ପରେ କ୍ୟାନ୍ସର ରୋଗୀଙ୍କୁ ବିଶାଖାପାଟଣା ସ୍ଥାନାନ୍ତର; ପ୍ରଶଂସା କରୁଛନ୍ତି ସମସ୍ତେ

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ମାନବିକତା ଯୋଗୁଁ ଦୀର୍ଘ ଦିନ ହେଲା ଚିକିତ୍ସା ସୁବିଧା ପାଉନଥିବା ଜଣେ ମହିଳା କ୍ୟାନ୍ସର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ବିଶାଖପାଟଣା ସ୍ଥାନାନ୍ତର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳ ସୁବିଧା ପାଇବା ପରେ କ୍ୟାନ୍ସର ପୀଡିତା ଝୁନୁ ପାଇକ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସାଂସଦଙ୍କ ହସ୍ତକ୍ଷେପ ପରେ କ୍ୟାନ୍ସର ରୋଗୀଙ୍କୁ ବିଶାଖାପାଟଣା ସ୍ଥାନାନ୍ତର

ସାଂସଦଙ୍କ ହସ୍ତକ୍ଷେପ ପରେ କ୍ୟାନ୍ସର ରୋଗୀଙ୍କୁ ବିଶାଖାପାଟଣା ସ୍ଥାନାନ୍ତର

  • Share this:
News18 Odia Digital

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚ୍ଚବାଡି ପଞ୍ଚାୟତ ଅନ୍ତର୍ଗତ କନ୍ଧଅଡବା ଗ୍ରାମର ଅନ୍ତର୍ଯ୍ୟାମୀଙ୍କ ସ୍ତ୍ରୀ ଝୁନୁ ପାଇକ ମୁଖଗହ୍ବର ଘା’ ହୋଇଥିଲା । ପ୍ରଥମେ ସେ ମୋହନା ମେଡିକାଲକୁ ଯାଇଥିଲେ । ଏହାର ସ୍ଥିତିକୁ ନେଇ ଡାକ୍ତର ସନ୍ଦେହ ପ୍ରକାଶ କରି ବ୍ରହ୍ମପୁର ଏମକେସିଜିକୁ ଯିବା ପାଇଁ କହିବା ଅନୁସାରେ ଝୁନୁ ସେଠାକୁ ଯାଇ ଦେଖାଇଥିଲେ। ଏହପରେ ସେ କର୍କଟ ରୋଗରେ ପୀଡିତ ବୋଲି ଜଣାପଡ଼ିଥିଲା । ପରେ ସେ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ ଟଙ୍କା ଅଭାବରୁ ସେଠାରେ ତାଙ୍କୁ ଚିକିତ୍ସା ସେବା ମିଳିନଥିଲା । ଫଳରେ ସେ ଗାଁକୁ ଫେରି ଆସି ଭାଗ୍ୟକୁ ଆଦରି ପଡ଼ିରହିଥିଲେ । ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇବା ପରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ନମିତା ପଣ୍ଡାଙ୍କ ସହ ଆଲୋଚନା କରିଥିଲେ।

ଏହାପରେ ସେଠାକାର ଜଣେ ଡାକ୍ତର ଏମ.ଶିବରାମ ଝୁନୁଙ୍କ ଘରକୁ ଯାଇ ତାଙ୍କର ସ୍ଥିତି ଓ ସେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ବୁଝିଥିଲେ । ପରେ ପ୍ରଶାସନର ସହଯୋଗ କ୍ରମେ ତାଙ୍କୁ ଗତ ୧ ତାରିଖ ଦିନ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ହେଲେ କର୍କଟ ରୋଗର ଚିକିତ୍ସା ପାଇଁ ଏଠାରେ କୌଣସି ସୁବିଧା ନଥିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ।

“ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ନିଜର ପ୍ରତିନିଧୀ ଭାବେ ପାରଳାଖେମୁଣ୍ଡିର ମତେ ରଖି ଝୁନୁଙ୍କ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ତାଙ୍କ ଦେହରେ ରକ୍ତ କମ୍ ଥିବାରୁ ରକ୍ତ ମଧ୍ୟ ଯୋଗାଡ କରି ଦିଆଯାଇଥିଲା । ମଙ୍ଗଳବାର ଦିନ ତାଙ୍କୁ ବିଶାଖାପାଟଣା ସ୍ଥିତ ଏଚସିଜିକୁ ସ୍ଥାନାନ୍ତର କରାଯାଇଥିଲା। ଏପରିକି ସରକାରୀ ଗାଡ଼ି ବିଶାଖପାଟଣା ଯିବା ନିୟମ ନଥିବାରୁ ସାଂସଦ ନିଜେ ଖର୍ଚ୍ଚ କରି ଗାଡ଼ି ଯୋଗାଇ ଦେଇଥିଲେ,’’ କହିଛନ୍ତି ତାଙ୍କ ପ୍ରତିନିଧୀ ସୁଜିତ୍।

କ୍ୟାନ୍ସର ରୋଗୀଙ୍କୁ ବିଶାଖାପାଟଣା ସ୍ଥାନାନ୍ତର


କ୍ୟାନ୍ସର ଭଳି ଦୁରାରୋଗ୍ୟରେ ପୀଡିତା ସୁସ୍ଥ ହେବେ କି ନାହିଁ ତାହା ଭିନ୍ନ କଥା । କିନ୍ତୁ ଜଣେ ଗରୀବ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ପ୍ରତ୍ୟେକଙ୍କ ପାଇଁ ପ୍ରାଥମିକତା । ଚିକିତ୍ସା ସୁବିଧା ପାଇବା ପାଇଁ ପୀଡିତା ଜଣକୁ ନେଇ ତାଙ୍କ ପରିବାର ଲୋକେ ବହୁତ ପ୍ରୟାସ କରିଥିଲେ । ହେଲେ ସଫଳତା ପାଇନଥିଲେ । ତେବେ ଏହି ଖବର ପାଇବା ପରେ ସାଂସଦ ତାଙ୍କ ମାନବିକତା ପ୍ରଦର୍ଶନ କରି ଯେଉଁଭଳି ଚିକିତ୍ସା ସୁବିଧା ପ୍ରଦାନ ପାଇଁ କାର୍ଯ୍ୟ କରିଲେ ତାହା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ । ଜଣେ ଲୋକ ପ୍ରତିନିଧୀ ଏଭଳି ହେବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
Published by:Lipina Das
First published:
)}